Shooting: ଗୁଆହାଟୀର ହୋଟେଲରେ ଗୁଳିକାଣ୍ଡ: ୪ ଜଣଙ୍କ ମୃତ୍ୟୁ, ଦୁଇ ମହିଳାଙ୍କ ସମେତ ଅନେକ ଆହତ
ଗୁଆହାଟୀ: ଆସାମର ଗୁଆହାଟୀସ୍ଥିତ ଏକ ହୋଟେଲ ଉପରେ ସୋମବାର ରାତିରେ ଗୁଳିମାଡ଼ ହୋଇଛି।
ରାତି ପ୍ରାୟ ୯ଟା ସମୟରେ ଲଚିତ୍ ନଗରସ୍ଥିତ ଏକ 'ହୋଟେଲ ବିଲାସ୍ ଇନ୍'ରେ ଘଟିଥିବା ଏହି ଗୁଳିକାଣ୍ଡ ରେ ଅତିକମରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।
ଗୁଆହାଟୀ ପୁଲିସ କମିସନର ଏହି ମୃତ୍ୟୁ ଘଟଣାକୁ ନିଶ୍ଚିତ କରିଛନ୍ତି।
Advertisment ଆସାମ ପୁଲିସ କହିଛି ବୋରା ସର୍ଭିସ୍ ନିକଟରେ ଗୁଳି ଚାଳନା ହୋଇଛି।
ପୁଲିସ ଏବଂ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କିତ ବିବରଣୀ ସଂଗ୍ରହ କରୁଛି।
ଆକ୍ରମଣକାରୀମାନଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
Injured: ଜୋର୍ଡାନ ଚର୍ଚ୍ଚ ନିକଟରେ ଗୁଳିକାଣ୍ଡ, ୭ ମୃତ ଓ ୩୪ ଆହତ ଖବର ଅନୁଯାୟୀ, ଏହି ଗୁଳିକାଣ୍ଡରେ ଦୁଇ ଜଣ ମହିଳାଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି।
ଆହତମାନଙ୍କ ମଧ୍ୟରେ 'ହୋଟେଲ ବିଲାସ୍ ଇନ୍'ର ଜଣେ କର୍ମଚାରୀ ମଧ୍ୟ ଅଛନ୍ତି।
ଘଟଣା ସମ୍ପର୍କରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।