Sensex: ସେନ୍ସେକ୍ସ ୮୧୩ ପଏଣ୍ଟ ଖସିଲା
"ମୁମ୍ବାଇ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ମହଙ୍ଗା ହେବାରୁ ଷ୍ଟକ୍ ବଜାର କାରବାର ପ୍ରଭାବିତ ହୋଇଥିଲା।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୮୧୩.୩୫ ପଏଣ୍ଟ ହ୍ରାସ ପାଇ ୭୪,୭୬୪.୨୩ ପଏଣ୍ଟ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୨୦୩.୬୦ ପଏଣ୍ଟ ହ୍ରାସ ପାଇ ୨୩,୪୩୧.୫୦ ପଏଣ୍ଟରେ ବନ୍ଦ ହୋଇଛି।
ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିବା ପରେ ସେୟାର ବିକ୍ରି ବଢ଼ିଥିଲା।Advertisment ଆହୁରି ପଢନ୍ତୁ: Job: ଚାକିରି ନାଁରେ କୋଟିଏ ଟଙ୍କା ଠକେଇ; ବନ୍ଧା ହେଲେ ଯୁବକ ଏହାର ପ୍ରଭାବରେ ଦେଶର ଆମଦାନି ବିଲ୍ ବଢ଼ିବା ଆଶଙ୍କା ଦେଖାଦେଇଥିବାରୁ ନିବେଶକମାନେ ଚିନ୍ତିତ ହୋଇପଡ଼ିଛନ୍ତି।ଆଜି ନିବେଶକମାନେ ସେୟାର ବିକ୍ରି କରିବାରୁ ଏଚ୍ସିଏଲ୍ଟେକ୍ ସେୟାର ଦର ୪.୫୫ ପ୍ରତିଶତ, ଇନ୍ଫୋସିସ୍ର ୪.୪୩ ପ୍ରତିଶତ, ଟେକ୍ ମହିନ୍ଦ୍ରାର ୩.୮୭ ପ୍ରତିଶତ ଓ ଟିସିଏସ୍ ସେୟାର ମୂଲ୍ୟ ୨.୨୬ ପ୍ରତିଶତ ହ୍ରାସ ପାଇଛି।
ବଜାଜ ଫାଇନାନ୍ସ, ଅଲ୍ଟ୍ରାଟେକ୍ ସିମେଣ୍ଟ, ଭାରତୀ ଏୟାରଟେଲ୍ ଓ ବିଇଏଲ୍ର ସେୟାର ମୂଲ୍ୟ ବି କମିଥିଲା।
ଅନ୍ୟପକ୍ଷରେ ଆଦାନୀ ପୋର୍ଟସ୍, ଟାଟା ଷ୍ଟିଲ୍, ଏନ୍ଟିପସି, ଏସିଆନ୍ ପେଣ୍ଟ୍ସ ଓ ପାୱାରଗ୍ରିଡ୍ ସେୟାର ମୂଲ୍ୟ ବୃଦ୍ଧି ପାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।