Seeking Freedom from Debt: ଋଣରୁ ମୁକ୍ତି ପାଇଁ ମାଆ ମଝିଘରିଆଣୀଙ୍କୁ ଚିଠି, ସମାଧାନ ମାଗିଲେ ଭକ୍ତ
ରାୟଗଡ଼ାର ଅଧିଷ୍ଠାତ୍ରୀ ମାଆ ମଝିଘରିଆଣୀଙ୍କ ହୁଣ୍ଡି ଗଣତି ବେଳେ ମିଳିଛି ଜଣେ ଭକ୍ତଙ୍କ ୭ ପୃଷ୍ଠାର ନିଆରା ଚିଠି। ହୁଣ୍ଡିରେ ଟଙ୍କା, ସୁନା-ରୁପା ଓ ବିଦେଶୀ ମୁଦ୍ରା ସହ ମିଳିଛି ଭକ୍ତଙ୍କ ମନର କଥା। କୋରାପୁଟର ଜଣେ ଯୁବକଙ୍କ ନାମରେ ଲେଖାଯାଇଥିବା ଏହି ଚିଠିରେ ନିଜ ଜୀବନର ବିଭିନ୍ନ ସମସ୍ୟା ଓ ଆଶାକୁ ମାଆଙ୍କ ନିକଟରେ ଜଣାଇଛନ୍ତି ଭକ୍ତ। ୭ ପୃଷ୍ଠାର ଏହି ଚିଠିରେ ଋଣରୁ ମୁକ୍ତି ପାଇବା ସହ ପରିବାରରେ ଶାନ୍ତି ଫେରାଇ ଆଣିବାକୁ ମାଆଙ୍କ ନିକଟରେ ଗୁହାରି କରାଯାଇଛି।
ଏହାସହ ଚାକିରି ମିଳିବା ଏବଂ ଆଗାମୀ ଦିନରେ ଭଲ ଭବିଷ୍ୟତ ପାଇଁ ମଧ୍ୟ ମାଆଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ସୁନୀଲ। ଚିଠିଟି ଚଳିତ ମାସ ୨୦ ତାରିଖରେ ଲେଖାଯାଇଥିବା ଜଣାପଡ଼ିଛି।ଏହି ନିଆରା ଚିଠି ଏବେ ମାଆ ମଝିଘରିଆଣୀଙ୍କ ହୁଣ୍ଡି ଗଣତିରେ ପାଲଟିଛି ଚର୍ଚ୍ଚାର ବିଷୟ। ଏହାସହ ସରିଲା ରାୟଗଡାର ଅଧିଷ୍ଠାତ୍ରୀ ମାଆ ମଝିଘରିଆଣୀଙ୍କ ହୁଣ୍ଡି ଗଣତି। ହୁଣ୍ଡିରୁ ମିଳିଲା ୫୪ ଲକ୍ଷରୁ ଅଧିକ ନଗଦ ଟଙ୍କା, ବିଦେଶୀ ମୁଦ୍ରା ଓ ସୁନା-ରୁପା ଅଳଙ୍କାର। ମାଆଙ୍କ ୯ଟି ହୁଣ୍ଡି ଖୋଲାଯାଇ ଗଣତି କରାଯିବା ପରେ ୫୪ ଲକ୍ଷ ୧୫ ହଜାର ୯୦୨ ଟଙ୍କା ନଗଦ ମିଳିଛି।
ହୁଣ୍ଡିରୁ ଆମେରିକୀୟ ଡଲାର, ଓମାନୀ ରିଆଲ, ସାଉଦି ରିୟାଲ ଓ UAE ଦିରହାମ୍ ଭଳି ବିଦେଶୀ ମୁଦ୍ରା ମଧ୍ୟ ମିଳିଛି। ଏହାସହ ୧ ପାଉଣ୍ଡ, ୧୦ ୟୁରୋ ଓ କାତାରର ୫୦ ଦିରହାମର କଏନ୍ ମଧ୍ୟ ରହିଛି। ସେହିପରି ହୁଣ୍ଡିରୁ ୬୪ ଗ୍ରାମ୍ ସୁନା ଅଳଙ୍କାର ଏବଂ ୧ କେଜି ୭୬୪ ଗ୍ରାମ୍ ରୁପା ଅଳଙ୍କାର ମିଳିଥିବା ସୂଚନା ରହିଛି।...
ମାଆ ମଝିଘରିଆଣୀ ହୁଣ୍ଡି ଗଣତି ବେଳେ ମିଳିଲା ନିଆରା ଚିଠି
୭ ପୃଷ୍ଠାର ଚିଠି ଲେଖି ମାଆଙ୍କୁ ସମାଧାନ ମାଗିଲେ ଭକ୍ତ
ଜୀବନର ସମସ୍ୟା ଲେଖି ମାଆଙ୍କୁ ଚିଠିରେ ଜଣାଇଲେ
ଟଙ୍କା, ସୁନା-ରୁପା ସହ ହୁଣ୍ଡିରୁ ମିଳିଲା ଭକ୍ତଙ୍କ ମନକଥା
ଋଣମୁକ୍ତି, ଚାକିରି ଓ ପରିବାର ଶାନ୍ତି ପାଇଁ ଭକ୍ତଙ୍କ ଗୁହାରି
ସରିଲା ଅଧିଷ୍ଠାତ୍ରୀ ମାଆ ମଝିଘରିଆଣୀଙ୍କ ହୁଣ୍ଡି ଗଣତି
୯ ହୁଣ୍ଡିରୁ ମିଳିଲା ୫୪ ଲକ୍ଷ ୧୫ ହଜାର ୯୦୨ ଟଙ୍କା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।