Sand Mafia Active Again: ବେଆଇନ ବାଲି ଚାଲାଣ ବେଳେ ୫ ଟ୍ରାକ୍ଟର ଜବତ, ଆକ୍ସନ୍‌ରେ ତହସିଲ ପ୍ରଶାସନ

Oct 05, 2026 - 12:05
Sand Mafia Active Again: ବେଆଇନ ବାଲି ଚାଲାଣ ବେଳେ ୫ ଟ୍ରାକ୍ଟର ଜବତ, ଆକ୍ସନ୍‌ରେ ତହସିଲ ପ୍ରଶାସନ

ନଦୀ ନ ଶୁଖୁଣୁ ସକ୍ରିୟ ହେଲେଣି ବାଲି ମାଫିଆ। ବାଲେଶ୍ବର ଜିଲ୍ଲା ଜଳେଶ୍ୱର ତହସିଲର ବିଭିନ୍ନ ସ୍ଥାନରେ ଖୋଲିଲାଣି ବେଆଇନ ବାଲି ସୈରାତ। ଖବର ପାଇ ଜଳେଶ୍ୱର ତହସିଲଦାରଙ୍କ ନିର୍ଦ୍ଦେଶରେ ଆଜି ଏକ ଟିମ୍ ଚାଫଲା ନିକଟରେ ୫ଟି ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇ ଥିଲେ। ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନପରିବାରୁ ଗାଡି ଗୁଡ଼ିକୁ ଜବତ କରାଯାଇଛି। ଏହି ବାଲି ବୋଝେଇ ଟ୍ରାକ୍ଟର ରାଇବଣିଆ ଥାନା ଦକ୍ଷିଣ ପ୍ରହରାଜପୁର ଓ ଗୁଆଗଡ଼ିଆରୁ ଆସୁଥିବା ସୂଚନା ମିଳିଛି ।

ବେଆଇନ ଭାବେ ବାଲି ଚୋରାଚାଲାଣ ନେଇ ଓଟିଭିରେ ବାରମ୍ୱାର ଖବର ପ୍ରସାରିତ ହୋଇଥିଲା ।  ପୂର୍ବରୁ ଉଦୟପୁର ସୀମାରେ ପୋଲିସ କ୍ୟାଂପ୍ ଥିବା ସତ୍ତ୍ୱେ ବାଲି ବୋଝେଇ ହାଇୱା ସୀମା ଡେଇଁ କେମିତି ପଶ୍ଚିମବଙ୍ଗ ଯାଉଛି, ସେନେଇ ପ୍ରଶ୍ନ ଉଠିଥିଲା। ଜଳେଶ୍ୱର SDPO ଘଟଣାସ୍ଥଳରେ ଅନୁଧ୍ୟାନ କରିବା ସହ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

୫ ବାଲି ବୋଝେଇ ଟ୍ରାକ୍ଟର ଜବତ
ନଦୀ ନଶୁଖୁଣୁ ସକ୍ରିୟ ବାଲି ମାଫିଆ
ଜଳେଶ୍ବରରେ ବିଭିନ୍ନ ସ୍ଥାନରେ ବେଆଇନ ବାଲି ସୈରାତ
ତହସିଳଦାରଙ୍କ ନିର୍ଦ୍ଦେଶ କ୍ରମେ ଟ୍ରାକ୍ଟର ଜବତ
ଆବଶ୍ୟକୀୟ କାଗଜପତ୍ର ଦେଖାଇନଥିଲେ ଡ୍ରାଇଭର
ଚାଫଲା ନିକଟରେ ୫ ବାଲି ବୋଝେଇ ଟ୍ରାକ୍ଟର ଜବତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।