Shocking Superstition Incident Reported: ଡାକ୍ତର ମୃତ ଘୋଷଣା କଲେ, ହସ୍ପିଟାଲରେ ଚାଲିଲା ଝଡ଼ାଫୁଙ୍କା

Sep 21, 2026 - 12:12
Shocking Superstition Incident Reported: ଡାକ୍ତର ମୃତ ଘୋଷଣା କଲେ, ହସ୍ପିଟାଲରେ ଚାଲିଲା ଝଡ଼ାଫୁଙ୍କା

ଡାକ୍ତର କହିଲେ ମୃତ... ହେଲେ ବିଶ୍ୱାସ ହେଲାନି। ମେଡିକାଲ୍ ରେ ମୃତ ଯୁବକଙ୍କୁ ଝାଡ଼ିଲେ ଗୁଣିଆ। ସାପ ବିଷ ଓହ୍ଲାଇବା ଆଶାରେ ଚାଲିଲା ଝଡ଼ାଫୁଙ୍କା। ଏଭଳି ଘଟଣା ପୁଣି ଥରେ ସାମ୍ନାକୁ ଆଣିଛି ଅନ୍ଧବିଶ୍ୱାସର ଭୟଙ୍କର ଚିତ୍ର। ଘଟଣା କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର। ଘଷିପୁରା ଥାନା ଭଣ୍ଡାରିଡିହା ଗାଁର ସୁଶୀଲ କୁମାର ଭିତିରିଆଙ୍କୁ ରବିବାର ଦିନ ବିଷଧର ସାପ କାମୁଡ଼ିଥିଲା। ପରିବାର ଓ ସାହିପଡ଼ିଶା ତୁରନ୍ତ ତାଙ୍କୁ ଆନନ୍ଦପୁର ମେଡିକାଲ୍ କୁ ନେଇଥିଲେ।

ହେଲେ ଚିକିତ୍ସାଧୀନ ଅବସ୍ଥାରେ ସୁଶୀଲଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତର ମୃତ ଘୋଷଣା କରିବା ପରେ ମଧ୍ୟ ପରିବାର ଓ ସମ୍ପର୍କୀୟଙ୍କ ମନରେ ଥିଲା ଆଶା। ଡାକ୍ତରଙ୍କ କଥାକୁ ଭରସା ନକରି ଡକାଗଲା ଗୁଣିଆ। ମେଡିକାଲ୍ ପରିସରରେ ହିଁ ମୃତଦେହକୁ ଝାଡ଼ିଲେ ଗୁଣିଆ। ସାପ ବିଷ ଉତାରିବାକୁ ଚାଲିଲା ଝଡ଼ାଫୁଙ୍କା। ହେଲେ ଶେଷରେ ଗୁଣିଆ ମଧ୍ୟ ସ୍ୱୀକାର କଲେ, ଯୁବକ ଆଉ ନାହାନ୍ତି। ଗୋଟିଏ ପଟେ ଆଧୁନିକ ଚିକିତ୍ସା, ଅନ୍ୟପଟେ ଅନ୍ଧବିଶ୍ୱାସ। ମେଡିକାଲ୍ ପରିସରରେ ହିଁ ଏଭଳି ଝଡ଼ାଫୁଙ୍କାର ଦୃଶ୍ୟ ପୁଣି ଥରେ ସମାଜ ଆଗରେ ଠିଆ କରିଛି ଏକ ବଡ଼ ପ୍ରଶ୍ନ। ସାପ କାମୁଡ଼ିଲେ ଜୀବନ ବଞ୍ଚାଇବାର ରାସ୍ତା କେଉଁଟି? ଚିକିତ୍ସା ନା ଅନ୍ଧବିଶ୍ୱାସ? 

ହସ୍ପିଟାଲରେ ଝଡ଼ାଫୁଙ୍କା
ପୁଣି ସାମ୍ନାକୁ ଆସିଲା ଅନ୍ଧବିଶ୍ୱାସର ଭୟଙ୍କର ଚିତ୍ର
ସାପ କାମୁଡାରେ ମୃତ ଯୁବକଙ୍କୁ ବଞ୍ଚାଇବାକୁ ଝଡ଼ାଫୁଙ୍କା
ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ
ଡାକ୍ତର କହିଲେ ମୃତ, ହେଲେ ବିଶ୍ୱାସ ହେଲାନି
ଡାକ୍ତର ଘୋଷଣାକୁ ମାନିଲେନି, ଗୁଣିଆ ଡାକିଲେ
ମେଡିକାଲରେ ମୃତଦେହକୁ ଝାଡ଼ିଲେ ଗୁଣିଆ
ମୃତ୍ୟୁ ପରେ ବି ଶେଷ ହେଲାନି ଅନ୍ଧବିଶ୍ୱାସ
ଜୀବନ ଫେରିବା ଆଶା ନେଇ ଗୁଣିଆ ଡାକିଲେ
ଶେଷରେ ଗୁଣିଆ ବି କହିଲେ- ‘ଆଉ ନାହାନ୍ତି’
ଘଷିପୁରା ଥାନା ଭଣ୍ଡାରିଡିହା ଗାଁରେ କାମୁଡ଼ିଥିଲା ସାପ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।