Shield Bill: ନାବାଳକଙ୍କ ନିମନ୍ତେ ସୋସିଆଲ ମିଡିଆ ବ୍ୟବହାର ନିୟମ କଡ଼ାକଡ଼ି ପାଇଁ ଆଗତ ହେଲା ‘ଶିଲ୍ଡ ବିଲ୍’

Aug 08, 2026 - 20:49
Shield Bill: ନାବାଳକଙ୍କ ନିମନ୍ତେ ସୋସିଆଲ ମିଡିଆ ବ୍ୟବହାର ନିୟମ କଡ଼ାକଡ଼ି ପାଇଁ ଆଗତ ହେଲା ‘ଶିଲ୍ଡ ବିଲ୍’

"ନୂଆଦିଲ୍ଲୀ/ଭୁବନେଶ୍ବର: ୧୩ ବର୍ଷରୁ କମ୍ ବୟସର ଶିଶୁମାନେ ଅଭିଭାବକଙ୍କ ସ୍ପଷ୍ଟ ଅନୁମତି ବିନା ସୋସିଆଲ ମିଡିଆ ଏବଂ ଅନ୍ଲାଇନ୍ ଗେମିଂ ପ୍ଲାଟଫର୍ମରେ ନୂଆ ଆକାଉଣ୍ଟ ଖୋଲିପାରିବେ ନାହିଁ।

ଏହା ସହିତ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ନାବାଳକଙ୍କ ବ୍ୟକ୍ତିଗତ ତଥ୍ୟ ଆଧାରରେ ଟାର୍ଗେଟେଡ୍ ବିଜ୍ଞାପନ ଦେବା କିମ୍ବା ସେମାନଙ୍କର ଟ୍ରାକିଂ କରିବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାକୁ ଏକ ନୂତନ ବେସରକାରୀ ସଂସଦୀୟ ବିଲରେ ପ୍ରସ୍ତାବ ଦିଆଯାଇଛି।Advertisment କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତାବିତ "ସେଫଗାର୍ଡିଂ ହେଲ୍ଦି ଇଣ୍ଟରନେଟ୍ ଏନଭାୟରନମେଣ୍ଟ ଫର୍ ଲିଟିଲ୍ ଡିଜିଟାଲ୍-ନେଟିଭ୍ସ (ଶିଲ୍ଡ) ବିଲ୍, ୨୦୨୫" ରେ ଏହି ପ୍ରାବଧାନଗୁଡ଼ିକ ରହିଛି।

ଏହି ବିଲ୍ ଅନୁଯାୟୀ, ୧୮ ବର୍ଷରୁ କମ୍ ବୟସର ସମସ୍ତ ବ୍ୟକ୍ତିଙ୍କୁ ଶିଶୁ ଭାବେ ଗଣନା କରାଯିବ।

ଶିଶୁମାନଙ୍କୁ ପୋର୍ନୋଗ୍ରାଫି, ଜୁଆ, ହିଂସାତ୍ମକ ଏବଂ ମାଦକ ଦ୍ରବ୍ୟ ସମ୍ବନ୍ଧୀୟ କଣ୍ଟେଣ୍ଟରୁ ଦୂରେଇ ରଖିବା ପାଇଁ ପ୍ଲାଟଫର୍ମଗୁଡ଼ିକୁ କଠୋର ପଦକ୍ଷେପ ନେବାକୁ କୁହାଯାଇଛି।

Prime Minister: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ: ପାକିସ୍ତାନ ସହ ଜଡ଼ିତ ୪୦୦ରୁ ଅଧିକ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଚିହ୍ନଟ ଏହାସହ ଅଭିଭାବକମାନେ ଯେପରି ନିଜ ପିଲାଙ୍କ ଅନଲାଇନ୍ କାର୍ଯ୍ୟକଳାପ ନିରୀକ୍ଷଣ ଏବଂ ସ୍କ୍ରିନ୍ ଟାଇମ୍ ନିୟନ୍ତ୍ରଣ କରିପାରିବେ, ସେଥିପାଇଁ ''ପ୍ୟାରେଣ୍ଟାଲ କଣ୍ଟ୍ରୋଲ୍ ଡ୍ୟାସବୋର୍ଡ'' ସୁବିଧା ପ୍ରଦାନ କରିବାକୁ ପ୍ରସ୍ତାବ ରହିଛି।

ଏହି ନିୟମ ଭଙ୍ଗ କରୁଥିବା ପ୍ଲାଟଫର୍ମଗୁଡ଼ିକ ଉପରେ ସର୍ବାଧିକ ୧୦ କୋଟି ପର୍ଯ୍ୟନ୍ତ ଜରିମାନା କିମ୍ବା ବାରମ୍ବାର ନିୟମ ଅବମାନନା କଲେ ଆଇଟି ଆକ୍ଟର ସେକ୍ସନ୍ ୬୯-ଏ ଅଧୀନରେ ସେମାନଙ୍କ ସେବା ସାମୟିକ ଭାବେ ବନ୍ଦ କରାଯିବାର ଚେତାବନୀ ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।