Shardiya Navratri: ନବରାତ୍ରୀର ୯ମ ଦିନ: ମା' ସିଦ୍ଧିଦାତ୍ରୀ
"ଓଡ଼ିଶା ସମେତ ସାରାଦେଶରେ ଚାଲିଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା।
ନବରାତ୍ରର ନବଦିନରେ ମା"ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ ।
୯ମ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା" ସିଦ୍ଧିଦାତ୍ରୀ ରୂପରେ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ମା" ସିଦ୍ଧିଦାତ୍ରୀ ଭକ୍ତଙ୍କୁ ସମସ୍ତ ପ୍ରକାର ସିଦ୍ଧି, ଜ୍ଞାନ, ସୁଖ ଓ ସମୃଦ୍ଧି ପ୍ରଦାନ କରନ୍ତି।
ତାଙ୍କ ଆଶୀର୍ବାଦରେ ଜୀବନରେ ସକାରାତ୍ମକତା ଓ ଆଧ୍ୟାତ୍ମିକ ଉନ୍ନତି ଆସିଥାଏ ବୋଲି ମାନ୍ୟତା ରହିଛି।Advertisment ନବମ ଓ ଶେଷ ରୂପ ମା' ସିଦ୍ଧିଦାତ୍ରୀ ନବଦୁର୍ଗାଙ୍କ ନବମ ଓ ଶେଷ ରୂପ ହେଲେ ମା ସିଦ୍ଧିଦାତ୍ରୀ।
ସେ ଆଠ ପ୍ରକାରର ସିଦ୍ଧି (ଅଣିମା, ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ମହିମା ଇତ୍ୟାଦି) ପ୍ରଦାନ କରୁଥିବାରୁ "ସିଦ୍ଧିଦାତ୍ରୀ" ବୋଲି ପରିଚିତ।
ମାଙ୍କର ଶୁଭ୍ର ବର୍ଣ୍ଣ, ଚାରିଟି ଭୁଜା, ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ରହିଥାଏ।
ସେ ସିଂହ କିମ୍ବା ପଦ୍ମାସନରେ ବିରାଜିତ।ପୁରାଣକଥା ଅନୁସାରେ, ବ୍ରହ୍ମା, ବିଷ୍ଣୁ ଓ ମହେଶଙ୍କୁ ସିଦ୍ଧି ପ୍ରଦାନ କରିଥିବା ଦେବୀ ହେଲେ ମା ସିଦ୍ଧିଦାତ୍ରୀ।
ନବମୀ ତିଥିରେ ତାଙ୍କ ପୂଜା କରାଯାଏ।
ଭକ୍ତମାନେ ବିଶ୍ୱାସ କରନ୍ତି ଯେ, ସିଦ୍ଧିଦାତ୍ରୀଙ୍କ ପୂଜାରୁ ସମସ୍ତ କାର୍ଯ୍ୟ ସଫଳ ହୁଏ, ମୋକ୍ଷ ଲାଭ ହୁଏ ଓ ଜୀବନରେ ଶାନ୍ତି ଓ ସମୃଦ୍ଧି ଆସେ।
Shardiya Navratri: ନବରାତ୍ରୀର ୮ମ ଦିବସ: ଶାନ୍ତି, ପବିତ୍ରତା, ସୌନ୍ଦର୍ଯ୍ୟ ଓ ସମୃଦ୍ଧିର ପ୍ରତୀକ ମା' ମହାଗୌରୀ ମା" ସିଦ୍ଧିଦାତ୍ରୀଙ୍କ ମନ୍ତ୍ର“ଓଁ ଦେବୀ ସିଦ୍ଧିଦାତ୍ର୍ୟୈ ନମଃ।”ଧ୍ୟାନ-ସିଦ୍ଧଗଂଧର୍ବୟକ୍ଷାଦ୍ୟୈରସୁରୈରମରୈରପି।ସେବ୍ୟମାନା ସଦା ଭୂୟାତ୍ ସିଦ୍ଧିଦା ସିଦ୍ଧିଦାୟିନୀ ॥"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।