Sand Mining Crackdown: ବେଆଇନ ବାଲି ଚାଲାଣ ଉପରେ ବଡ଼ ଆକ୍ସନ; ବାଲିଘାଟରେ ଚଢ଼ାଉ ବେଳେ ୭ ଗିରଫ, ୪ ଫେରାର

Oct 25, 2026 - 14:39
Sand Mining Crackdown: ବେଆଇନ ବାଲି ଚାଲାଣ ଉପରେ ବଡ଼ ଆକ୍ସନ; ବାଲିଘାଟରେ ଚଢ଼ାଉ ବେଳେ ୭ ଗିରଫ, ୪ ଫେରାର

ବେଆଇନ ବାଲି ଚାଲାଣ ଉପରେ ପୋଲିସର ବଡ଼ ଆକ୍ସନ।

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ବଙ୍କା ଗାଁ ନିକଟ ସୁରମଣି ବାଲିଘାଟରେ ଚଢ଼ାଉ କରି ୧୧ଟି ବାଲି ବୋଝେଇ ହାଇୱା ଜବତ କରିଛି ପୋଲିସ।

ଏହି ଘଟଣାରେ ୭ ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୪ ଜଣ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି।

Advertisment ଶନିବାର ବିଳମ୍ବିତ ରାତିରେ ବେଲଗୁଣ୍ଠା ପୋଲିସ ବାଲିଘାଟରେ ଅତର୍କିତ ଚଢ଼ାଉ କରିଥିଲା।

ନଦୀରୁ ବାଲି ଉଠାଇ ଚାଲାଣ କରୁଥିବା ଗାଡ଼ିଗୁଡ଼ିକର ଯାଞ୍ଚ ବେଳେ ଆବଶ୍ୟକ କାଗଜପତ୍ର ଦେଖାଇ ପାରିନଥିଲେ ଡ୍ରାଇଭର।

ଏହାପରେ ୧୧ଟି ହାଇୱା ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି ପୋଲିସ।

ଦୀର୍ଘ ଦିନ ଧରି ରାତିରେ ଶହ ଶହ ହାଇୱା ଗାଡ଼ିରେ ବେଆଇନ ବାଲି ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା।

ଏହି ଚଢ଼ାଉ ପରେ ଏକ କୋଟି ଟଙ୍କାରୁ ଅଧିକ ଜରିମାନା ହୋଇଥିବା ସୂଚନା ମିଳିଛି।

Advertisment ବେଆଇନ ବାଲି ଚାଲାଣ ଉପରେ ବଡ଼ ଆକ୍ସନ ବେଲଗୁଣ୍ଠା ଥାନା ସୁରମଣି ବାଲିଘାଟରେ ଚଢ଼ାଉ ୭ ଜଣ ଡ୍ରାଇଭର୍ ଗିରଫ, ଅନ୍ୟ ୪ ଜଣ ଫେରାର କୋଟିଏରୁ ଅଧିକ ଜରିମାନା ହୋଇଥିବା ସୂଚନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।