Sandalwood seizure: ୧୦ ଲକ୍ଷ ଟଙ୍କାର ଚନ୍ଦନ କାଠ ଜବତ, ୩ ଅଭିଯୁକ୍ତ ଗିରଫ
"ପାରଳାଖେମୁଣ୍ଡି/କାଶୀନଗର: ଚନ୍ଦନ କାଠ ଚୋରାଚାଲାଣ ଉପରେ ଗଜପତି ଜିଲ୍ଲା କାଶୀନଗର ଥାନା ପୁଲିସର ଚଢ଼ଉ ହୋଇଛି।
ପାରଳାଖେମୁଣ୍ଡି-ଗୁଣୁପୁର ରାଜ୍ୟ ରାଜପଥର ଖାରଡ଼ା ଛକ ନିକଟରେ ଏକ ଅଟୋରେ ଚୋରାଚାଲାଣ ହେଉଥିବା ୧୦୫ କିଲୋ ଚନ୍ଦନ କାଠ ପୁଲିସ ଜବତ କରିଛି।
ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ।
ଚୋରା ଚାଲାର ଘଟଣାରେ ୩ ଜଣଙ୍କୁ ପୁଲିସ ଗିରଫ କରିବା ସହ ଚନ୍ଦନ କାଠ ପରିବହନରେ ବ୍ୟବହୃତ ଅଟୋକୁ ଜବତ କରିଛି।
Advertisment ପୁଲିସ କହିଛି କାଶୀନଗର ଥାନା ଏସ୍ଆଇ ଆର୍.କେ.
ଚୌଧୁରୀଙ୍କ ନେତୃତ୍ୱରେ ଟିମ୍ ଗୁରୁବାର ସକାଳୁ ଖାରଡ଼ା ଛକ ନିକଟରେ ପାଟ୍ରୋଲିଂ କରୁଥିଲା।
ଏହି ସମୟରେ ଏକ ଅଟୋରେ ଚୋରା ସାମଗ୍ରୀ ଚାଲାଣ ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା।
ସୂଚନା ଆଧାରରେ ପୁଲିସ ନଜର ରଖିଥିବା ବେଳେ ଉକ୍ତ ଅଟୋଟି ସେହି ରାସ୍ତାରେ ଆସୁଥିବା ଦେଖି ଅଟକାଇଥିଲା।
ପୁଲିସ ଗାଡ଼ିକୁ ଦେଖି ଅଟୋ ଚାଳକ ଦ୍ରୁତ ଗତିରେ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ କାବୁ କରିଥିଲା।
ଅଟୋ (ଓଡି-୦୫ ଏମ୍ ୦୭୮୭) ଯାଞ୍ଚ କରାଯିବାରୁ ୫ଟି ବ୍ୟାଗ୍ ଭିତରେ ଚନ୍ଦନ କାଠ ରଖାଯାଇଥିବା ଜଣାପଡ଼ିଥିଲା।
ଓଜନ କରାଯିବା ପରେ ଏଥିରୁ ମୋଟ ୧୦୫ କିଲୋ ଚନ୍ଦନ କାଠ ମିଳିଥିଲା।
ଏଥିସହ ୩ଟି ମୋବାଇଲ୍ ଫୋନ୍, ୪ ହଜାର ଟଙ୍କା ନଗଦ ଓ ଅଟୋକୁ ପୁଲିସ ଜବତ କରିଛି।
ମହାରାଷ୍ଟ୍ରରେ ୧୨ ଲକ୍ଷ ଟଙ୍କାର ଚନ୍ଦନ କାଠ ଜବତ ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁସୁମୀ ଗ୍ରାମର ସିରାଜ ଖାନ୍, ଆକ୍ରମ ଖାନ୍ ଏବଂ ଗଜପତି ଜିଲ୍ଲା ରାମଗିରି ଥାନା ସାନସଦା ଗ୍ରାମର ଦାମୋଦର ପ୍ରଧାନ।
ଏନେଇ କାଶୀନଗର ଥାନାରେ ମାମଲା ନଂ.
୧୬୯/୨୬ ରୁଜୁ ହୋଇଛି।
ଏସ୍ଆଇ ପଞ୍ଚାନନ ବେହେରା ଘଟଣାର ତଦନ୍ତ ଚଳାଇଛନ୍ତି।
ଚନ୍ଦନ କାଠ କେଉଁଠାରୁ ଆସିଥିଲା ଏବଂ ଏହା କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ତଦନ୍ତ ଜାରି ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।