SC Sets Up Committee: ବିଚାରପତିମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ, ଚାପ କମାଇବାକୁ କମିଟି ଗଠନ କଲେ ପ୍ରଧାନ ବିଚାରପତି

Oct 10, 2026 - 14:01
SC Sets Up Committee: ବିଚାରପତିମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ, ଚାପ କମାଇବାକୁ କମିଟି ଗଠନ କଲେ ପ୍ରଧାନ ବିଚାରପତି

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଦେଶର ନ୍ୟାୟିକ ଅଧିକାରୀମାନଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି। ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।

ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଏହି 'ଷ୍ଟାଣ୍ଡାର୍ଡ କମିଟି ଅନ୍ ଜୁଡିସିଆଲ୍ ୱେଲ୍-ବିଙ୍ଗ'ର ମୁଖ୍ୟ ଭାବରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ କେ.ଭି. ବିଶ୍ୱନାଥନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାଛଡ଼ା ଏହି କମିଟିରେ ଅନ୍ୟାନ୍ୟ ବିଶେଷଜ୍ଞମାନେ ମଧ୍ୟ ସାମିଲ ଅଛନ୍ତି ଯେପରିକି ଡାକ୍ତର ସବିତା ମଲହୋତ୍ରା (PGIMER ଚଣ୍ଡିଗଡ଼ର ପୂର୍ବତନ ଡିନ୍), ରଜତ ମିତ୍ର (ମନୋବିଜ୍ଞାନୀ), ମୃଣାଳ କନୱର (ଆଡ୍‌ଭୋକେଟ୍-ଅନ୍-ରେକର୍ଡ) ଓ ଆରତି ସିଂହ (ସୁପ୍ରିମକୋର୍ଟ ରେଜିଷ୍ଟ୍ରାର୍)।

ଏହି କମିଟି ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କାର୍ଯ୍ୟଭାର ଏବଂ ଚାପର ମୁକାବିଲା। ଦେଶର ବିଭିନ୍ନ କୋର୍ଟରେ କାର୍ଯ୍ୟରୁତ ବିଚାରପତି ଏବଂନ୍ୟାୟିକ ଅଧିକାରୀମାନେ ଅତ୍ୟଧିକ କାର୍ଯ୍ୟଭାର, ପ୍ରେସର ଏବଂ ବୃତ୍ତିଗତ ଚାପର ସମ୍ମୁଖୀନ ହୋଇଥାଆନ୍ତି। ଏହି ମାନସିକ ଓ ଶାରୀରିକ ଚାପକୁ ଦୂର କରିବା ଏବଂ ସେମାନଙ୍କର ସୁସ୍ଥତା ସୁନିଶ୍ଚିତ କରିବା ଏହି କମିଟିର ମୁଖ୍ୟ ଲକ୍ଷ୍ୟ।

ଅଧିକ ସମୟ ଧରି କାମ କରିବା, କର୍ମଚାରୀଙ୍କ ଅଭାବ, ପ୍ରଶାସନିକ ଚାପ ଏବଂ କାର୍ଯ୍ୟ ତଥା ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ବିଚାରପତିମାନେ ଯେଉଁସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାହା ଏହି କମିଟି ଅନୁଧ୍ୟାନ କରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।