Shipwreck Discovered Underwate: ୨୩୦୦ ବର୍ଷ ପୁରୁଣା ଜାହାଜର ରହସ୍ୟ ଉନ୍ମୋଚନ
"ନୂଆଦିଲ୍ଲୀ: ଆଡ୍ରିଆଟିକ୍ ସାଗର(ଭୂମଧ୍ୟସାଗରର ଏକ ଉତ୍ତର ଦିଗରେ ଅବସ୍ଥିତ ପ୍ରମୁଖ ଅଂଶ।
ଏହା ଇଟାଲୀୟ ଉପଦ୍ୱୀପ ଏବଂ ବାଲକାନ ଉପଦ୍ୱୀପ ମଧ୍ୟରେ ଅବସ୍ଥିତ) ଗଭୀର ଜଳରାଶି ତଳେ ୨୦୦୦ ବର୍ଷରୁ ଅଧିକ ସମୟ ଧରି ବୁଡ଼ି ରହିଥିବା ଏକ ଜାହାଜ ଏବେ ପ୍ରାଚୀନ ନୌଯାତ୍ରୀଙ୍କ ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି।Advertisment ଆଡ୍ରିଆଟିକ୍ ସାଗରରେ ଅବସ୍ଥିତ କ୍ରୋଏସିଆର ଭିସ୍ ଦ୍ୱୀପ ନିକଟରେ ଏକ ଜାହାଜବୁଡ଼ିଯାଇଥିଲା।
ବୁଡ଼ି ଯାଇଥିବା ଜାହାଜର ଧ୍ୱଂସାବଶେଷ ଖୋଜୁଥିବା ପ୍ରତ୍ନତତ୍ତ୍ୱବିତ୍ମାନଙ୍କୁ ନିକଟରେ କିଛି ଦୁର୍ଲଭ ମାଟିପାତ୍ର, ପ୍ରାଚୀନ ମୁଦ୍ରା ଓ ସେରାମିକ୍ ପାତ୍ର ମିଳିଛି।
ଏହି ପାତ୍ରଗୁଡ଼ିକରେ ଏପରି କିଛି ଚିହ୍ନ ରହିଛି, ଯାହାଦ୍ୱାରା ସେଗୁଡ଼ିକର ମାଲିକଙ୍କ ପରିଚୟ ଜାଣିବା ସମ୍ଭବ ହୋଇପାରେ ବୋଲି କୁହାଯାଉଛି।
କ୍ରୋଏସିଆନ୍ କନ୍ଜରଭେସନ୍ ଇନ୍ଷ୍ଟିଚ୍ୟୁଟ୍ ଅନୁଯାୟୀ, କ୍ରୋଏସିଆର କୋମିଜା ସହର ନିକଟସ୍ଥ ଗ୍ଜିଲନା ଉପସାଗରରେ ଏହି ଜାହାଜର ଧ୍ୱଂସାବଶେଷ ମିଳିଛି।
ଏହି ଅଞ୍ଚଳରୁ ପୂର୍ବରୁ କେବଳ ପ୍ରାଚୀନ ପରିବହନ ପାତ୍ରର ଭଙ୍ଗା ଖଣ୍ଡ ମିଳିଥିଲା।
କିନ୍ତୁ ୨୦୨୩ରୁ ୨୦୨୫ ମଧ୍ୟରେ ସମୁଦ୍ର ତଳେ ହୋଇଥିବା ଖନନରୁ ଜଣାପଡ଼ିଛି ଯେ ସେଠାରେ ଆହୁରି ଅନେକ ଐତିହାସିକ ସାମଗ୍ରୀ ରହିଛି।
କିପରି ମିଳିଲା ଜାହାଜର ଧ୍ୱଂସାବଶେଷ?
ଗବେଷକମାନେ ଜାହାଜର କାଠ ନିର୍ମିତ ଢାଞ୍ଚାର ଏକ ଅଂଶ ମଧ୍ୟ ଆବିଷ୍କାର କରିଛନ୍ତି।
ଏଥିରେ ଜାହାଜର ତଳ ଭାଗର ମୁଖ୍ୟ ଢାଞ୍ଚା ତଥା କିଲ୍ର କିଛି ଅଂଶ ଏବଂ ପ୍ରାୟ ୨୦ ଫୁଟ୍ ଲମ୍ବର ସଂରକ୍ଷିତ କାଠପଟା ରହିଛି।
ଏହା ସହିତ ଜାହାଜରେ ନାବିକମାନେ ବ୍ୟବହୃତ କରୁଥିବା ସାମଗ୍ରୀ, ପ୍ରାଚୀନ ମୁଦ୍ରା, ପଶୁଙ୍କ ହାଡ଼ ଓ ବିଭିନ୍ନ ପ୍ରକାରର ସେରାମିକ୍ ପାତ୍ର ମଧ୍ୟ ମିଳିଛି।
ଏହି ଜାହାଜଟି ଖ୍ରୀଷ୍ଟପୂର୍ବ ଚତୁର୍ଥ କିମ୍ବା ତୃତୀୟ ଶତାବ୍ଦୀର ହୋଇପାରେ।
ଅର୍ଥାତ୍ ଏହା ପ୍ରାୟ ୨୩୦୦ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି।
ମିଳିଥିବା ସାମଗ୍ରୀ ମଧ୍ୟରେ ପାଣି ପିଇବା ପାଇଁ କପ୍, ଥାଳି, ପାତ୍ର ଓ ତରଳ ପଦାର୍ଥ ଢାଳିବା ପାଇଁ ଛୋଟ ବାସନ ରହିଛି।
ଏଥିମଧ୍ୟରୁ କିଛି ମାଟିପାତ୍ର ମଦ୍ୟପାନ ପାଇଁ ବ୍ୟବହୃତ ହେଉଥିବା ଅନୁମାନ କରାଯାଉଛି।
ଏହି ଆବିଷ୍କାରରୁ ପ୍ରାଚୀନ ନାବିକମାନେ ଆଡ୍ରିଆଟିକ୍ ସାଗରରେ ଯାତ୍ରା କରିବା ସମୟରେ ସାଙ୍ଗରେ କେଉଁ କେଉଁ ସାମଗ୍ରୀ ନେଉଥିଲେ, ତାହାର ଏକ ଝଲକ ମିଳୁଛି।
ଜାହାଜରେ ଥିଲା ବଡ଼ ବଡ଼ ପାତ୍ର ଜାହାଜରୁ ବଡ଼ ଆକାରର ସେରାମିକ୍ ପାତ୍ର ମଧ୍ୟ ମିଳିଛି।
ଏଗୁଡ଼ିକୁ "କୋରିନ୍ଥିଆନ୍ ଟାଇପ୍ ବି ଆମ୍ଫୋରା" କୁହାଯାଏ।
ଐତିହାସିକ ଭାବେ ଏହି ପାତ୍ରଗୁଡ଼ିକ ମଦ ଓ ତେଲ ପରିବହନ ପାଇଁ ବ୍ୟବହୃତ ହେଉଥିବା କୁହାଯାଉଛି।
ଜମିର କିସମ ବଦଳାଇବା ପାଇଁ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।