Sandalwood Smuggling Exposed: ଅଟୋରେ ଚନ୍ଦନ କାଠ ଚୋରା ଚାଲାଣ, ଧରିଲା ପୁଲିସ

Sep 04, 2026 - 16:29
Sandalwood Smuggling Exposed: ଅଟୋରେ ଚନ୍ଦନ କାଠ ଚୋରା ଚାଲାଣ, ଧରିଲା ପୁଲିସ

ଅଟୋ ରେ ଚନ୍ଦନ କାଠ ଚୋରାଚାଲାଣ ବେଳେ ମାଡି ବସିଲା ଗଜପତି ଜିଲ୍ଲା କାଶୀନଗର ଥାନା ପୁଲିସ। ପାରଳାଖେମୁଣ୍ଡି-ଗୁଣୁପୁର ରାଜ୍ୟ ରାଜପଥର ଖାରଡ଼ା ଛକ ନିକଟରେ ଏକ ଅଟୋରେ ଚୋରାଚାଲାଣ ହେଉଥିବାବେଳେ ୧୦୫ କିଲୋ ଚନ୍ଦନ କାଠ ପୁଲିସ ଜବତ କରିଛି। ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। 

ଚୋରା ଚାଲାଣ ଘଟଣାରେ ୩ ଜଣଙ୍କୁ ପୁଲିସ ଗିରଫ କରିବା ସହ ଚନ୍ଦନ କାଠ ଚାଲାଣ ରେ ବ୍ୟବହୃତ ଅଟୋକୁ ଜବତ କରିଛି। କାଶୀନଗର ଥାନା ଟିମ୍  ସକାଳ ସମୟରେ ଖାରଡ଼ା ଛକ ନିକଟରେ ପାଟ୍ରୋଲିଂ କରୁଥିଲା। ପୂର୍ବରୁ ଏକ ଅଟୋରେ ଚୋରା ସାମଗ୍ରୀ ଚାଲାଣ ହେଉଥିବା ନେଇ ପୁଲିସକୁ ସୂଚନା ଥିଲା, ଅଟୋଟି ସେହି ରାସ୍ତାରେ ଆସୁଥିବା ଦେଖି ଅଟକାଇଥିଲା ପୁଲିସ୍। ଯାଞ୍ଚ ବେଳେ ୫ଟି ବ୍ୟାଗ୍  ଭର୍ତ୍ତି ଚନ୍ଦନ କାଠ ଥିବା ଦେଖିବାକୁ ମିଳିଥିଲା। ଓଜନ କରାଯିବାରୁ ଏଥିରୁ ମୋଟ ୧୦୫ କିଲୋ ଚନ୍ଦନ କାଠ ମିଳିଥିଲା। ଏଥିସହ ୩ଟି ମୋବାଇଲ୍  ଫୋନ୍ , ୪ ହଜାର ଟଙ୍କା ନଗଦ ଓ ଅଟୋ ଟିକୁ ପୁଲିସ ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁସୁମୀ ଗ୍ରାମର ସିରାଜ ଖାନ୍ , ଆକ୍ରମ ଖାନ୍  ଏବଂ ଗଜପତି ଜିଲ୍ଲା ରାମଗିରି ଥାନା ସାନସଡା ଗ୍ରାମର ଦାମୋଦର ପ୍ରଧାନ। ଏନେଇ କାଶୀନଗର ଥାନାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

ଅଟୋରେ ଚନ୍ଦନ କାଠ ଚୋରା ଚାଲାଣ
ମାଡିବସିଲା ଗଜପତି ଜିଲ୍ଲା କାଶୀନଗର ଥାନା ପୋଲିସ
 ୧୦୫ କିଲୋ ଚନ୍ଦନ କାଠ ଜବତ
୩ ଜଣଙ୍କୁ ଗିରଫ କଲା ପୋଲିସ
ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ୧୦ ଲକ୍ଷ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।