Shooting: ଏସୀୟ ରେକର୍ଡ ସହ କମଲଜିତ-ସୁରୁଚିଙ୍କୁ ସ୍ବର୍ଣ୍ଣ; ପୁରୁଷ ୫୦ ମିଟର ରାଇଫଲ୍‌ ୩ ପୋଜିସନ୍‌ ଦଳକୁ ରୌପ୍ୟ

Sep 25, 2026 - 11:24
Shooting: ଏସୀୟ ରେକର୍ଡ ସହ କମଲଜିତ-ସୁରୁଚିଙ୍କୁ ସ୍ବର୍ଣ୍ଣ; ପୁରୁଷ ୫୦ ମିଟର ରାଇଫଲ୍‌ ୩ ପୋଜିସନ୍‌ ଦଳକୁ ରୌପ୍ୟ

"ଆଇଚି: ଚଳିତ ଏସୀୟ କ୍ରୀଡ଼ାରେ ଶୁକ୍ରବାର ବନ୍ଧୁକଚାଳନାରୁ ଭାରତକୁ ଯୁଗଳ ଖୁସି ମିଳିଛି।

୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଯୋଡ଼ି କମଲଜିତ ଓ ସୁରୁଚି ସିଂହ ଏସୀୟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍‌ ଦଳକୁ ରୌପ୍ୟ ମିଳିଛି।

ଚଳିତ ଏସୀୟ କ୍ରୀଡ଼ା ବନ୍ଧୁକଚାଳନାରେ ଭାରତର ପ୍ରଥମ ଏବଂ ମୋଟ ଉପରେ ଦ୍ବିତୀୟ ସ୍ବର୍ଣ୍ଣ।

ପୂର୍ବରୁ ମହିଳା କ୍ରିକେଟ୍‌ ଦଳ ଭାରକୁ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲା। ‌Advertisment ମିଶ୍ରିତ ଯୁଗଳରେ ଚମତ୍କାର ପ୍ରତ୍ୟାବର୍ତ୍ତନ ବ୍ୟକ୍ତିଗତ ବର୍ଗରେ ନିରାଶ ହୋଇଥିବା କମଲଜିତ ଓ ସୁରୁଚି ଶୁକ୍ରବାର ମିଶ୍ରିତ ଯୁଗଳରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ।

୪ ଜଣିଆ ଫାଇନାଲ୍‌ରେଏହି ଭାରତୀୟ ଯୋଡ଼ି (୪୮୪.୬ ସଟ୍‌) ଏସୀୟ ରେକର୍ଡ ସହ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ।

ପୂର୍ବରୁ ଏସୀୟ ରେକର୍ଡ ଉଜବେକିସ୍ତାନର ମୁଖାମ୍ମଦ କାମାଲେଭା ଓ ନିଗିନା ସୟଦକୁଲୋଭା (୪୮୧.୩)ଙ୍କ ନାମରେ ଥିଲା।

ଭାରତୀୟ ଯୋଡ଼ିଙ୍କଠୁ ୬.୬ ସଟ୍‌ ପଛରେ ରହି ଦକ୍ଷିଣ କୋରିଆର ସୁହିଓନ୍‌ ହଙ୍ଗ ଓ ଜାଏଉନ୍‌ ଚୋ (୪୭୮.୦) ରୌପ୍ୟ ଜିତିଥିଲେ।

ଇରାନର ବାହିଦ ଗୋଲଖାନ୍ଦନ ଓ ହାନିୟେ ରୋଷ୍ଟାମିୟାଁ (୪୧୫.୮) କାଂସ୍ୟ ଜିତିଥିଲେ।ଯୋଗ୍ୟତା ପର୍ଯ୍ୟାୟରେ କମଲଜିତ ଓ ସୁରୁଚି ୫୮୭ (୨୯ ଇନର୍‌ ୧୦ଏସ୍‌) ସ୍କୋର୍‌ ସହ ଶୀର୍ଷ ସ୍ଥାନ ଅଧିକାର କରିଥି‌ଲେ।

ଏଥିରେ ମଧ୍ୟ ଏହି ଭାରତୀୟ ଯୋଡ଼ି ନିଜ ଦେଶର ସରବଜୋତ ସିଂହ ଓ ଦିବ୍ୟା ସୁବାରାଜୁ (୫୭୭)ଙ୍କ ନାମରେ ଥିବା ଏସୀୟ କ୍ରୀଡ଼ା ଯୋଗ୍ୟତା ପର୍ଯ୍ୟାୟ ରେକର୍ଡ ଭାଙ୍ଗିଥିଲେ।

ସରବଜୋତ ଓ ଦିବ୍ୟା ୨୦୨୩ ହାଙ୍ଗ୍‌ଝୌରେ ଏହି ରେକର୍ଡ କରିଥିଲେ।

କମଲଜିତ ଓ ସୁରୁଚି ମଧ୍ୟ ୨୦୨୧ରେ ସୌରଭ ଚୌଧୁରୀ ଓ ମନୁ ଭାକରଙ୍କ ଏସୀୟ ରେକର୍ଡର ସମକକ୍ଷ ହୋଇଥିଲେ।

ଯୋଗ୍ୟତା ପର୍ଯ୍ୟାୟରେ ଇରାନ (୫୮୪), ‌କୋରିଆ (୫୮୨) ଓ ଇଣ୍ଡୋନେସିଆ (୫୮୦) ଯଥାକ୍ରମେ ଦ୍ବିତୀୟରୁ ଚତୁର୍ଥ ସ୍ଥାନରେ ରହି ଭାରତ ସହ ପଦକ ଦୌଡ଼ରେ ସାମିଲ ହୋଇଥିଲେ।

Asian Games: ସ୍କ୍ବାସ୍‌ କ୍ବାର୍ଟରରେ ଦୁଇ ଭାରତୀୟ ତନ୍ବୀ-ଅନାହାତ ଲଢ଼େଇ ୫୦ ମିଟର ରାଇଫଲ ୩ ପୋଜିସନ୍‌ରେ ଐଶ୍ବର୍ଯ୍ୟ ପ୍ରତାପ ସିଂହ ତୋମାର, ରୁଦ୍ରାକ୍ଷ ପାଟିଲ ଓ ନୀରଜ କୁମାରଙ୍କୁ ‌ନେଇ ଗଠିତ ଭାରତୀୟ ଦଳ ୧୭୬୨ ସ୍କୋର୍‌ ସହ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ଜିତିଥିଲା।

ଚୀନ୍‌ (୧୭୬୬) ସ୍ବର୍ଣ୍ଣ ଓ କୋରିଆ (୧୭୫୧) କାଂସ୍ୟ ପାଇଥିଲେ।

ତୋମାର (୫୮୯) ଓ ନୀରଜ (୫୮୮) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ବ୍ୟକ୍ତିଗତ ଫାଇନାଲ୍‌ରେ ପହଞ୍ଚିଛନ୍ତି।

ରୁଦ୍ରାକ୍ଷ (୫୮୫) ନବମ ସ୍ଥାନରେ ରହି ଫାଇନାଲ୍‌ରୁ ଅଳ୍ପକେ ବଞ୍ଚିତ ହୋଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।