Saudi Arabia Executes Two Bangladeshis: ମକ୍କା ମସଜିଦରେ କିସ୍‌ ପାଇଁ ଫାଶୀ? ଦୁଇ ବାଂଲାଦେଶୀଙ୍କ ମୃତ୍ୟୁକୁ ନେଇ ବିବାଦ

Oct 20, 2026 - 21:54
Saudi Arabia Executes Two Bangladeshis: ମକ୍କା ମସଜିଦରେ କିସ୍‌ ପାଇଁ ଫାଶୀ? ଦୁଇ ବାଂଲାଦେଶୀଙ୍କ ମୃତ୍ୟୁକୁ ନେଇ ବିବାଦ

ସାଉଦି ଆରବର ପବିତ୍ର ସହର ମକ୍କାରେ ଦୁଇ ବାଂଲାଦେଶୀ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନାଜରୁଲ ଇସଲାମ ଅବଦୁଲ ବାସିର ଓ ସିତି ଅଖତରଙ୍କୁ ଅକ୍ଟୋବର ୧୪ରେ ଫାଶୀ ଦିଆଯାଇଥିବା ସାଉଦି ଗଣମାଧ୍ୟମ ରିପୋର୍ଟ କରିଛି। ମସଜିଦ ଭିତରେ ‘ଅନୈତିକ କାର୍ଯ୍ୟ’ ଅଭିଯୋଗରେ ଉଭୟଙ୍କୁ ଦଣ୍ଡ ଦିଆଯାଇଥିବା କୁହାଯାଇଛି। 

ତେବେ ସେମାନେ ପ୍ରକୃତରେ କ’ଣ କରିଥିଲେ, ତାହା ସ୍ପଷ୍ଟ କରିନାହାନ୍ତି ସାଉଦି କର୍ତ୍ତୃପକ୍ଷ। ଚୁମ୍ବନ ଦେବା ଯୋଗୁଁ ଫାଶୀ ଦିଆଯାଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାର ସରକାରୀ ପୁଷ୍ଟି ହୋଇନାହିଁ। ସବୁଠାରୁ ବଡ଼ ପ୍ରଶ୍ନ—ଫାଶୀ ପୂର୍ବରୁ ବାଂଲାଦେଶ ସରକାର କିମ୍ବା ମୃତକଙ୍କ ପରିବାରକୁ କାହିଁକି ସୂଚନା ଦିଆଗଲା ନାହିଁ? ଘଟଣାକୁ ନେଇ ବାଂଲାଦେଶରେ ତୀବ୍ର ପ୍ରତିକ୍ରିୟା ପରେ ସାଉଦି ଆରବଠାରୁ ସ୍ପଷ୍ଟୀକରଣ ମାଗିଛି ଢାକା। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।