Santoshi Maa Temple Theft: ସନ୍ତୋଷୀମା’ ମନ୍ଦିରରେ ବଡ଼ ଚୋରି, ଅଳଙ୍କାର ଲୁଟ୍‌ ସହ ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ ଦୁର୍ବୃତ୍ତ

Sep 23, 2026 - 17:07
Santoshi Maa Temple Theft:  ସନ୍ତୋଷୀମା’ ମନ୍ଦିରରେ ବଡ଼ ଚୋରି, ଅଳଙ୍କାର ଲୁଟ୍‌ ସହ ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ ଦୁର୍ବୃତ୍ତ

"ଘୁ.ଉଦୟଗିରି(ସମୀର ପାଢ଼ୀ): କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରର ଗଣେଶ ମୁଣ୍ଡିଆଠାରେ ଅବସ୍ଥିତ ସନ୍ତୋଷୀମା" ମନ୍ଦିରରୁ ଦେବୀଙ୍କ ଅଳଙ୍କାର ଓ ହୁଣ୍ଡି ଭାଙ୍ଗି ସହସ୍ରାଧିକ ଦାନଟଙ୍କା ଚୋରି ହୋଇଛି।

ଘଟଣା ପ୍ରସାରିତ ହେବା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।Advertisment ଅଷ୍ଟଧାତୁ କନକଦୁର୍ଗାଙ୍କ ସହ ୯ ମୂର୍ତ୍ତି ଚୋରି: ବଢ଼ିଚାଲିଛି ମନ୍ଦିର ଚୋରି, ତଦନ୍ତ ଫଳ ଶୂନସୂଚନାନୁସାରେ, ଆଜି (ବୁଧବାର) ପୂର୍ବାହ୍‌ଣରେ ସବୁଦିନ ଭଳି ମନ୍ଦିର ପୂଜକ ପୂଜା ନିମନ୍ତେ ମନ୍ଦିରକୁ ଯାଇଥିଲେ।

ତେବେ ମନ୍ଦିର କବାଟ ଖୋଲାଥିବା ଦେଖି ସନ୍ଦେହରେ ଯାଞ୍ଚ କରିଥିଲେ।

ଧରାପଡିଲା ମନ୍ଦିର ଚୋରି ମୁକୁଟ ଓ କିରଟିଦେବୀଙ୍କ ଆଖି, ସୁନାରହାର ମଥାମଣି, ତ୍ରିଶୂଳ ଆଦି ଚୋରି ହୋଇଯାଇଥିଲା।

ମନ୍ଦିର ସମ୍ମୁଖରେ ଥିବା ହୁଣ୍ଡି ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଦାନ ଟଙ୍କା , ସୁନା ଆଦି ମଧ୍ୟ ଦୁର୍ବୃତ୍ତମାନେ ଲୁଟିନେଇଥିବା ଜଣାଯାଇଛି।

ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୁଲିସ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି।

ଚୋରି ସମ୍ପର୍କିତ ଖବର ପ୍ରଚାରିତ ହେବା କ୍ଷଣି ଅନେକ ମନ୍ଦିର ନିକଟରେ ଜମା ହୋଇଥିଲେ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଶ୍ରୀରାମ ମନ୍ଦିର ପରିସରର ମଧ୍ୟରେ ଥିବା ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ଚୋରାଇନେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।