Schools To Conduct Summative Assessment-1 Exams In September: ସେପ୍ଟେମ୍ବରରେ ସମେଟିଭ୍-୧ ପରୀକ୍ଷା, ଚତୁର୍ଥ ସପ୍ତାହରେ ହେବ ଆସେସମେଣ୍ଟ-୧

Aug 31, 2026 - 16:16
Schools To Conduct Summative Assessment-1 Exams In September: ସେପ୍ଟେମ୍ବରରେ ସମେଟିଭ୍-୧ ପରୀକ୍ଷା, ଚତୁର୍ଥ ସପ୍ତାହରେ ହେବ ଆସେସମେଣ୍ଟ-୧

ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟେମ୍ବରରେ ହେବ ସମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା। ସେପ୍ଟେମ୍ବର ମାସର ଚତୁର୍ଥ ସପ୍ତାହରେ ଏହି ପରୀକ୍ଷା କରାଯିବ। ଏନେଇ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

ନିର୍ଦ୍ଦେଶ ଅନୁଯାୟୀ, ଶିଶୁବାଟିକା-୩ରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀରେ ସମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହି ପରୀକ୍ଷା ଆୟୋଜନ କରାଯିବ।

ପରୀକ୍ଷାକୁ ନିର୍ଦ୍ଧାରିତ ସମୟରେ ଏବଂ ସୁଚାରୁ ଭାବେ ଆୟୋଜନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବିଦ୍ୟାଳୟରେ ପରୀକ୍ଷା ପରିଚାଳନା ଓ ଆବଶ୍ୟକ ପ୍ରସ୍ତୁତି ଠିକ୍ ସମୟରେ ସମ୍ପନ୍ନ କରିବାକୁ କୁହାଯାଇଛି।

ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଅଗ୍ରଗତି ଓ ବିଷୟଭିତ୍ତିକ ଦକ୍ଷତା ଆକଳନ କରିବାରେ ସମେଟିଭ୍ ଆସେସମେଣ୍ଟ-୧ ଗୁରୁତ୍ୱପୂର୍ଣ୍ଣ ହେବ। ତେଣୁ ପରୀକ୍ଷାକୁ ନେଇ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।

ସେପ୍ଟେମ୍ବରରେ ସାର ସମେଟିଭ-୧ ପରୀକ୍ଷା
ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା
ଶିଶୁବାଟିକା-୩ରୁ ଅଷ୍ଟମ, ସବୁ ଶ୍ରେଣୀରେ ହେବ ପରୀକ୍ଷା
ସବୁ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ହେବ ପରୀକ୍ଷା
ସମେଟିଭ-୧ ପରୀକ୍ଷା ଠିକ ସମୟରେ କରିବାକୁ DEO ମାନଙ୍କୁ ନିର୍ଦ୍ଦେଶ
ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ପକ୍ଷରୁ ନିର୍ଦ୍ଦେଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।