Sharp Rise in Facebook and Instagram Hacking: ଜୁଲାଇରେ ଫେସବୁକ୍ ହ୍ୟାକିଂ ୧୧ ଗୁଣ ବଢ଼ିଲା, ଇନ୍ଷ୍ଟାଗ୍ରାମ୍ରେ ମଧ୍ୟ ଲମ୍ବା ଅଭିଯୋଗ
ଜୁଲାଇରେ ଫେସବୁକ୍ରେ ହ୍ୟାକିଂ ଅଭିଯୋଗ ୧୧ ଗୁଣ ବଢ଼ିଛି। ମେଟାର ଜୁଲାଇ ୨୦୨୬ ମାସିକ ରିପୋର୍ଟ ଅନୁସାରେ, ଫେସବୁକ୍ରେ ୧୦,୯୯୭ଟି ହ୍ୟାକିଂ ଅଭିଯୋଗ ଆସିଛି। ଜୁନ୍ରେ ଏହି ସଂଖ୍ୟା ୯୫୯ ଏବଂ ମେ’ରେ ୬୫୮ ଥିଲା। ଇନ୍ଷ୍ଟାଗ୍ରାମ୍ରେ ମଧ୍ୟ ବଢ଼ିଛି ହ୍ୟାକିଂ ଅଭିଯୋଗ। ଜୁଲାଇରେ ୧୬,୬୨୧ଟି ଅଭିଯୋଗ ଆସିଥିବା ବେଳେ, ଜୁନ୍ରେ ୪,୧୯୭ ଏବଂ ମେ’ରେ ୪,୬୫୨ଟି ଅଭିଯୋଗ ଆସିଥିଲା।
ପେଜ୍ ଓ ଗ୍ରୁପ୍ର ଆକ୍ସେସ୍ ହରାଇବା ନେଇ ଅଭିଯୋଗ ମଧ୍ୟ ବଢ଼ିଛି। ତେବେ, ଏହି ସଂଖ୍ୟା ନିଶ୍ଚିତ ଭାବେ କେତେ ଆକାଉଣ୍ଟ ହ୍ୟାକ୍ ହୋଇଛି ତାହା ଦର୍ଶାଏ ନାହିଁ। ଏଗୁଡ଼ିକ କେବଳ ୟୁଜର୍ମାନେ ମେଟାର ଅଭିଯୋଗ ବ୍ୟବସ୍ଥାରେ ଦାଖଲ କରିଥିବା ଅଭିଯୋଗ।
ମେଟା କହିଛି, ଫେସବୁକ୍ର ୧୦,୬୨୯ ଏବଂ ଇନ୍ଷ୍ଟାଗ୍ରାମ୍ର ୧୫,୪୨୫ ହ୍ୟାକିଂ ଅଭିଯୋଗରେ ରିକଭରି କିମ୍ବା ସେଲ୍ଫ୍-ସର୍ଭିସ୍ ଟୁଲ୍ ଦିଆଯାଇଛି। ତେବେ ଜୁଲାଇରେ ଏତେ ବଡ଼ ବୃଦ୍ଧିର କାରଣ କ'ଣ ? ସେନେଇ ମେଟା କୌଣସି ସ୍ପଷ୍ଟ କାରଣ ଦେଇନାହିଁ। ରିପୋର୍ଟରେ କିଛି ବର୍ଗର ତଥ୍ୟର ସଠିକତା ଟେକ୍ନିକାଲ୍ ସମସ୍ୟା ଯୋଗୁଁ ଯାଞ୍ଚ କରାଯାଇପାରିନଥିବା ମଧ୍ୟ କୁହାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।