Shri Jagannath Darshan Yojana: ଆରମ୍ଭ ହେଲା ‘ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା’: ୧୩ ଜିଲ୍ଲାର ୧୦,୫୩୫ ଭକ୍ତ ପାଇବେ ବିଶେଷ ଦର୍ଶନ ସୁବିଧା
"ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜିଠୁ ଆରମ୍ଭ ହୋଇଛି "ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନା"।
ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯୋଜନାରେ ୧୩ଟି ଜିଲ୍ଲାର ୧୦,୫୩୫ ଭକ୍ତ ବିଶେଷ ଦର୍ଶନର ସୁଯୋଗ ପାଇବେ।
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, କନ୍ଧମାଳରୁ ଭକ୍ତମାନେ ଦର୍ଶନ ପାଇଁ ଆସିବେ।
ଭକ୍ତମାନେ ଯେପରି ଭଲ ଅନୁଭବ ନେଇ ଫେରିବେ ସେନେଇ ସର୍କିଟ ହାଉସରେ ବୈଠକ କରାଯାଇଥିଲା।
Advertisment S Jaishankar: ୟୁଏନ୍ଜିଏରେ ଭାରତୀୟ ଦଳର ନେତୃତ୍ୱ ନେବେ ଜୟଶଙ୍କର ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଭକ୍ତଙ୍କ ଲାଗି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଆଧ୍ୟାତ୍ମିକ ଓ ଧାର୍ମିକ ଯୋଜନା ଅନ୍ତର୍ଗତ ହୋଇଥିବାରୁ ସେବା ମନୋଭାବ ନେଇ ପ୍ରତ୍ୟେକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ଜିଲ୍ଲା ପ୍ରଶାସନ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦର୍ଶନର ବ୍ୟବସ୍ଥା କରାଇବେ।
ଯାତ୍ରୀମାନେ ପହଞ୍ଚିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ରହଣି ପାଇଁ ବୃନ୍ଦାବତୀ ନିବାସରେ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା, ସହାୟତା ପାଇଁ ହେଲ୍ପ ଡେସ୍କର ବ୍ୟବସ୍ଥା, ଯାତାୟାତ ପାଇଁ ସ୍ଥାନୀୟ ପରିବହନ ବ୍ୟବସ୍ଥା, ଦର୍ଶନ ସୁବିଧା, ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ବ୍ୟବସ୍ଥା, ଗାଡ଼ି ପାର୍କିଂ ଓ ଫଟୋ ଭିଡିଓ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ କାର୍ଯ୍ୟ ସମ୍ପାଦନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି କାର୍ଯ୍ୟ ପାଇଁ ଦାୟିତ୍ୱ ନେଇଥିବା ସଂସ୍ଥା "ଏକ୍ସପ୍ଲୋୟର" ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ଓ ସମସ୍ତ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା ବୈଠକରେ ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଓଏସ୍ଆର୍ଟିସିର ଜିଲ୍ଲା ମ୍ୟାନେଜର ତପସ୍ବିନୀ ଭଟ୍ଟ, ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ରୂପେଶ ରାଉତ, ଦେବସ୍ମିତା ମହାନ୍ତିଙ୍କ ସମେତ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।