SBI: ଏସବିଆଇରେ ୨୦୭ଟି ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ନିଯୁକ୍ତି ସୁଯୋଗ, ସେପ୍ଟେମ୍ବର ୨୫ ଆବେଦନର ଶେଷ ତାରିଖ
"ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସ୍ପେଶାଲିଷ୍ଟ କ୍ୟାଡର ଅଫିସର (SO) ଭାବେ ୨୦୭ଟି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ସମସ୍ତ ପଦବୀ ୫ ବର୍ଷିଆ ଚୁକ୍ତିଭିତ୍ତିକ ଭିତ୍ତିରେ ପୂରଣ କରାଯିବ।
ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ।
ଆବେଦନ କରିବାର ଶେଷ ତାରିଖ ୨୫ ସେପ୍ଟେମ୍ବର ୨୦୨୬ ଧାର୍ଯ୍ୟ କରାଯାଇଛି।Advertisment ପ୍ରମୁଖ ପଦବୀ ଓ ଯୋଗ୍ୟତା:ଜୋନାଲ ହେଡ୍ ରିଟେଲ୍ ଓ ରିଜିଓନାଲ ହେଡ୍: ଏହି ପଦବୀଗୁଡ଼ିକ ପାଇଁ ପ୍ରାର୍ଥୀଙ୍କ ପାଖରେ ୬୦ ପ୍ରତିଶତ ମାର୍କ ସହ ଏମବିଏ ଡିଗ୍ରୀ ଏବଂ ସମ୍ପୃକ୍ତ କ୍ଷେତ୍ରରେ ୧୨ରୁ ୧୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
ବୟସ ସୀମା ୩୫ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
ରିଲେସନସିପ୍ ମ୍ୟାନେଜର (ଟିମ୍ ଲିଡ୍): ଯେକୌଣସି ବିଷୟରେ ସ୍ନାତକ ସହ ଅତିକମରେ ୮ ବର୍ଷର ଅଭିଜ୍ଞତା ଆବଶ୍ୟକ।
ଇନଭେଷ୍ଟମେଣ୍ଟ ଅଫିସର (SI/IO): ଫାଇନାନ୍ସରେ ମାଷ୍ଟର୍ସ ଡିଗ୍ରୀ କିମ୍ବା ସିଏ ଯୋଗ୍ୟତା ସହ ୪ରୁ ୬ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। (ବୟସ ସୀମା: ୨୮ରୁ ୪୨ ବର୍ଷ)।
ଚୟନ ପ୍ରକ୍ରିୟା ଓ ବେତନପଦବୀ ଅନୁସାରେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୩ ବର୍ଷ ଏବଂ ସର୍ବାଧିକ ବୟସ ୫୦ ବର୍ଷ ଧାର୍ଯ୍ୟ କରାଯାଇଛି |ପ୍ରାର୍ଥୀମାନଙ୍କୁ ଶର୍ଟଲିଷ୍ଟ କରାଯିବା ପରେ ୧୦୦ ମାର୍କର ଇଣ୍ଟରଭ୍ୟୁ (ସାକ୍ଷାତକାର) ମାଧ୍ୟମରେ ଚୟନ କରାଯିବ।
ଏହି ଇଣ୍ଟରଭ୍ୟୁ ଟେଲିଫୋନ୍ କିମ୍ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇପାରେ।
ସାକ୍ଷାତକାର ସମୟରେ ପ୍ରାର୍ଥୀଙ୍କ ଅଭିଜ୍ଞତା ଓ ପଦବୀ ଅନୁଯାୟୀ ବେତନ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।
ଆହୁରି ପଢନ୍ତୁ: Seva Sankalp campaign "ସେବା ସଂକଳ୍ପ" ଅଭିଯାନକୁ ଜନଆନ୍ଦୋଳନ କରନ୍ତୁ: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କିପରି ଆବେଦନ କରିବେ?୧.
ପ୍ରାର୍ଥୀମାନେ SBIର ଅଫିସିଆଲ୍ କ୍ୟାରିୟର୍ସ ୱେବସାଇଟ୍ (sbi.bank.in) କୁ ଯାଇ ନୂଆ ରେଜିଷ୍ଟ୍ରେସନ କରିବେ।୨.
ଲଗଇନ୍ କରି ନିଜର ବ୍ୟକ୍ତିଗତ ଓ ଶିକ୍ଷାଗତ ଯୋଗ୍ୟତା ବିବରଣୀ ପୂରଣ କରିବେ।୩.
ନିଜର ଫଟୋଗ୍ରାଫ୍, ସିଗ୍ନେଚର୍ ଓ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରିବେ।୪.
ଆବେଦନ ଫି' ପ୍ରଦାନ କରି ଫର୍ମ ସବମିଟ୍ କରିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।