Sawan Somvar 2026: ଶ୍ରାବଣର ତୃତୀୟ ସୋମବାର: ଶିବଲିଙ୍ଗରେ ଜଳାଭିଷେକର ଶୁଭ ସମୟ ଜାଣନ୍ତୁ, ଏମିତି କରନ୍ତୁ ପୂଜା

Aug 17, 2026 - 10:24
Sawan Somvar 2026: ଶ୍ରାବଣର ତୃତୀୟ ସୋମବାର: ଶିବଲିଙ୍ଗରେ ଜଳାଭିଷେକର ଶୁଭ ସମୟ ଜାଣନ୍ତୁ, ଏମିତି କରନ୍ତୁ ପୂଜା

ଆଜି ଅଗଷ୍ଟ ୧୭, ଶ୍ରାବଣ ମାସର ତୃତୀୟ ସୋମବାର। ଏହି ଦିନ ଭଗବାନ ଶିବଙ୍କୁ ସମର୍ପିତ ହୋଇଥିବାରୁ ଭକ୍ତମାନେ ଉପବାସ ରଖିବା ସହ ଶିବଲିଙ୍ଗରେ ଜଳାଭିଷେକ କରିଥାନ୍ତି। ଧାର୍ମିକ ବିଶ୍ୱାସ ଅନୁସାରେ, ଶ୍ରାବଣ ସୋମବାରରେ ବିଧିବିଧାନରେ ଭଗବାନ ଶିବଙ୍କୁ ପୂଜା କଲେ ଶିବଙ୍କ ଆଶୀର୍ବାଦ ମିଳିଥାଏ।

ଏହି ଦିନ ଶିବଲିଙ୍ଗରେ ଜଳ, କ୍ଷୀର ଓ ବେଲପତ୍ର ଅର୍ପଣ କରିବା ସହ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା ଶୁଭ ବୋଲି ମାନ୍ୟତା ରହିଛି। ଅଗଷ୍ଟ ୧୭ରେ ଶୁଭ ଯୋଗ ଓ ରବି ଯୋଗର ସଂଯୋଗ ମଧ୍ୟ ରହିଛି।

ଜଳାଭିଷେକ ପାଇଁ ଶୁଭ ସମୟ

•    ବ୍ରହ୍ମ ମୁହୂର୍ତ୍ତ: ଭୋର ୪:୨୪ରୁ ୫:୦୮
•    ଅମୃତ ମୁହୂର୍ତ୍ତ: ସକାଳ ୫:୫୧ରୁ ୭:୩୦
•    ଶ୍ରେଷ୍ଠ ଶୁଭ ମୁହୂର୍ତ୍ତ: ସକାଳ ୯:୦୮ରୁ ୧୦:୪୭
•    ଶୁଭ ମୁହୂର୍ତ୍ତ: ଦିନ ୧୧:୫୯ରୁ ୧୨:୫୧

ଏମିତି କରନ୍ତୁ ଶିବଲିଙ୍ଗର ଜଳାଭିଷେକ

ଶ୍ରାବଣ ସୋମବାରରେ ସକାଳୁ ଉଠି ସ୍ନାନ କରି ସଫା ପୋଷାକ ପିନ୍ଧନ୍ତୁ। ଏହାପରେ ଶିବ ମନ୍ଦିର ଯାଇ ଶିବଲିଙ୍ଗରେ ପ୍ରଥମେ ଗଙ୍ଗାଜଳ କିମ୍ବା ପବିତ୍ର ଜଳ ଅର୍ପଣ କରନ୍ତୁ। ପରେ କ୍ଷୀର, ଦହି, ମହୁ ଓ ଘିଅରେ ଅଭିଷେକ କରିପାରିବେ।

ଅଭିଷେକ ପରେ ଶିବଲିଙ୍ଗରେ ବେଲପତ୍ର, ଦୁଦୁରା, ଅରଖ ଫୁଲ ଅର୍ପଣ କରନ୍ତୁ। ଏହାପରେ ଚନ୍ଦନ ଓ ଅରଖ ଅର୍ପଣ କରି ଧୂପ-ଦୀପ ଜଳାଇ ପୂଜା କରନ୍ତୁ।

ପୂଜା ସମୟରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା ସହ ଶିବ ଚାଳିଶା କିମ୍ବା ଶିବ ସ୍ତୁତି ପାଠ କରିପାରିବେ। ଶେଷରେ ଭଗବାନ ଶିବଙ୍କ ଆରତୀ କରି ନିଜର ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରନ୍ତୁ।

ଧାର୍ମିକ ମାନ୍ୟତା ଅନୁସାରେ, ଶ୍ରାବଣ ସୋମବାରରେ ଶିବଙ୍କ ଆରାଧନା କରିବା ଦ୍ୱାରା ଭକ୍ତଙ୍କ ଜୀବନରେ ସକାରାତ୍ମକତା ଆସିଥାଏ ଏବଂ ଶିବଙ୍କ କୃପା ମିଳିଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।