Sensex Crashes Over 1,200 Points: ସେନ୍ସେକ୍ସରେ ବଡ଼ ହଲଚଲ! ୧,୨୦୦ ପଏଣ୍ଟ ଖସିଲା ବଜାର

Sep 24, 2026 - 16:21
Sensex Crashes Over 1,200 Points: ସେନ୍ସେକ୍ସରେ ବଡ଼ ହଲଚଲ! ୧,୨୦୦ ପଏଣ୍ଟ ଖସିଲା ବଜାର

ଭାରତୀୟ ଶେୟର ବଜାରରେ ଦେଖିବାକୁ ମିଳିଛି ବଡ଼ ଧରଣର ହ୍ରାସ। ସେନ୍ସେକ୍ସ ୧,୨୦୦ ପଏଣ୍ଟ ଯାଏଁ ଖସିଥିବା ବେଳେ ନିଫ୍ଟି ମଧ୍ୟ ୨୩ ହଜାର ତଳକୁ ଚାଲିଯାଇଛି। ବିଶେଷ କରି ବ୍ୟାଙ୍କ, ଏନ୍‌ବିଏଫ୍‌ସି ଏବଂ ବୀମା ବ୍ୟବସାୟ ସହ ଜଡ଼ିତ ଷ୍ଟକ୍‌ଗୁଡ଼ିକରେ ଜୋରଦାର ବିକ୍ରି ଦେଖାଯାଇଛି। ଏହା ସହିତ ଅନ୍ତର୍ଜାତୀୟ ବଜାରରେ ବଢ଼ୁଥିବା କ୍ରୁଡ୍ ଅଏଲ୍ ଦର ଏବଂ ଇରାନ୍-ଆମେରିକା ମଧ୍ୟରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟ ନିବେଶକଙ୍କ ଚିନ୍ତା ବଢ଼ାଇଛି।

ଦିନ ୧ଟା ୫୦ ସୁଦ୍ଧା ସେନ୍ସେକ୍ସ ୧,୧୩୧.୮୩ ପଏଣ୍ଟ, ଅର୍ଥାତ୍ ପ୍ରାୟ ୧.୫୧ ପ୍ରତିଶତ ଖସି ୭୩,୬୯୬.୪୨ ସ୍ତରରେ କାରବାର କରୁଥିଲା। ସେହିପରି ନିଫ୍ଟି ୩୪୭.୨୦ ପଏଣ୍ଟ ହ୍ରାସ ପାଇ ୨୩,୦୯୯.୬୦ରେ ପହଞ୍ଚିଥିଲା। କେବଳ ବଡ଼ ଷ୍ଟକ୍ ନୁହେଁ, ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ଷ୍ଟକ୍‌ରେ ମଧ୍ୟ ଚାପ ଦେଖାଯାଇଛି। ନିଫ୍ଟି ମିଡ୍‌କ୍ୟାପ୍ ୫୦ ପ୍ରାୟ ୧.୪୧ ପ୍ରତିଶତ, ମିଡ୍‌କ୍ୟାପ୍ ୧୦୦ ୧.୧୯ ପ୍ରତିଶତ ଏବଂ ସ୍ମଲ୍‌କ୍ୟାପ୍ ୧୦୦ ୦.୭୬ ପ୍ରତିଶତ ତଳକୁ ଯାଇଛି।

ବଜାର ପତନର ସବୁଠାରୁ ବଡ଼ ତତ୍କାଳୀନ କାରଣ ହେଉଛି ବୀମା କ୍ଷେତ୍ରରେ କମିଶନ୍ ଏବଂ ଡିଷ୍ଟ୍ରିବ୍ୟୁସନ୍ ପେଆଉଟ୍‌କୁ ନେଇ ନିୟାମକଙ୍କ ପ୍ରସ୍ତାବ। ପ୍ରସ୍ତାବିତ ପରିବର୍ତ୍ତନରେ ଲାଇଫ୍, ହେଲ୍ଥ୍ ଏବଂ ମୋଟର୍ ଇନ୍‌ସୁରାନ୍ସରେ କମିଶନ୍ କମାଇବା, ଲୋନ୍ ସହ ଜଡ଼ିତ ବୀମା ବିକ୍ରିରେ ପେଆଉଟ୍‌କୁ ସୀମିତ କରିବା ଏବଂ ବୀମା କମ୍ପାନୀଙ୍କ ଖର୍ଚ୍ଚ ସୀମାକୁ ଧୀରେ ଧୀରେ କଠୋର କରିବା ଭଳି ବ୍ୟବସ୍ଥା ରହିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।