Sexual Assault on 4-Year-Old Girl ମୟୂରଭଞ୍ଜରେ ୪ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ
ରାଇରଙ୍ଗପୁର/ଜାମଦା: ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ ୪ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ ଥାନାରେ ଲିଖିତ ଅଭିଯୋଗ ହୋଇନଥିବା ବେଳେ ପୁଲିସ କାହାରିକୁ ଗିରଫ କରିନାହିଁ।
Advertisment Supremecourt: ଶିଶୁ ଦୁଷ୍କର୍ମ ପୀଡ଼ିତାଙ୍କ ଚିକିତ୍ସାରେ ଅବହେଳା: ଘରୋଇ ହସ୍ପିଟାଲକୁ ସୁପ୍ରିମ୍କୋର୍ଟଙ୍କ କଡ଼ା ଭର୍ତ୍ସନା ସୂଚନା ଅନୁଯାୟୀ, ଜାମଦା ଥାନା ଅଞ୍ଚଳର ଜଣେ ୪ ବର୍ଷର ଆଦିବାସୀ ଶିଶୁ କନ୍ୟା ଘର ପାଖରେ ଖେଳୁଥିଲା।
ଏହି ସମୟରେ ବର୍ଷା ହେବାରୁ ସେହି ଗ୍ରାମର ଜଣେ ଯୁବକ ଶିଶୁ କନ୍ୟାକୁ ଡାକି ନେଇଥିଲେ।
କିଛି ସମୟ ପରେ ଶିଶୁକନ୍ୟାଜଣକ କାନ୍ଦି କାନ୍ଦି ଘରକୁ ଫେରିଥିଲେ।
ପରିବାର ଲୋକେ ଶିଶୁଟିର ଶରୀର ଅବସ୍ଥା ଦେଖି ଦୁଷ୍କର୍ମ ହୋଇଥିବା ଜାଣିଥିଲେ।
ବିବାହ ଭୋଜିକୁ ସାମିଲ ହେବାକୁ ଆସିଥିବା ୪ବର୍ଷର ଶିଶୁ ଦୁଷ୍କର୍ମର ଶିକାର: ହସ୍ପିଟାଲରେ ହେଲା ମୃତ୍ୟୁ ଶିଶୁକନ୍ୟାଜଣକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ତେବେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥ ପଣ୍ତିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
ତେବେ ରିପୋର୍ଟ ଲେଖା ହେବା ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।