Salman: ବିବାହକୁ ନେଇ ନିରବତା ଭାଙ୍ଗିଲେ ସଲମାନ୍‌!

Oct 17, 2026 - 08:01
Salman: ବିବାହକୁ ନେଇ ନିରବତା ଭାଙ୍ଗିଲେ ସଲମାନ୍‌!

"ବଲିଉଡ୍‌ ତାରକା ସଲମାନ୍‌ ଖାନ୍‌ଙ୍କ ବିବାହ ଦୀର୍ଘ ବର୍ଷ ଧରି ଏକ ଜାତୀୟ କୌତୂହଳ ହୋଇ ରହିଛି।

ବିଭିନ୍ନ ସମୟରେ ଅନେକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥିଲେ ମଧ୍ୟ ଏଯାଏଁ ବିବାହ କରିନାହାନ୍ତି।

୬୦ ବର୍ଷ ବୟସରେ ମଧ୍ୟ ଅବିବାହିତ ଥିବା ସଲମାନ୍‌ଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ରହିଛି।

ଏବେ ନିଜ ବିବାହକୁ ନେଇ ମୁହଁ ଖୋଲିଛନ୍ତି ସେ।Advertisment Seva Sankalp campaign: ସେବା ସଂକଳ୍ପ ଅଭିଯାନରେ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ ସଲମାନ୍‌ କହିଛନ୍ତି ଯେ ତାଙ୍କୁ ବିବାହ କରିବାରୁ କେହି ଅଟକାଇନାହାନ୍ତି।

ବରଂ ଏହା ତାଙ୍କର ନିଜସ୍ୱ ନିଷ୍ପତ୍ତି।

ତାଙ୍କର ଏହି ବୟାନ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ବଢ଼ାଇଛି।ନିଜ ବିବାହ ସମ୍ପର୍କରେ ଆଲୋଚନା କରି ସଲମାନ୍‌ କହିଥିଲେ, “ମୋତେ ବିବାହ କରିବାରୁ କେହି ଅଟକାଇନଥିଲେ, ମୁଁ ନିଜେ ନିଜକୁ ଅଟକାଇଥିଲି।” ଏଥିସହ ନିଜ ନିଷ୍ପତ୍ତି ପାଇଁ ଅନ୍ୟ କାହାକୁ ଦାୟୀ କରିନାହାନ୍ତି ସେ।ତେବେ ବିବାହ କରିନଥିଲେ ମଧ୍ୟ ବାପା ହେବାର ଇଚ୍ଛା ତାଙ୍କ ମନରେ ରହିଛି ବୋଲି ସଲମାନ୍‌ଙ୍କ ବୟାନରୁ ସଙ୍କେତ ମିଳିଛି।

ଭବିଷ୍ୟତରେ ତାଙ୍କ ଜୀବନରେ ପିଲାମାନେ ଆସିପାରନ୍ତି ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସଲମାନ୍‌ଙ୍କ ଏହି ବୟାନ ପରେ ତାଙ୍କ ବିବାହ ଓ ପରିବାରକୁ ନେଇ ପୁଣିଥରେ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନା ଜୋର୍ ଧରିଛି।

Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।