Shardiya Navratri: ନବରାତ୍ରୀର ୨ୟ ଦିବସ: ଆଜି ମା’ଙ୍କର ବ୍ରହ୍ମଚାରିଣୀ ବେଶ

Oct 12, 2026 - 06:11
Shardiya Navratri: ନବରାତ୍ରୀର ୨ୟ ଦିବସ: ଆଜି ମା’ଙ୍କର ବ୍ରହ୍ମଚାରିଣୀ ବେଶ

"ଓଡ଼ିଶା ସମେତ ସାରାଦେଶରେ ନବରାତ୍ର ଜାରି ରହିଛି।

ନବଦିନାତ୍ମକ ଶକ୍ତି ପୂଜା ଅବସରରେ ମା"ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଉଛି।

ନବରାତ୍ରୀର ଦ୍ୱିତୀୟ ଦିନରେ ଆଜି (ସୋମବାର) ମା" ଦୁର୍ଗାଙ୍କ ଦ୍ୱିତୀୟ ସ୍ୱରୂପ ମା" ବ୍ରହ୍ମଚାରିଣୀଙ୍କୁ ପୂଜାର୍ଚ୍ଚନା କରାଯାଉଛି।

ମା" ବ୍ରହ୍ମଚାରିଣୀ ତପସ୍ୟା, ସଂଯମ, ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପର ପ୍ରତୀକ।

ତାଙ୍କ ଆରାଧନା ମାଧ୍ୟମରେ ଭକ୍ତମାନେ ଜୀବନରେ ଧୈର୍ଯ୍ୟ ରଖିବା, ଲକ୍ଷ୍ୟ ପ୍ରତି ନିଷ୍ଠାବାନ ରହିବା ଏବଂ କଠିନ ପରିସ୍ଥିତିରେ ମଧ୍ୟ ଆତ୍ମବିଶ୍ୱାସ ନ ହରାଇବାର ପ୍ରେରଣା ପାଆନ୍ତି।Advertisment ଦ୍ୱିତୀୟ ଦିନରେ ଆଜି ଭଗବତୀଙ୍କର ବ୍ରହ୍ମଚାରିଣୀ ସରୂପର ଆରାଧନା କରାଯାଉଛି।

ମା'ବ୍ରହ୍ମଚାରିଣୀ ଶୁଭ୍ରବସ୍ତ୍ର ପରିହିତା, ଦୁଇହସ୍ତରେ କମଣ୍ଡଳୁ, ଜପମାଳା ଓ ପଦ୍ମ ଧରିଛନ୍ତି।

ସେ ପରମ ସନ୍ୟାସିନୀ।

ଶ୍ରୀଶ୍ରୀଦେବୀଭାଗବତ ଅନୁସାରେ ଗିରି ରାଜକୁମାରୀ ପାର୍ବତୀ, ଦେବର୍ଷି ନାରଦଙ୍କ ପରାମର୍ଶରେ ଭଗବାନ ଶଙ୍କରଙ୍କୁ ପତି ରୂପେ ପାଇବା ପାଇଁ ଘଞ୍ଚ ଜଙ୍ଗଲରେ କଠୋର ତପସ୍ୟା ଆରମ୍ଭ କରିଥିଲେ।

ପତ୍ର ତ୍ୟାଗ କରିଥିବାରୁ ଅପର୍ଣ୍ଣା ପ୍ରଥମ ସେ ହଜାର ବର୍ଷ ସେ ଫଳମୂଳ ଖାଇ ତପସ୍ୟା କରିଥିଲେ।

ପରବର୍ତ୍ତି ହଜାର ବର୍ଷ କେବଳ ଶାଗ ଗ୍ରହଣ କରି ଓ ତାପରେ ଆଉ ତିନିହଜାର ବର୍ଷ କେବଳ ଶୁଖିଲା ବିଲ୍ୱପତ୍ର ଖାଇ ଜଙ୍ଗଲର କଠୋର ଖରା, ବର୍ଷା ଓ ଶୀତରେ ତପସ୍ୟା କରିଥିଲେ।

କିନ୍ତୁ ତଥାପି ମହାଦେବଙ୍କ ଦର୍ଶନ ନମିଳନ୍ତେ ସେ ପରବର୍ତ୍ତି କେତେହଜାର ବର୍ଷ ପତ୍ର ଭୋଜନ ମଧ୍ୟତ୍ୟାଗ କରି କଠୋର ତପସ୍ୟାରେ ରତ ହେଇଥିଲେ।

ପତ୍ର ତ୍ୟାଗ କରିଥିବାରୁ ଅପର୍ଣ୍ଣା ନାମ ବହନ କଲେ।

ଏହିପରି ଅନେକ ସହସ୍ର ବର୍ଷର ତଠୋର ତପ ପରେ ସ୍ୱୟଂମହାଦେବ ପ୍ରକଟ ହୋଇ ତାଙ୍କର ମନୋକାମନା ପୂର୍ଣ୍ଣ କରିଥିଲେ।

ଆତ୍ମସଂଯମ ଓ ଦୃଢ଼ ସଂକଳ୍ପ ନବରାତ୍ରୀର ଦ୍ୱିତୀୟ ଦିନରେ ମା" ବ୍ରହ୍ମଚାରିଣୀଙ୍କ ପୂଜା କରିବା ଦ୍ୱାରା ମନରେ ଶାନ୍ତି, ଧୈର୍ଯ୍ୟ ଓ ଦୃଢ଼ତା ବୃଦ୍ଧି ପାଏ ବୋଲି ବିଶ୍ୱାସ ରହିଛି।

ଜୀବନରେ ସଫଳତା ପାଇଁ କେବଳ ଇଚ୍ଛା ନୁହେଁ, ବରଂ ନିରନ୍ତର ପରିଶ୍ରମ, ଆତ୍ମସଂଯମ ଓ ଦୃଢ଼ ସଂକଳ୍ପ ଆବଶ୍ୟକ।

ମା"ଙ୍କ ଜୀବନ ଓ ତପସ୍ୟା ଏହି ଶିକ୍ଷା ପ୍ରଦାନ କରେ।ମା' ବ୍ରହ୍ମଚାରିଣୀଙ୍କ ପୂଜାକଲେ ସାଧକ ଦୂରାରୋଗ ବ୍ୟାଧିମୁକ୍ତ ହେବାସହ ଆଜୀବନ ସୁସ୍ଥ ଜୀବନଯାପନ କରିଥାଏ।

Shardiya Navratri: ଆରମ୍ଭ ହେଲା ଶାରଦୀୟ ନବରାତ୍ରି: ଆଜି ମା"ଙ୍କର ଶୈଳପୁତ୍ରୀ ବେଶ ମା" ବ୍ରହ୍ମଚାରିଣୀଙ୍କ ମନ୍ତ୍ର “ଓଁ ଦେବୀ ବ୍ରହ୍ମଚାରିଣ୍ୟୈ ନମଃ।” ଧ୍ୟାନ- ଦଧାନାକରପଦ୍ମାଭ୍ୟାମକ୍ଷମାଳାକମଣ୍ଡଳୁ।

ଦେବୀପ୍ରସୀଦତୁମୟୀବ୍ରହ୍ମଚାରିଣ୍ୟନୁତ୍ତମା।।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।