SDC: ଆସ୍ଥା ଓ ଅସ୍ତିତ୍ବ ହରାଉଛି ଏସ୍ଡିସି: ଅଧ୍ୟକ୍ଷ ନିଯୁକ୍ତିକୁ ୬ ମାସ, ପୂର୍ଣ୍ଣାଙ୍ଗ ପରିଷଦ କେବେ
କୋରାପୁଟ (ପ୍ରଦୀପ କୁମାର ପାଢ଼ୀ): ଆଦିବାସୀ ସଂସ୍କୃତି ଓ କଳାର ପୁନରୁଦ୍ଧାର ଉଦ୍ଦେଶ୍ୟରେ ୨୦୧୮ ମସିହାରେ ଗଠନ ହୋଇଥିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସ୍ଡିସି)। କିନ୍ତୁ ଦୁଇ ବର୍ଷ ହେଲା ପରିଷଦର ଅସ୍ତିତ୍ବକୁ ନେଇ ସଂକଟ ଦେଖାଦେଇଥିବା ବେଳେ ଏବେ ଆସ୍ଥା ହରାଇବାକୁ ଲାଗିଲାଣି। କାରଣ ୨୦୨୪ ସାଧାରଣ ନିର୍ବାଚନ ପରେ ନୂଆ ସରକାର ପରିଷଦକୁ ଭଙ୍ଗ କରିଥିଲେ। ଦୁଇ ବର୍ଷ ପରେ ଚଳିତବର୍ଷ ଏପ୍ରିଲରେ ପରିଷଦକୁ ପୁଣି କ୍ରିୟାଶୀଳ କରିବାକୁ ସରକାର ପଦକ୍ଷେପ ନେଲେ। ଅନୁସୂଚିତ ଜନଜାତି ବସବାସ କରୁଥିବା ୨୩ ଜିଲ୍ଲା ନିମନ୍ତେ ନୂଆ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ। ତେବେ ୬ମାସ ବିତିବା ପରେ ମଧ୍ୟ ପୂର୍ଣ୍ଣାଙ୍ଗ ପରିଷଦ ଗଠନ ହୋଇପାରିଲା ନାହିଁ। ଅନ୍ୟପଟେ ପରିଷଦର ନିଜସ୍ବ ଗାଡ଼ି କିମ୍ବା ପାଣ୍ଠି ନାହିଁ।
Skil development: ଗ୍ରାମାଞ୍ଚଳର ଯୁବପିଢିଙ୍କ ଦକ୍ଷତା ବିକାଶ କରୁଛି ବେଦକ୍ଷତା
କାର୍ଯ୍ୟାଳୟ ଚଳାଇବା ପାଇଁ ଆବଶ୍ୟକ କର୍ମଚାରୀ ନଥିଲା ବେଳେ ସ୍ଥାୟୀ ଭିତ୍ତିଭୂମିର ମଧ୍ୟ ବ୍ୟବସ୍ଥା ହୋଇପାରିନି। ଏପ୍ରିଲରେ କୋରାପୁଟ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ଭଗବାନ ମୁଦୁଲି, ବାସନ୍ତୀ ମାଝୀଙ୍କୁ ଉପାଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଛି। ନିୟମ ଅନୁସାରେ ପରିଷଦକୁ ଯେଉଁ ଅନୁଦାନ ମିଳିବ ତାହାକୁ ପୂର୍ଣ୍ଣାଙ୍ଗ ପରିଷଦର ଅନୁମୋଦନ ପରେ ହିଁ ଖର୍ଚ୍ଚ କରାଯାଇ ପାରିବ। ଏଯାଏଁ ପୂର୍ଣ୍ଣାଙ୍ଗ ପରିଷଦ ଗଠନ ହୋଇନଥିବାରୁ ଅନୁଦାନ ମଧ୍ୟ ମିଳିନାହିଁ। ସେହିପରି ଆଇଟିଡିଏର ଗୋଟିଏ କୋଠା ପରିଷଦର କାର୍ଯ୍ୟାଳୟ ଭାବେ ବ୍ୟବହାର ହେଉଥିଲା ବେଳେ କୌଣସି କର୍ମଚାରୀ ନିଯୁକ୍ତି ପାଇନାହାନ୍ତି।
Drinking water: ପାନୀୟ ଜଳ ପାଇଁ ୮ ପଞ୍ଚାୟତର ଲୋକେ ହନ୍ତସନ୍ତ
ପୂର୍ଣ୍ଣାଙ୍ଗ ପରିଷଦ କେବେ ଗଠନ ହେବ ଏବଂ କେବେ ଅନୁଦାନ ମିଳିବ ତାହାର ଉତ୍ତର ମଧ୍ୟ କେହି ଦେଇପାରୁ ନାହାନ୍ତି। ଏନେଇ ପରିଷଦର ଅଧ୍ୟକ୍ଷ ଶ୍ରୀ ମୁଦୁଲିଙ୍କୁ ଯୋଗାଯୋଗ କରିବାରୁ ବିଦ୍ୟୁତ୍ ଚାଳିତ ଗାଡ଼ି ବ୍ୟବହାର ପାଇଁ ଅନୁମତି ମିଳିଛି। ତେବେ ଡିଜେଲ ଗାଡ଼ି ବ୍ୟବହାର କରିବାକୁ ଚିଠି ଲେଖାଯାଇଛି। ତୁରନ୍ତ କାଉନସିଲ ଗଠନ କରାଯିବ ଏବଂ ଅନୁଦାନ ଆସିବ ବୋଲି କହିଛନ୍ତି। ପୂର୍ବତନ ଏସ୍ଡିସି ରାଜ୍ୟ ଉପଦେଷ୍ଟା ତଥା ବରିଷ୍ଠ ବିଜେଡି ନତୋ ପ୍ରଦୀପ ମାଝୀ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଅଧିକ ଗୁରୁତ୍ବ ଦେଉଥିଲେ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଆଦିବାସୀ ସଂପ୍ରଦାୟର, ତଥାପି ଏସ୍ଡିସିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉନି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।