Seven-Month Fishing Ban: କଇଁଛଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ସମୁଦ୍ରରେ ଟ୍ରଲର ଚଳାଚଳ ନିଷେଧ

Nov 01, 2026 - 13:16
Seven-Month Fishing Ban: କଇଁଛଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ସମୁଦ୍ରରେ ଟ୍ରଲର ଚଳାଚଳ ନିଷେଧ

ଆଜିଠୁ ୭ ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ବନ୍ଦ।

ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ପ୍ରଜନନ ସମୟ ହୋଇଥିବାରୁ ମାଛ ଧରା ଉପରେ କଟକଣା ଲାଗୁ କରାଯାଇଛି।

ନଭେମ୍ବର ୧ ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରର ନିର୍ଦ୍ଦିଷ୍ଟ ଅଞ୍ଚଳରେ ମାଛ ଧରିବା ଏବଂ ଯନ୍ତ୍ରଚାଳିତ ବୋଟ୍ ଚଳାଚଳ କରିବା ନିଷେଧ କରାଯାଇଛି।

Advertisment ଋଷିକୂଲ୍ୟା, ଧାମରା ଏବଂ ଦେବୀ ନଦୀ ମୁହାଣର ନିର୍ଦ୍ଦିଷ୍ଟ ଅଞ୍ଚଳରେ ମାଛ ଧରିବା ନିଷେଧ କରାଯାଇଛି।

କଇଁଛଙ୍କ ଆଗମନ, ମିଳନସ୍ଥଳ ଏବଂ ଅଣ୍ଡାଦାନ ଅଞ୍ଚଳରେ ବ୍ୟାପକ କଟକଣା ଲଗାଇଛନ୍ତି ଓଡ଼ିଶା ସରକାର।

ସମୁଦ୍ର ମଧ୍ୟରେ ୨୦ କିଲୋମିଟର ପରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରେ ମାଛ ଧରି ପାରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।