Samantha Ruth Prabhu Pregnancy: ମା' ହେବାକୁ ଯାଉଛନ୍ତି ସାଉଥ୍ ସୁନ୍ଦରୀ ସାମନ୍ଥା! ନବମ ମାସରେ ବି କରୁଛନ୍ତି ଜବରଦସ୍ତ ୱାର୍କଆଉଟ୍
ମା' ହେବାକୁ ଯାଉଛନ୍ତି ସାଉଥ୍ ସୁନ୍ଦରୀ ସାମନ୍ଥା ରୁଥ୍ ପ୍ରଭୁ।
ପ୍ରେଗ୍ନେନ୍ସିର ନବମ ମାସରେ ବି ଫିଟନେସ୍ ପ୍ରତି ତାଙ୍କର ରହିଛି ସ୍ୱତନ୍ତ୍ର ଧ୍ୟାନ।
ପ୍ରଥମ ମାସରୁ ନବମ ମାସ ପର୍ଯ୍ୟନ୍ତ ନିଜର ୱାର୍କଆଉଟ୍ ଯାତ୍ରାର ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ।
ଏହା ସହ ଲେଖିଛନ୍ତି 'The Final Lap'।
Advertisment ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବେ ନିଜ ଜୀବନର ଏକ ଖାସ୍ ଅଧ୍ୟାୟକୁ ନେଇ ଚର୍ଚ୍ଚାରେ।
ପ୍ରେଗ୍ନେନ୍ସିର ନବମ ମାସରେ ପହଞ୍ଚିଥିବା ସାମନ୍ଥା ସୋସିଆଲ ମିଡିଆରେ ନିଜର ଏକ ବିଶେଷ ୱାର୍କଆଉଟ୍ ଭିଡିଓ ସେୟାର କରିଛନ୍ତି।
ପ୍ରଥମ ମାସରୁ ନବମ ମାସ ପର୍ଯ୍ୟନ୍ତ ତାଙ୍କର ଫିଟନେସ୍ ଯାତ୍ରା ଏହି ଭିଡିଓରେ ଦେଖିବାକୁ ମିଳିଛି।
ଅଭିନେତ୍ରୀଙ୍କ ଏହି ଭିଡିଓ ଏବେ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି।
ନବମ ମାସରେ ବି କରୁଛନ୍ତି ୱେଟେଡ୍ ସ୍କ୍ୱାଟ୍ସ ସାମନ୍ଥା ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ପ୍ରେଗ୍ନେନ୍ସିର ବିଭିନ୍ନ ପର୍ଯ୍ୟାୟରେ ବ୍ୟାୟାମ କରୁଥିବା ନଜର ଆସିଛନ୍ତି।
ଭିଡିଓରେ ତାଙ୍କୁ ଡମ୍ବେଲ୍ ଧରି ୱେଟେଡ୍ ସ୍କ୍ୱାଟ୍ସ କରୁଥିବା ଦେଖିବାକୁ ମିଳିଛି।
ପ୍ରଥମ ମାସରେ ଯେଉଁଭଳି ୱାର୍କଆଉଟ୍ କରୁଥିଲେ, ନବମ ମାସରେ ମଧ୍ୟ ସେହି ଅଭ୍ୟାସର ଝଲକ ଦେଖାଇଛନ୍ତି।
Advertisment ଏହି ପୋଷ୍ଟରେ ସାମନ୍ଥା କ୍ୟାପସନ୍ ଦେଇଛନ୍ତି, '#9.
The Final Lap'।
ଅର୍ଥାତ୍ ତାଙ୍କର ମାତୃତ୍ୱ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଏହି ଭିଡିଓରେ ଫ୍ୟାନ୍ସଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।
ତେବେ ପ୍ରେଗ୍ନାନ୍ସି ସମୟରେ ବ୍ୟାୟାମ କରିବା ପ୍ରତ୍ୟେକ ମହିଳାଙ୍କ ପାଇଁ ସମାନ ନୁହେଁ।
ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଓ ନିଜ ଶରୀରର ସ୍ଥିତିକୁ ଧ୍ୟାନ ଦେବା ଜରୁରୀ।
ରାଜ ନିଦିମୋରୁଙ୍କ ସହ ନୂଆ ଜୀବନ ସାମନ୍ଥା ଓ ଫିଲ୍ମ ନିର୍ମାତା ରାଜ ନିଦିମୋରୁ ମଧ୍ୟ ନିଜର ନୂଆ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି।
ଉଭୟ ଡିସେମ୍ବର ୨୦୨୫ରେ କୋଏମ୍ବାଟୁରସ୍ଥିତ ଈଶା ଯୋଗ ସେଣ୍ଟରର ଲିଙ୍ଗ ଭୈରବୀ ମନ୍ଦିରରେ ଏକ ଘରୋଇ ସମାରୋହରେ ବିବାହ କରିଥିଲେ।
ନିକଟରେ ଉଭୟ ଈଶା ଫାଉଣ୍ଡେସନରେ ପାରମ୍ପରିକ ସୀମନ୍ତମ୍ ବା ଗୋଦଭରାଇ ସମାରୋହ ପାଳନ କରିଥିଲେ।
ଏବେ ନିଜର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି ଏହି ଦମ୍ପତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।