Shiva Temple Submerged in Floodwaters: ଶ୍ରାବଣ ଶେଷ ସୋମବାରରେ ଶ୍ରଦ୍ଧାଳୁଙ୍କୁ ନିରାଶ କଲା ବନ୍ୟା, ବୁଡିଯାଇଛି ଶିବ ମନ୍ଦିର
ବୁଡ଼ିଗଲା ମନ୍ଦିର, ବୁଡ଼ିଲେ ଠାକୁର… ବାହାରେ ଜଳଲାଗି କଲେ କାଉଡି଼ଆ। ଲଗାଣ ବର୍ଷା ଯୋଗୁଁ ରାମିଆଳ ନଦୀରେ ବଢ଼ିଛି ଜଳସ୍ତର। ଫଳରେ କାମାକ୍ଷାନଗର ବ୍ଲକ ହାଟୁଆରୀ ଗ୍ରାମ ନିକଟ ରାମିଆଳ ନଦୀ ମଧ୍ୟରେ ଥିବା ବହୁ ପୁରାତନ କପିଳେଶ୍ୱର ମନ୍ଦିର ଜଳମଗ୍ନ ହୋଇଛି। ମନ୍ଦିର ସହ ଠାକୁର ମଧ୍ୟ ବନ୍ୟାଜଳରେ ବୁଡ଼ିଯାଇଥିବାରୁ ଶ୍ରାବଣ ମାସର ଶେଷ ସୋମବାରରେ ଜଳଲାଗି ପାଇଁ ଆସିଥିବା ହଜାର ହଜାର କାଉଡି଼ଆ ନିରାଶ ହୋଇଛନ୍ତି।
କାରଣ ମନ୍ଦିର ପ୍ରଶାସନ ପକ୍ଷରୁ ଅନ୍ୟ ଏକ ସ୍ଥାନରେ ଜଳାଭିଷେକର ବ୍ୟବସ୍ଥା କରାଯାଇଛି। ତେବେ ମନ୍ଦିରକୁ ଯୋଗାଯୋଗ କରୁଥିବା ରାସ୍ତା ଉପରେ ପ୍ରାୟ ଚାରି ଫୁଟ୍ ର ପାଣି ଚାଲୁଥିବାରୁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ବାଧ୍ୟ ହୋଇ ମନ୍ଦିର ବାହାରେ ଜଳଲାଗି କରି ଫେରିଛନ୍ତି ଶ୍ରଦ୍ଧାଳୁ।...
ବୁଡ଼ିଗଲା ମନ୍ଦିର, ବୁଡ଼ିଲେ ଠାକୁର
ବନ୍ୟାଜଳରେ ବୁଡ଼ିଲା କପିଳେଶ୍ୱର ମନ୍ଦିର
ବୁଡ଼ିଲା ମନ୍ଦିର, ବାହାରେ ଜଳଲାଗି କଲେ କାଉଡି଼ଆ
ରାମିଆଳରେ ବଢ଼ିଲା ଜଳ, ଜଳବନ୍ଦି ମନ୍ଦିର
ମନ୍ଦିର ରାସ୍ତାରେ ଚାରି ଫୁଟ୍ ପାଣି, ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।