School Waterlogged: ହାଇସ୍କୁଲ ଭିତରେ ପଶିଲା ପାଣି; ଆସବାବପତ୍ର, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ
ହାଇସ୍କୁଲ ଭିତରେ ପଶିଲା ପାଣି।
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗାଙ୍ଗପୁର ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଜଳବନ୍ଦୀ ସ୍ଥିତି।
ପ୍ରବଳ ବର୍ଷା ଯୋଗୁଁ ନିକଟସ୍ଥ ନାଳରୁ ପାଣି ବିଦ୍ୟାଳୟ ଭିତରକୁ ପଶିଛି।
ବିଦ୍ୟାଳୟର ଆସବାବପତ୍ର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହେବା ଆଶଙ୍କା ରହିଛି।
ଏପରିକି ସ୍କୁଲ ଭିତରେ ଥିବା ଏକ କାର୍ ମଧ୍ୟ ପାଣିରେ ବୁଡ଼ି ରହିଛି।
Advertisment ଅନ୍ୟପଟେ ପାଟପଲ୍ଲୀ ଛକ ଠାରେ ଥିବା ବାନ୍ଥୁଳି ନଦୀର ବ୍ରିଜ୍ ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଛି।
ଫଳରେ ସୋରଡାରୁ ଦାରିଙ୍ଗବାଡ଼ି ସଂଯୋଗ କରୁଥିବା 59 ନମ୍ୱର୍ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି।
ତେବେ ବାତ୍ୟା ଜନିତ ଲଗାଣ ବର୍ଷାରେ ସୋରଡ଼ା ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ୁଥିବାରୁ ଚିନ୍ତାରେ ଅଛନ୍ତି ସ୍ଥାନୀୟ ଲୋକେ।
ହାଇସ୍କୁଲ ଭିତରେ ପଶିଲା ପାଣି ଗଞ୍ଜାମ ସୋରଡ଼ା ବ୍ଲକ ଗାଙ୍ଗପୁର ହାଇସ୍କୁଲ ଭିତରେ ପାଣି ହାଇସ୍କୁଲ୍ ର ଆସବାବପତ୍ର, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ ସ୍କୁଲ ଭିତରେ ଥିବା ଏକ କାର୍ ମଧ୍ୟ ପାଣିଲେ ବୁଡ଼ିଲା Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।