Scrub Typhus Spreads Fear: ଅନୁଗୋଳରେ ସ୍କ୍ରବ୍ ଟାଇଫସ୍ ଆତଙ୍କ, ୪ ଆକ୍ରାନ୍ତ ଚିହ୍ନଟ ପରେ ସଂଗ୍ରହ ହେଉଛି ରକ୍ତ ନମୁନା

Aug 29, 2026 - 14:42
Scrub Typhus Spreads Fear: ଅନୁଗୋଳରେ ସ୍କ୍ରବ୍ ଟାଇଫସ୍ ଆତଙ୍କ, ୪ ଆକ୍ରାନ୍ତ ଚିହ୍ନଟ ପରେ ସଂଗ୍ରହ ହେଉଛି ରକ୍ତ ନମୁନା

ଅନୁଗୋଳରେ ସ୍କ୍ରବ୍ ଟାଇଫସ୍ ଆତଙ୍କ। ସାନବାଗଦରୀ ଗାଁରେ ୪ ଆକ୍ରାନ୍ତ ଚିହ୍ନଟ। ବିନ୍ଧୁଛି ମୁଣ୍ଡ, ଯନ୍ତ୍ରଣା ହେଉଛି ଶରୀର...ରୋଗ ଚିହ୍ନଟ ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ। 
ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ସାନବାଗଦରୀ ଗାଁରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ଠାରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହୋଇଛି। ଜମି, ଘାସ, ବୁଦା ଓ ପତ୍ରରେ ଥିବା କ୍ଷୁଦ୍ର କୀଟ ବା ଟିଙ୍କ କାମୁଡ଼ିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ। ଆକ୍ରାନ୍ତ ହେଲେ ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା ଓ ଶରୀର ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ। ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କଲେ ଏହି ରୋଗ ନିୟନ୍ତ୍ରଣ କରାଯାଇପାରେ।

ଜଣେ ବ୍ୟକ୍ତି ବୁର୍ଲା ଭିମସାରରେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ସ୍କ୍ରବ୍ ଟାଇଫସ୍ ରିପୋର୍ଟ ପଜିଟିଭ୍ ଥିଲେ ମଧ୍ୟ ସେ ଗୁରୁତର କିଡନୀ ସମସ୍ୟା ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। ତେଣୁ କେବଳ ସ୍କ୍ରବ୍ ଟାଇଫସ୍ ଯୋଗୁଁ ମୃତ୍ୟୁ ହୋଇଛି କି ନାହିଁ, ତାହା ଯାଞ୍ଚ କରାଯାଉଛି ଏବଂ ପ୍ରତିଷେଧକ ଔଷଧ ବଣ୍ଟନ କରାଯାଉଛି।

ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଏହି ନିରୀକ୍ଷଣ ଜାରି ରହିବ। ଏଥିପାଇଁ ଆତଙ୍କିତ ନ ହୋଇ ସଚେତନ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ... ଏନେଇ ପାଲଲହଡା ବିଧାୟକ କହିଛନ୍ତି ରୋଗ ଯେପରି ଅଧିକ ନ ବ୍ୟାପେ, ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନ ସହ ଆଲୋଚନା ହୋଇଛି। ଆଜି ଗାଁକୁ ଏକ ଡାକ୍ତରୀ ଟିମ୍ ପଠାଯାଉଛି। ରୋଗ ନିୟନ୍ତ୍ରଣ ଏବଂ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।....

ସାବଧାନ! ବ୍ୟାପୁଛି ସ୍କ୍ରବ୍ ଟାଇଫସ୍ 
ଅନୁଗୋଳରେ ସ୍କ୍ରବ୍ ଟାଇଫସ୍ ଆତଙ୍କ
ସାନବାଗଦରୀ ଗାଁରେ ୪ ଆକ୍ରାନ୍ତ ଚିହ୍ନଟ
ଜ୍ୱର, ମୁଣ୍ଡବିନ୍ଧା ଓ ଶରୀର ଯନ୍ତ୍ରଣା ମୁଖ୍ୟ ଲକ୍ଷଣ
ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ଟିମ୍ ର ଯାଞ୍ଚ
ଘର ଘର ବୁଲି ସଂଗ୍ରହ ହେଉଛି ରକ୍ତ ନମୁନା 
ଟିଙ୍କ କାମୁଡ଼ିଲେ ବ୍ୟାପେ ସ୍କ୍ରବ୍ ଟାଇଫସ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।