Scrub Typhus Cases Rise: ଗାଁରେ ଦେଖାଦେଇଛି ସ୍କ୍ରବ ଟାଇଫସ ଆତଙ୍କ, ୨୯ ପଜିଟିଭ ଚିହ୍ନଟ

Aug 31, 2026 - 15:34
Scrub Typhus Cases Rise: ଗାଁରେ ଦେଖାଦେଇଛି ସ୍କ୍ରବ ଟାଇଫସ ଆତଙ୍କ, ୨୯ ପଜିଟିଭ ଚିହ୍ନଟ

ଦୁଇ ଦିନରେ ୨୯ ସ୍କ୍ରବ ଟାଇଫସ ଚିହ୍ନଟ। ଅନୁଗୋଳ ଜିଲ୍ଲା ପାଲଲହଡା ଉପଖଣ୍ଡ ସାନ ବାଗଦାରୀ ଗାଁରେ ଦେଖାଦେଇଛି ସ୍କ୍ରବ ଟାଇଫସ ଆତଙ୍କ। ଏହି ରୋଗରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିନ୍ତାରେ ଲୋକେ। ଗାଁରେ ପ୍ରଶାସନ ଓ ଡାକ୍ତରୀ ଦଳ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହିତ ରକ୍ତ ନମୁନା ସଂଗ୍ରହ କରିଥିଲେ।

ଦୁଇ ଦିନରେ ୧୮୦ ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂରା ଗାଁକୁ ସାନିଟାଇଜ କରାଯାଇଛି। ସଂକ୍ରମଣ ନ ବ୍ୟାପିବା ପାଇଁ ଔଷଧ ସିଞ୍ଚନ କରାଯିବା ସହ ଲୋକଙ୍କ ନମୁନା ଟେଷ୍ଟ କରାଯାଉଛି।  

ଦୁଇ ଦିନରେ ୨୯ ସ୍କ୍ରବ ଟାଇଫସ ଚିହ୍ନଟ
ପାଲଲହଡା ଉପଖଣ୍ଡ ସାନ ବାଗଦାରୀ ଗାଁରେ ସ୍କ୍ରବ ଟାଇଫସ ଆତଙ୍କ
ଜଣଙ୍କର ମୃତ୍ୟୁ ପରେ, ଚିନ୍ତାରେ ଲୋକେ
୨ ଦିନରେ ୧୮୦ ରକ୍ତ ନମୁନା ପରୀକ୍ଷା, ୨୯ ପଜିଟିଭ 
ପୁରା ଗାଁକୁ କରାଗଲା ସାନିଟାଇଜ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।