Salman Khan's Security Tightened: ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରେ ଗୁଳିମାଡ଼ ପରେ ସଲମାନ ଖାନ୍‌ଙ୍କ ସୁରକ୍ଷା କଡ଼ାକଡ଼ି

Oct 21, 2026 - 20:02
Salman Khan's Security Tightened: ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରେ ଗୁଳିମାଡ଼ ପରେ ସଲମାନ ଖାନ୍‌ଙ୍କ ସୁରକ୍ଷା କଡ଼ାକଡ଼ି

"ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଗୁଳିମାଡ଼ ଘଟଣା ପରେ ସୁପରଷ୍ଟାର ସଲମାନ ଖାନ୍‌ଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି।

ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ସଲମାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାର ଏକ ଭିଡିଓ ସୋସିଆଲ୍ ମିଡିଆରେ ସାମ୍ନାକୁ ଆସିଛି।

ଏଥିରେ କଡ଼ା ପହରା ଓ ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳୁଛି।Advertisment ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରେ ଗୁଳିମାଡ଼ ଘଟଣା ପରେ ମୁମ୍ବାଇ ପୁଲିସ ସଲମାନ ଖାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛି।

ଏହାପରେ ତାଙ୍କ ସୁରକ୍ଷାକୁ ନେଇ ଅଧିକ ସତର୍କତା ଅବଲମ୍ବନ କରାଯାଉଛି।

ସଲମାନଙ୍କ ସୁରକ୍ଷାରେ ମୁମ୍ବାଇ ପୁଲିସ କର୍ମଚାରୀଙ୍କ ସହ କମାଣ୍ଡୋମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

ଏହାବ୍ୟତୀତ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ସୁରକ୍ଷାକର୍ମୀମାନେ ମଧ୍ୟ ତାଙ୍କ ସୁରକ୍ଷା ଦାୟିତ୍ୱରେ ଅଛନ୍ତି।

ଏହି ସୁରକ୍ଷାକର୍ମୀଙ୍କ ପାଖରେ MP5 SD6 ସବ୍‌ମେସିନ୍ ଗନ୍ ରହିଛି।

କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରରେ ନଜର ଆସିଲେ ସଲମାନ ଖାନ୍ ନିକଟରେ ସଲମାନ ଖାନ୍‌ଙ୍କୁ ଏକ ଘରୋଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।

ଏହି ସମୟରେ ସେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିଲେ।

ତାଙ୍କ ସହ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଶେରା ମଧ୍ୟ ଉପସ୍ଥିତ ଥିଲେ।

ସଲମାନ ସେଠାରେ ଥିବା ପାପାରାଜିଙ୍କ ସହ କୌଣସି କଥାବାର୍ତ୍ତା କରି ନଥିଲେ।

ଗାଡ଼ିରୁ ଓହ୍ଲାଇବା ପରେ ସେ ସିଧାସଳଖ ବିମାନବନ୍ଦର ଭିତରକୁ ଚାଲିଯାଇଥିଲେ।

ଟାଇଗର ଶ୍ରଫ୍‌ଙ୍କ ଉପରେ ହୋଇଥିଲା  ଆକ୍ରମଣ ଅକ୍ଟୋବର ୧୮ ତାରିଖରେ ଟାଇଗର ଶ୍ରଫ୍ ମୁମ୍ବାଇର ଜୁହୁସ୍ଥିତ ପୁଷ୍ପା ପାର୍କ ନିକଟରେ ଫୁଟବଲ୍ ଖେଳି ନିଜ କାର୍‌ରେ ଘରକୁ ଫେରୁଥିଲେ।

ସେହି ସମୟରେ ତାଙ୍କ ଡ୍ରାଇଭର ଗାଡ଼ି ଚଳାଉଥିବାବେଳେ ଟାଇଗର ଆଗ ସିଟ୍‌ରେ ବସିଥିଲେ।

ଏହି ସମୟରେ ଏକ ବାଇକ୍‌ରେ ଆସିଥିବା ତିନି ଜଣ ଯୁବକଙ୍କ ମଧ୍ୟରୁ ଦୁଇ ଜଣ ତାଙ୍କ କାର୍‌ ଉପରକୁ ଗୁଳି ଚଳାଇଥିଲେ।

ଜଣେ ଆକ୍ରମଣକାରୀ ସାତ ରାଉଣ୍ଡ ଗୁଳି ଚଳାଇଥିବାବେଳେ ଅନ୍ୟ ଜଣଙ୍କ ବନ୍ଧୁକ ଜାମ୍ ହୋଇଯାଇଥିଲା।

ଏହି ଘଟଣାରେ ଟାଇଗରଙ୍କ ଦେହରେ ଗୁଳି ବାଜି ନଥିଲା ଏବଂ ସେ ସୁରକ୍ଷିତ ରହିଥିଲେ।

ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ଏହି ମାମଲାରେ ରାଜସ୍ଥାନର କୋଟାରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଟାର୍ଗେଟ୍‌ରେ ଥିଲେ ସଲମାନ ଖାନ୍!

ପଚରାଉଚରା ସମୟରେ ଅଭିଯୁକ୍ତମାନେ ଦାବି କରିଥିଲେ ଯେ ସେମାନଙ୍କ ଟାର୍ଗେଟ୍ ଟାଇଗର ଶ୍ରଫ୍ ନୁହେଁ, ବରଂ ସଲମାନ ଖାନ୍ ଥିଲେ।

ସେମାନେ ସଲମାନଙ୍କ ଘର ଉପରେ ନଜର ରଖିବା ସହ ରେକି କରିଥିବା କଥା ମଧ୍ୟ କହିଥିଲେ।

ଅନ୍ୟପକ୍ଷରେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ଜଡ଼ିତ କିଛି ବ୍ୟକ୍ତି ଏହି ଆକ୍ରମଣର ଦାୟିତ୍ୱ ନେଇଥିବା ଦାବି କରିଛନ୍ତି।

ତେବେ ଏହି ଘଟଣାର ସମସ୍ତ ଦିଗ ଖୋଜି ବାହାର କରିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।

ଶିଶୁକୁ ବଳପୂର୍ବକ ଚୁମ୍ବନ କରିବା ସ୍ନେହ ନୁହେଁ, ଏହା ଯୌନ ନିର୍ଯାତନା: ମୁମ୍ବାଇ ପୋକ୍ସୋ କୋର୍ଟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।