School Holiday Declared: ଆଜି ଏହି ଦୁଇ ଜିଲ୍ଲାରେ ସ୍କୁଲ୍ ଛୁଟି, ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
ଆଜି ଭଦ୍ରକ ଜିଲ୍ଲାର ୨୦୫ ସ୍କୁଲ ଛୁଟି ଘୋଷଣା । ବନ୍ୟା ପ୍ରଭାବିତ ଭଦ୍ରକ ଜିଲ୍ଲାର ୪ ବ୍ଲକରେ ସ୍କୁଲ ଛୁଟି ଘୋଷଣା ହୋଇଛି । ଭଦ୍ରକ, ତିହିଡ଼ି, ଧାମନଗର, ଚାନ୍ଦବାଲି ବ୍ଲକରେ ଛୁଟି ରହିଛି ସ୍କୁଲ । ଏଥିସହ ୨୬୫ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା କରିଛି ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ ରହିବ ସ୍କୁଲ । ...
ସେହିଭଳି ଆଜି ବନ୍ୟା ପ୍ରଭାବିତ ଯାଜପୁରର ୮ଟି ବ୍ଲକର ୩୧୩ଟି ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ...
ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଏବେ ବି ଉଦବେଗଜନକ ବନ୍ୟା ସ୍ଥିତି। ଚାନ୍ଦବାଲି ଏନ୍ଏସି କୁଞ୍ଜକାଳିକା ଗାଁ ୧୨ ନମ୍ବର ଵାର୍ଡରେ ଲହଡ଼ି ଭାଙ୍ଗୁଛି ଅଣ୍ଟାଏ ଉଚ୍ଚର ବନ୍ୟା ପାଣି। ଏବେ ବି ଘରୁ ପଦାକୁ ବାହାରି ପାରୁ ନାହାନ୍ତି ବନ୍ୟା ବିପନ୍ନ। ଘରେ ବାହାରେ ସବୁଠି ବନ୍ୟା ଜଳର ରାଜୁତି।
ସେପଟେ ଏବେ ବି ଅନେକ ସଂଖ୍ୟାରେ ଲୋକେ ଘରଦ୍ବାରା ଛାଡ଼ି ଅନ୍ୟ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ସେହିଭଳି ଲୋକଙ୍କ ଭଳି ବହୁ ଅସୁବିଧାରେ ସଙ୍ଘର୍ଷ କରୁଛନ୍ତି ଗୃହ ପାଳିତ ଜୀବଜନ୍ତୁ। ଚାନ୍ଦବାଲି ଅଞ୍ଚଳରେ ଏବର୍ଷ ବାରମ୍ବାର ବନ୍ୟା ଆସିବା ପରେ ବନ୍ୟା ବିପନ୍ନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି।...
ଆଜି ଭଦ୍ରକ ଜିଲ୍ଲାର ୨୦୫ ସ୍କୁଲ ଛୁଟି ଘୋଷଣା
ବନ୍ୟା ପ୍ରଭାବିତ ଭଦ୍ରକ ଜିଲ୍ଲାର ୪ ବ୍ଲକରେ ସ୍କୁଲ ଛୁଟି
ଭଦ୍ରକ, ତିହିଡ଼ି, ଧାମନଗର, ଚାନ୍ଦବାଲିର ୨୦୫ ସ୍କୁଲ ଛୁଟି
୨୬୫ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା କଲା ପ୍ରଶାସନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।