Sandbags Swept Away While Repairing Breach: ଘାଇ ମରାମତି ବେଳେ ଧୋଇ ଗଲା ବାଲିବସ୍ତା, ଏହି ଅଞ୍ଚଳରେ ବନ୍ୟା ଆଶଙ୍କା
କାଣୀ ନଦୀରେ ପୁଣି ଘାଇ। ବନ୍ଧ ମରାମତି ବେଳେ ପୁଣି ହେଲା ଘାଇ,ଧୋଇଗଲା ବାଲିବନ୍ଧ। ଯାଜପୁର ଜିଲ୍ଲା ଦଶରଥପୁର ପାଟଣାଠାରେ ବୈତରଣୀ ଶାଖା କାଣୀ ନଦୀରେ ଦୁଇଟି ଘାଇ ହୋଇଥିଲା। ଘାଇ ମରାମତି ଚାଲିଥିବା ବେଳେ ଗୋଟିଏ ଘାଇ ବୁଡି ପାଣି ଚାଲିଛି। ପୁନରୁଦ୍ଧାର ପାଇଁ ମରାମତି ହେଉଥିବା ଘାଇରେ ବ୍ୟବହୃତ ବାଲି ବସ୍ତା କାଠ ସବୁ ଧୋଇ ଯାଇଛି। ଚାଷ ଜମିରେ ପାଣି ପଶିଥିବା ବେଳେ ତରପଦା ଓ କସପା ପଞ୍ଚାୟତରେ ବନ୍ୟା ଆଶଙ୍କା ଦେଖା ଦେଇଛି।
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ପଞ୍ଚାୟତ ଲୋକେ ଏବେ ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି l ଯଦି ଗାଁର ଭୌଗୋଳିକ ଅବସ୍ଥିତି କହିବା ଗାଁର ଚାରି ପଟରେ ନଦୀ l ଗୋଟିଏ ପଟେ ବ୍ରାହ୍ମଣୀ ନଦୀର ବନ୍ୟା ପାଣି ପ୍ରବେଶ କରୁଥିବା ବେଳେ ଅନ୍ୟ ପଟେ ବୈତରଣୀ ଶାଖା ନଦୀ କାଣୀ ନଦୀରେ ବନ୍ୟା । ଅତି ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ସିଂହଗାଁ ପଞ୍ଚାୟତବାସୀ ।..
ସାଳନ୍ଦୀ ଓ ନାଳିଆ ନଦୀର ଜଳସ୍ତର ବୃଦ୍ଧି ପାଇଛି। ନାଳିଆ ନଦୀରେ ପ୍ରବଳ ପାଣି ଯୋଗୁଁ ବିଭନ୍ନ ସ୍ଥାନରେ ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଛି। ଭଦ୍ରକ ବିଲଣା ପଞ୍ଚାୟତ ଲଞ୍ଜାତାରା ନିକଟରେ ୨୦୦ ଫୁଟର ଘାଇ ହୋଇଛି । ବାରୋ ପଞ୍ଚାୟତ କୁଆମାହାରାରେ ୧୫୦ ଫୁଟ, ବାରୋ ପଞ୍ଚାୟତର ଅନ୍ୟ ସ୍ଥାନରେ ମଧ୍ୟ ଘାଇ ଅନେକ ସମସ୍ୟା ସୄଷ୍ଟି କରୁଛି। ବନ୍ୟା ଜଳ ଏବେ ଚାଷ ଜମିରେ ମାଡ଼ି ଫସଲ ନଷ୍ଟ କରିବାର ଆଶଙ୍କା ଦେଖାଦେଇଛି।
କାଣୀ ନଦୀରେ ପୁଣି ଘାଇ
ବନ୍ଧ ମରାମତି ବେଳେ ପୁଣି ହେଲା ଘାଇ
କାଣୀ ନଦୀରେ ପାଣି ଆସି ଧୋଇଗଲା ବାଲି ବନ୍ଧ
ଦଶରଥପୁର ପାଟଣାଠାରେ କାଣୀ ନଦୀରେ ପୁଣି ଘାଇ
ପୂର୍ବରୁ ହୋଇଥିବା ଘାଇ ମରାମତି ବେଳେ ପୁଣି ହେଲା ଘାଇ
ଧୋଇ ଗଲା ବାଲି ବସ୍ତା
ଚାଷ ଜମିରେ ପଶିଲା ପାଣି
ତରପଦା ଓ କସପା ପଞ୍ଚାୟତରେ ବନ୍ୟା ଆଶଙ୍କା
ଚାଷ ଜମିରେ ପାଣି ୨ ପଞ୍ଚାୟତରେ ବନ୍ୟା ଆଶଙ୍କା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।