Sheikh Hasina: ଯେତେ ଅତ୍ୟାଚାର କଲେ ବି ଡିସେମ୍ବରରେ ବାଂଲାଦେଶ ଫେରିବି: ଶେଖ୍ ହସିନା
"ୱାଶିଂଟନ୍/ଢାକା: ଆସନ୍ତା ଡିସେମ୍ବର ମାସରେ ସ୍ୱଦେଶ ବାଂଲାଦେଶ ଫେରିବା ପାଇଁ ନିଜର ଦୃଢ଼ ସଂକଳ୍ପ ଦୋହରାଇଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା।
ନିକଟରେ ତାରିକ୍ ରହମାନଙ୍କ ନେତୃତ୍ୱାଧୀନ ବାଂଲାଦେଶ ସରକାର ତାଙ୍କୁ ଗିରଫ କରନ୍ତୁ, ହତ୍ୟା କରନ୍ତୁ କିମ୍ବା ନିର୍ଯାତନା ଦିଅନ୍ତୁ, ସେ ନିଜ ନିଷ୍ପତ୍ତିରୁ ଓହରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
୨୦୨୪ ଅଗଷ୍ଟରେ କ୍ଷମତାଚ୍ୟୁତ ହେବା ପରେ ଭାରତରେ ଆଶ୍ରୟ ନେଇଥିବା ଆୱାମୀ ଲିଗର ଏହି ଶୀର୍ଷ ନେତ୍ରୀ ୱାଶିଂଟନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ଏହି ବଡ଼ ଘୋଷଣା କରିଛନ୍ତି।Advertisment 'ମୁଁ ଡିସେମ୍ବରରେ ବାଂଲାଦେଶ ଫେରିବି।
ମୁଁ ଆଦୌ ଭୟଭୀତ ନୁହେଁ...
ସେମାନେ ମୋତେ ହତ୍ୟା କରନ୍ତୁ କି ଗିରଫ କରନ୍ତୁ, ସମର୍ଥକଙ୍କ ପାଖକୁ ଫେରିବା ମୋର ରାଜନୈତିକ ଦାୟିତ୍ୱ,' ବୋଲି ୭୯ ବର୍ଷୀୟା ହସିନା ପ୍ରକାଶ କରିଛନ୍ତି।
ତେବେ ଫେରିବାର ନିର୍ଦ୍ଦିଷ୍ଟ ତାରିଖ ପରେ ସ୍ପଷ୍ଟ କରାଯିବ ବୋଲି ତାଙ୍କ ପୁଅ ସଜିବ୍ ୱାଜେଦ୍ ଜୟ କହିଛନ୍ତି।
ଏସବୁ ମଧ୍ୟରେ ସଙ୍କଟଜନକ ସମୟରେ ୧୯୭୫ ମସିହା ଭଳି ପୁଣିଥରେ ସୁରକ୍ଷିତ ଆଶ୍ରୟ ପ୍ରଦାନ କରିଥିବାରୁ ଭାରତ ସରକାର ଏବଂ ସମସ୍ତ ରାଜନୈତିକ ଦଳକୁ ହସିନା କୃତଜ୍ଞତା ଜଣାଇଛନ୍ତି।
ବଡ଼ ଘୋଷଣା ତାରିକ୍ ରହମାନଙ୍କ ପ୍ରଶାସନ ବିରୋଧରେ ରାଜନୈତିକ ପ୍ରତିଶୋଧ ଏବଂ ମିଥ୍ୟା ମାମଲା ଜରିଆରେ ବିରୋଧୀଙ୍କୁ ଦବାଇବାର ଅଭିଯୋଗ ଆଣିବା ସହ ବାଂଲାଦେଶରେ ସ୍ୱାଧୀନ, ନିରପେକ୍ଷ ଏବଂ ଗଣତାନ୍ତ୍ରିକ ନିର୍ବାଚନ ପାଇଁ ସେ ଦାବି କରିଛନ୍ତି।
ଦେଶର ଭବିଷ୍ୟତ କେବଳ ପୁନର୍ମିଳନ ଉପରେ ଗଢ଼ାଯାଇପାରିବ, ପ୍ରତିଶୋଧ ଉପରେ ନୁହେଁ, ବୋଲି ହସିନା କହିବା ସହ ୨୦୨୪ ଅଶାନ୍ତି ମାମଲାର ନିରପେକ୍ଷ ନାଗରିକ ତଦନ୍ତ ପାଇଁ ସେ ପ୍ରସ୍ତୁତ ଥିବା ଦର୍ଶାଇଛନ୍ତି।
ଏହି ମିଶନ ୧୦ ଗ୍ରାମ ମାଟି ଏବଂ ପଥର ନମୁନା ସଂଗ୍ରହ କରିବ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।