Share market: ସେନ୍ସେକ୍ସ ୧୦୪୫, ନିଫ୍ଟି ୩୭୧ ପଏଣ୍ଟ ଖସିଲା
"ମୁମ୍ବାଇ: ଭାରତୀୟ ଷ୍ଟକ୍ ବଜାରରେ ଅସ୍ଥିରତାର ଧାରା ଗୁରୁବାର ମଧ୍ୟ ଜାରି ରହିଥିଲା।
ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କଡ଼ାକଡ଼ି କରିବା, ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା, ଅଶୋଧିତ ତୈଳ ଦରରେ ବୃଦ୍ଧି ଓ ବିଦେଶୀମାନେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ନିବେଶକମାନେ ଭୟଭୀତ ହୋଇ ବିଭିନ୍ନ ସଂସ୍ଥାର ସେୟାର ବିକ୍ରି କରିଥିଲେ।
ତାହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୦୪୫ ପଏଣ୍ଟ ହ୍ରାସ ପାଇ ୭୧,୫୯୩ ପଏଣ୍ଟରେ ବନ୍ଦ ହୋଇଥିଲା।
ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୭୧ ପଏଣ୍ଟ ହ୍ରାସ ପାଇ ୨୨,୨୩୧ ପଏଣ୍ଟରେ ବନ୍ଦ ହୋଇଥିଲା।
Advertisment ସେନ୍ସେକ୍ସରେ ହୋଇଥିବା ହ୍ରାସ ପ୍ରଭାବରେ ନିବେଶକମାନେ ପ୍ରାୟ ୧୧.୩୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।
ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍ ବଜାର ପୁଞ୍ଜି ପରିମାଣ ୪୭୨ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୪୬୦ ଲକ୍ଷ କୋଟି ଟଙ୍କା ରହିଯାଇଛି।ବିଶେଷଜ୍ଞଙ୍କ ମତରେ ଆଜିର ହ୍ରାସ ପାଇଁ ଅନେକ କାରଣକୁ ଦାୟୀ କରାଯାଇପାରିବ।
ପ୍ରଥମଟି ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର କଠୋର ସୁଧ ପଦକ୍ଷେପ।
ଏହା ଗତକାଲି ରେପୋ ହାର ୦.୨୫ ପ୍ରତିଶତ ବଢ଼ାଇଥିଲା ଯାହାର ପ୍ରଭାବରେ ପାର୍ବଣ ପୂର୍ବରୁ ଋଣର ସୁଧ ହାର ବଢ଼ିଯିବ।
ତାହା ବଜାରରେ ବିକ୍ରିକୁ ପ୍ରଭାବିତ କରିବା ଆଶଙ୍କା କରାଯାଉଛି।
ଅନ୍ୟ ପକ୍ଷରେ ୟୁପିଆଇ କାରବାର ଉପରେ ଲଗାଯାଇଥିବା ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମ୍ଡିଆର୍) ମଧ୍ୟ ଚଳିତ ମାସରେ ଲାଗୁ ହେବାର ସମ୍ଭାବନା ଥିବାରୁ ଡିଜିଟାଲ୍ ପେମେଣ୍ଟ୍ କମ୍ପାନିଗୁଡ଼ିକର ଷ୍ଟକ୍ରେ ହ୍ରାସ ଦେଖିବାକୁ ମିଳିଥିଲା।
ସୁନା କିଣିବାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସବୁଠାରୁ ଆଗରେ ଅନ୍ୟ ପକ୍ଷରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୧୦୪ ଡଲାରରେ ପହଞ୍ଚିଛି।
ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୬ ଟଙ୍କା ୭୮ ପଇସା ରହିଛି।
ବିଦେଶୀ ନିବେଶକମାନେ ବୁଧବାର ୬୧୨୧ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ।
ଚଳିତ ମାସ ୧ରୁ ସେମାନେ ଲାଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି।
ସେମାନଙ୍କର ଏହି ବିକ୍ରି ବଡ଼ ବଡ଼ କମ୍ପାନିର ବଜାର ପୁଞ୍ଜିକୁ ପ୍ରଭାବିତ କରୁଛି।
ଆଜି ଧାତବ, ରିଅଲ ଇଷ୍ଟେଟ୍, ସ୍ବାସ୍ଥ୍ୟସେବା, ଅଟୋମୋବାଇଲ୍, ତୈଳ ଓ ଗ୍ୟାସ୍, ଏଫ୍ଏମ୍ସିଜି, ଫାର୍ମାସ୍ୟୁଟିକାଲ୍, ଗଣମାଧ୍ୟମ, ଆର୍ଥିକ ସେବା, ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି।
ନିଫ୍ଟିର ଅଂଶ ଥିବା ଟେକ୍ ମହିନ୍ଦ୍ରା, ଇନ୍ଫୋସିସ୍, ଆକ୍ସିସ୍ ବ୍ୟାଙ୍କ, ଟିସିଏସ୍ ଓ ଏଚ୍ସିଏଲ୍ଟେକ୍ର ସେୟାର ମୂଲ୍ୟରେ ହ୍ରାସ ଘଟିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।