Shree Gundicha Temple: ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର, ୩ ଦିନ ଯାଏଁ ମାଗଣା ଦର୍ଶନ

Sep 30, 2026 - 08:27
Shree Gundicha Temple: ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର, ୩ ଦିନ ଯାଏଁ ମାଗଣା ଦର୍ଶନ

"ପୁରୀ: ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର।

ଆଜି ସକାଳେ ଏଥିଲାଗି ଶ୍ରୀଗୁଣ୍ଡିଚା ମନ୍ଦିରଙ୍କ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି।

ଆଜିଠାରୁ ୩ ଦିନ ଯାଏ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ ଲାଗି କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ତାପରେ ଭକ୍ତଙ୍କ ପିଛା ଟିକେଟ୍‌ର ମୂଲ୍ୟ ୧୦ ଟଙ୍କା ରହିବ।

୫ ବର୍ଷରୁ କମ୍ ଓ ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରବେଶ ଦେୟମୁକ୍ତ ରହିବ।ଦୀର୍ଘ ୬ ବର୍ଷ ବନ୍ଦ ରହିବା ପରେ ଏହାକୁ ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।

କିଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଥିଲେ।

Advertisment ପ୍ରତିଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ ସୁବିଧା ପାଇବେ।

ଶୀତଦିନେ ବା ନଭେମ୍ବରରୁ ଫେବ୍ରୁଆରି ମାସରେ ଏହା ସକାଳ ୬ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ।

ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିବେ।

ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ରୢାମ୍ପ୍‌ ବ୍ୟବସ୍ଥା ହୋଇଛି।

ଭକ୍ତଙ୍କ ପାଇଁ ମୋବାଇଲ ଓ ଜୋତାଷ୍ଟାଣ୍ଡ ଦେୟମୁକ୍ତ ରହିବ।

ମହାପ୍ରଭୁଙ୍କ ଜନ୍ମବେଦି ତଥା ବାଲ୍ୟକାଳର ଲୀଳାଭୂମି ଭାବେ ପରିଚିତ ଶ୍ରୀଗୁଣ୍ଡିଚା ମନ୍ଦିରକୁ କରୋନା ଆଳରେ ବନ୍ଦ କରିଦେଇଥିଲେ।

୨୦୨୨ ମସିହାରେ ବସିଥିବା ପରିଚାଳନା କମିଟି ବୈଠକରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା।

ହେଲେ ଏହା ପରେ ଆଉ କୌଣସି ପଦକ୍ଷେପ ନିଆଯାଇ ନଥିଲା।

Special campaign: ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।