Shocking Betrayal: ବାହାଘର ପରେ ଶ୍ୱଶୁର ଘରକୁ ଯାଇ ଲୁଟ୍, ଜ୍ୱାଇଁଙ୍କୁ ବାନ୍ଧିଲା ପୋଲିସ

Oct 22, 2026 - 20:04
Shocking Betrayal: ବାହାଘର ପରେ ଶ୍ୱଶୁର ଘରକୁ ଯାଇ ଲୁଟ୍, ଜ୍ୱାଇଁଙ୍କୁ ବାନ୍ଧିଲା ପୋଲିସ

ଶ୍ୱଶୁର ଘରେ କଳାକନା ବୁଲାଇଲେ ଜ୍ୱାଇଁ।

ଘରେ କେହି ନଥିବା ବେଳେ ଲୁଟିନେଲେ ସୁନା ଗହଣା ।

ନୟାପଲ୍ଲୀ ଥାନା ପୋଲିସ ଏଭଳି ଜଣେ ଯୁବକକୁ ଗିରଫ କରିଛି, ଯାହାର କାରନାମା ଶୁଣିଲେ ଆପଣ ତାଜୁବ ହୋଇଯିବେ।

ଅଭିଯୁକ୍ତ ଜଣଙ୍କ ହେଲା ରାଜେଶ କୁମାର ନାୟକ ।

ଘର ନୟାଗଡ଼, ୟୁନିଟ ୮ ରେ ଭଡାରେ ରହୁଥିଲା ଅଭିଯୁକ୍ତ ।

କିଛି ଦିନ ତଳେ ୟୁନିଟ ୮ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ କରିଥିଲା ଅଭିଯୁକ୍ତ ।

Advertisment ପ୍ରଥମକରି ଶ୍ବଶୁର ଘରକୁ ଯିବା ପରେ ନଜର ପଡିଥିଲା ଆଲମିରାରେ ଥିବା ସୁନା ଅଳଙ୍କାର ଉପରେ।

କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ଲୁଟି ନେଇଥିଲା ପାଖାପାଖି ୫ ଲକ୍ଷ ଟଙ୍କାର ସୁନା ।

ଏପରିକି ଶ୍ବଶୁରଙ୍କ ବାଇକ ମଧ୍ୟ ନେଇ ଅନ୍ୟତ୍ର ବନ୍ଧା ପକେଇଦେଇଥିଲା ଜ୍ବାଇଁ ।

ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଜ୍ୱାଇଁଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ।

ଶ୍ୱଶୁର ଘରେ କଳାକନା ବୁଲାଇଲେ ଜ୍ୱାଇଁ ଘରେ କେହି ନଥିବାବେଳେ ଲୁଟିନେଲା ସୁନା ଗହଣା ଏଭଳି ଜଣେ ଯୁବକକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ୟୁନିଟ ୮ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ କରିଥିଲା ଅଭିଯୁକ୍ତ ଅଭିଯୁକ୍ତ ଜଣଙ୍କ ଲୁଟି ନେଇଥିଲା ପାଖାପାଖି ୫ ଲକ୍ଷ ଟଙ୍କାର ସୁନା ଅଭିଯୁକ୍ତ ଜ୍ୱାଇଁଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।