Saudi Arabia: ଫ୍ଲାଏଦୁବାଇ ଯାତ୍ରୀମାନଙ୍କୁ ଆଣିବା ପାଇଁ ପ୍ରସ୍ତୁତ ଥିଲା ଇସ୍ରାଏଲୀ ବିମାନ: ମନା କଲା ସାଉଦି ଆରବ
"ରିୟାଦ: ପାଇଲଟମାନଙ୍କ ମଧ୍ୟରେ ହିଂସାତ୍ମକ ବିବାଦ ପରେ ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନ ଏଫଜେଡ-୧୦୭୩ର ମାର୍ଗ ପରିବର୍ତ୍ତନ କରାଯାଇ ସାଉଦି ଆରବକୁ ଅଣାଯାଇଥିଲା।
ବିମାନଟି ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା।
ଇସ୍ରାଏଲ ପରବର୍ତ୍ତୀ ସମୟରେ ଯାତ୍ରୀମାନଙ୍କୁ ଫେରାଇ ଆଣିବା ପାଇଁ ନିଜସ୍ୱ ବିମାନ ପଠାଇବାକୁ ସାଉଦିକୁ ଅନୁମତି ମାଗିଥିଲା, କିନ୍ତୁ ସାଉଦି ମନା କରିଦେଇଥିଲା ବୋଲି ସୂଚନା ଆଧାରରେ ରଏଟର୍ସ କହିଛି।Advertisment କୂଟନୈତିକ ସମ୍ପର୍କ ନାହିଁ ସୂତ୍ର ଅନୁଯାୟୀ ସାଉଦି ଆରବରେ ଫସି ରହିଥିବା ଇସ୍ରାଏଲୀ ଯାତ୍ରୀମାନଙ୍କୁ ଫେରାଇ ଆଣିବା ପାଇଁ ଇସ୍ରାଏଲୀ ସାମରିକ ବିମାନ ପଠାଇବାକୁ ଅନୁରୋଧ କରାଯାଇଥିଲା।
ସାଉଦି ଆରବର ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ନାହିଁ।
ତେଣୁ ସାଉଦି ଏପରି କରିଥାଏପାରେ ବୋଲି ଅନୁମାନ କରାଯାଉଛି।
ସୂତ୍ର ଅନୁସାରେ ଇସ୍ରାଏଲୀ ବାୟୁସେନା ଯାତ୍ରୀମାନଙ୍କୁ ଫେରାଇ ଆଣିବା ପାଇଁ ଏକ ସି-୧୩୦ଜେ ସୁପର ହରକ୍ୟୁଲେସ୍ ବିମାନ ପଠାଇବାକୁ ପ୍ରସ୍ତୁତ ହେଉଥିଲା।
ତେବେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଉପରେ ସାଉଦି ସରକାର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। pilot smit machhar: ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କୁ ସାରା ବିଶ୍ବର ପ୍ରଶଂସା, ମୋଦୀ କହିଲେ ତୁମେ ହିରୋ ଇସ୍ରାଏଲର ଅନୁରୋଧ ଏପରି ଆସିଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଆବ୍ରାହମ ଚୁକ୍ତିନାମାରେ ସାଉଦି ଆରବକୁ ସାମିଲ ହେବା ପାଇଁ ରାଜି କରାଇବାକୁ ଚେଷ୍ଟା କରୁଛନ୍ତି।
ଏହା ଅନ୍ତର୍ଗତ ଅନେକ ଆରବ ଦେଶ ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରିସାରିଛନ୍ତି।
ତେବେ ସାଉଦି ଆରବ କହିଛି ଯେ, ପାଲେଷ୍ଟାଇନ ରାଷ୍ଟ୍ର ଗଠନ ପାଇଁ ଏକ ସ୍ପଷ୍ଟ ପଥ ଦୃଶ୍ୟମାନ ନହେବା ପର୍ଯ୍ୟନ୍ତ ଆମେ ଏହି ଚୁକ୍ତିନାମାରେ ଯୋଗଦେବୁ ନାହିଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।