Salman Khan’s Galaxy Apartment Under Surveillance: ସଲମାନ ଥିଲେ ପ୍ରଥମ ଟାର୍ଗେଟ୍! ଯୋଜନା ବଦଳିବା ପରେ ନିଶାନାରେ ଟାଇଗର
ସଲମାନଙ୍କୁ ମାରିବାକୁ ହୋଇଥିଲା ପ୍ଲାନ୍, ଗୁଳି ଖାଇଲେ ଟାଇଗର୍। ବଲିଉଡ୍ ଷ୍ଟାର୍ ଟାଇଗର୍ ଶ୍ରଫଙ୍କ ଉପରକୁ ଗୁଳିମାଡ଼ ପଛରେ ଥିଲା ବଡ଼ ଷଡ଼ଯନ୍ତ୍ର। ଟାଇଗର୍ ଶ୍ରଫଙ୍କ କାର୍ ଉପରକୁ ଗୁଳିମାଡ଼ ଘଟଣାର ତଦନ୍ତ ଯେତିକି ଆଗଉଛି, ସେତିକି ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ଟାଇଗର୍ ଶ୍ରଫ୍ ନୁହେଁ, ଟାର୍ଗେଟ୍ ରେ ଥିଲେ ଭାଇଜାନ୍ ସଲମାନ୍। ଭାଇଜାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ନିକଟରେ ରେକି କରିଥିଲେ ସୁଟର୍। ହେଲେ ସଲମାନଙ୍କ ଘର ବାହାରେ କଡ଼ା ପୋଲିସ ସୁରକ୍ଷା ଦେଖି ବଦଳାଇଥିଲେ ଯୋଜନା। ପରେ ଏମିତି ଜଣେ ଅଭିନେତାଙ୍କୁ ଟାର୍ଗେଟ୍ କରିବାକୁ ଯୋଜନା ହୋଇଥିଲା, ଯାହାଙ୍କ ପାଖରେ ପହଞ୍ଚିବା ସହଜ ହେବ, କମ୍ ସୁରକ୍ଷା ଥିବ। ଏଥିପାଇଁ ଅମିତାଭ ବଚ୍ଚନ, ଅକ୍ଷୟ କୁମାର ଓ ଆମିର ଖାନଙ୍କ ଘର ନିକଟରେ ମଧ୍ୟ ରେକି କରିଥିଲେ ଏଇ ୩ ସୁଟର୍। ଶେଷରେ ଟାଇଗର୍ ଶ୍ରଫଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ହୋଇଥିଲା। ଟାଇଗର୍ ପ୍ରତି ରବିବାର ଜୁହୁର ପୁଷ୍ପା ନର୍ସି ଗ୍ରାଉଣ୍ଡକୁ ଫୁଟବଲ୍ ଖେଳିବାକୁ ଯାଉଥିବା ନେଇ ଅଭିଯୁକ୍ତମାନେ ଖବର ପାଇଥିଲେ। ସାଙ୍ଗରେ ଅକ୍ଷୟ କିମ୍ବା ସୈଫ୍ ଅଲ୍ଲୀ ଖାନ୍ ବି ଯିବେ, ‘ଏକ ତୀର ମେ ଦୋ ତିନ୍ ନିଶାନା’ ଭଳି ଟାଗେର୍ଟ କରିଥିଲେ ସୁଟର୍।
ବଲିଉଡରେ ଭୟ, ଘରୁ ବାହାରୁ ନାହାନ୍ତି ଷ୍ଟାର୍। ବିଷ୍ଣୋଇ ଗ୍ୟାଙ୍ଗ ନାଁ ଶୁଣିଲେ ପାଦ ତଳୁ ଖସି ଯାଉଛି ମାଟି। ସଲମାନଙ୍କ ଲିଙ୍କ୍ ରେ ଥିବା ଏକାଧିକ ଷ୍ଟାରଙ୍କ ଘରେ ବଢ଼ିଛି ସୁରକ୍ଷା। ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ବୁଲେଟ୍ ପ୍ରୁଫ୍ କାଚ ଲାଗିଛି। ଏଇ ଝରକାରେ ସଲମାନଙ୍କ ପରିବାର ସବୁ ପର୍ବ ପର୍ବାଣୀରେ ସାମ୍ନାକୁ ଆସୁଥିଲେ, ହେଲେ ଦଶହରାରେ ଖାଁ ଖାଁ ସଲମାନଙ୍କ ଘର। ଅକ୍ଷୟ କୁମାରଙ୍କ ଜୁହୁ ସ୍ଥିତ ପ୍ରାଇମ୍ ବିଚ୍ ଘର, ଆମିର ଖାନଙ୍କ ଘରେ ବି ବଢ଼ିଛି ସୁରକ୍ଷା। ଶାହାରୁଖ ଖାନଙ୍କ ମନ୍ନତ ଚାରିପଟେ ଅଭେଦ୍ୟ ଗଡ଼ ଭଳି ସୁରକ୍ଷା।
ବିଷ୍ଣୋଇ ଗ୍ୟାଙ୍ଗର ଏଇ ତିନି ସୁଟର୍ ପ୍ଲାନ୍ ଶୁଣିଲେ ବଡ଼ ବଡ଼ ଗ୍ୟାଙ୍ଗଷ୍ଟାର୍ ବି ମୁଣ୍ଡରେ ହାତ ଦେବେ। ୯୦ ଦଶକର ସେଇ ପୁରୁଣା ‘ଡେଡ୍ ଲେଟର୍ ବକ୍ସ’କୁ ପୁଣି ଆପଣାଇଥିଲେ ଏମାନେ। ସୁଟରଙ୍କୁ ସିଧାସଳଖ ବନ୍ଧୁକ ଦିଆଯାଇନଥିଲା। ଦିଲ୍ଲୀରେ ପ୍ଲାନ୍ ପରେ ଅମୃତସରର ଏକ ଡେଡ୍ ଲେଟର ବକ୍ସ ରେ ପୁରା ପ୍ଲାନର ତଥ୍ୟ ଓ ବନ୍ଧୁକ ମିଳିଥିଲା। ସେଠୁ ଏମାନେ ମୁମ୍ବାଇ ଆସିଥିଲେ ସେଠି ବି ଡେଡ୍ ଲେଟର୍ ବକ୍ସରେ ପ୍ଲାନ୍ ନେଇ ସବୁ ସୂଚନା ରହୁଥିଲା।
ବିଷ୍ଣୋଇ ଗ୍ୟାଙ୍ଗର ଏଇ ଆତଙ୍କ ଏବେ ଲାଗୁଛି ପୁରା ବଲିଉଡକୁ ନିଜ ନିଶାନାରେ ରଖିଛି। ୧୯୯୮ର କୃଷ୍ଣସାର ମୃଗ ଶିକାର ମାମଲାରେ ଛନ୍ଦି ହୋଇଥିବା ସଲମାନ ନା ଭୁଲ ମାଗୁଛନ୍ତି ନା ଏଇ ବିବାଦ ଓ କ୍ରାଇମ୍ ବନ୍ଦ ହେବାର ନାଁ ନେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।