Share market: ସେନ୍ସେକ୍ସରେ ୨୦୦୮ ପଏଣ୍ଟ ବୃଦ୍ଧି; ନିବେଶକଙ୍କୁ ୮.୨ ଲକ୍ଷ କୋଟି ଲାଭ
ମୁମ୍ବାଇ: ଭାରତର ଦୁଇ ଷ୍ଟକ୍ ବଜାରରେ ଆଜି ଆଗୁଆ ଦୀପାବଳି ପାଳନ ଭଳି ଉତ୍ସାହ ଦେଖିବାକୁ ମିଳିଥିଲା।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୯୫ ଡଲାର ତଳକୁ ଖସିବା ଓ ଆମେରିକାରେ ଡେମୋକ୍ରାଟ୍ଙ୍କ ବିଜୟ ପରେ ଭାରତୀୟ ଷ୍ଟକ୍ ବଜାରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
Advertisment ଆଗକୁ ଭଲ ଦିନ ଆସୁଥିବା ଆଶା କରି ନିବେଶକମାନେ ସେୟାର କିଣିବାରେ ବିପୁଳ ନିବେଶ କରିଥିଲେ।
ଏହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୨୦୦୮ ପଏଣ୍ଟ ବୃଦ୍ଧି ପାଇ ୭୯,୩୧୦.୦୧ ପଏଣ୍ଟରେ ବନ୍ଦ ହୋଇଛି।
ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୫୭୬ ପଏଣ୍ଟ ବୃଦ୍ଧି ସହ ୨୪,୫୩୬ ପଏଣ୍ଟରେ ବନ୍ଦ ହୋଇଛି।
ଆଜିର ବୃଦ୍ଧି ଚଳିତ ବର୍ଷର ଅନ୍ୟତମ ସର୍ବୋଚ୍ଚ ଦୈନିକ ବୃୃଦ୍ଧି ମଧ୍ୟରୁ ଅନ୍ୟତମ।
ଆଜି ବମ୍ବେ ଷ୍ଟକ୍ ବଜାରର ମୋଟ୍ ବଜାର ପୁଞ୍ଜି ପରିମାଣ ପ୍ରଥମ ଥର ପାଇଁ ୫୦୦ ଲକ୍ଷ କୋଟି ଟଙ୍କା ସ୍ତର ଅତିକ୍ରମ କରିଥିଲା।
ଗୋଟିଏ ଦିନରେ ନିବେଶକମାନଙ୍କୁ ପ୍ରାୟ ୮.୨ ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଛି।
ଲଗାତାର ଷଷ୍ଠ କାରବାର ଦିନରେ ସେନ୍ସେକ୍ସରେ ବୃଦ୍ଧି ଘଟିଛି।
ଏହି ସମୟ ଭିତରେ ସେନ୍ସେକ୍ସରେ ପ୍ରାୟ ୬୦୦୦ ପଏଣ୍ଟ ଓ ନିଫ୍ଟିରେ ୧୯୦୦ ପଏଣ୍ଟ ପାଖାପାଖି ବୃଦ୍ଧି ହୋଇଛି।
FPI: ସେୟାର ବଜାରରୁ ବିଦେଶୀ ନିବେଶକ ଉଠାଇନେଲେ ୩୪,୮୪୩ କୋଟି ଚଳିତ ବର୍ଷ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଥିବା ବିଦେଶୀ ନିବେଶକମାନେ ମଧ୍ୟ ଗତ କିଛି ଦିନ ଧରି ଭାରତୀୟ ଇକ୍ବିଟିରେ ନିବେଶ ବଢ଼ାଇଛନ୍ତି।
ତାହା ମଧ୍ୟ ନିବେଶକଙ୍କ ମନୋବଳ ଦୃଢ଼ କରିବାରେ ସହାୟକ ହୋଇପାରିଛି।
ନଭେମ୍ବର ମାସର ୩ଟି କାରବାର ଦିନରେ ବିଦେଶୀ ନିବେଶକମାନେ ୧୭,୨୩୫ କୋଟି ଟଙ୍କା ନିବେଶ କରିଛନ୍ତି।
ବିଦେଶୀ ନିବେଶକଙ୍କ ଉପରେ ଲଗାଯାଇଥିବା ଦୀର୍ଘକାଳୀନ ପୁଞ୍ଜିଲାଭ ଟିକସ (ଏଲ୍ଟିସିଜି)ର ପୁନର୍ବିଚାର କରିବାକୁ ସରକାର ପ୍ରତିଶ୍ରୁତି ଦେବା ପରେ ସେମାନେ ଭାରତରେ ପୁଣି ନିବେଶ ଆରମ୍ଭ କରିଛନ୍ତି।
ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦର ୯୪ ଟଙ୍କା ୩୨ ପଇସା ଭଳି ଉନ୍ନତ ସ୍ଥିତିରେ ପହଞ୍ଚିଛି।
ବହୁଦିନ ପରେ ଡଲାର ତୁଳନାରେ ଟଙ୍କା ଏଭଳି ଶକ୍ତିଶାଳୀ ହୋଇପାରିଛି।
ଆଜି ଷ୍ଟକ୍ ବଜାରରେ ବଜାଜ ଫାଇନାନ୍ସ, ମାରୁତି ସୁଜୁକି, ଇଣ୍ଡିଗୋ, ଏସିଆନ ପେଣ୍ଟ୍ସ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଇନ୍ଫୋସିସ୍, ଟେକ୍ ମହିନ୍ଦ୍ରା, ଏଚ୍ସିଏଲ୍ ଟେକ୍ନୋଲୋଜିସ୍, ଅଲ୍ଟ୍ରାଟେକ୍ ସିମେଣ୍ଟ୍, ଟିସିଏସ୍, ଆଇସିଆଇସିଆଇ ବ୍ୟାଙ୍କ ଓ ବଜାଜ ଫିନ୍ସର୍ଭର ସେୟାର ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।