Sikh Student’s Big Achievement: ପାକିସ୍ତାନରେ ଶିଖ୍‌ ଛାତ୍ରଙ୍କ କମାଲ: ମାଟ୍ରିକ୍‌ରେ ଦ୍ୱିତୀୟ, ଏସ୍‌ଜିପିସି ଦେବ ୫୧ ହଜାର ଟଙ୍କା...

Sep 15, 2026 - 18:51
Sikh Student’s Big Achievement: ପାକିସ୍ତାନରେ ଶିଖ୍‌ ଛାତ୍ରଙ୍କ କମାଲ: ମାଟ୍ରିକ୍‌ରେ ଦ୍ୱିତୀୟ, ଏସ୍‌ଜିପିସି ଦେବ ୫୧ ହଜାର ଟଙ୍କା...

"ନୂଆଦିଲ୍ଲୀ: ପାକିସ୍ତାନର ଜଣେ ଶିଖ୍‌ ଛାତ୍ର ଓଂକାର ସିଂହ ମାଟ୍ରିକ୍‌ ପରୀକ୍ଷାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।

ଲାହୋର ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ଆଣ୍ଡ ସେକେଣ୍ଡାରୀ ଏଜୁକେସନ୍‌ର ବାର୍ଷିକ ମାଟ୍ରିକ୍ ପରୀକ୍ଷାରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।

ଓଂକାରଙ୍କ ଏହି ସଫଳତା ପାଇଁ ଭାରତର ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ତାଙ୍କୁ ୫୧ ହଜାର ଟଙ୍କାର ନଗଦ ପୁରସ୍କାର ଦେବାକୁ ଘୋଷଣା କରିଛି।

ଏସ୍‌ଜିପିସିର କାର୍ଯ୍ୟକାରୀ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।Advertisment ଆହୁରି ପଢ଼ନ୍ତୁ- MLA Parag Shah: ଦିନକ ପାଇଁ ଭିକାରି ସାଜି ମୁମ୍ବାଇ ରାସ୍ତାରେ ବୁଲିଲେ ବିଧାୟକ ନବମ ଶ୍ରେଣୀରେ ବି ହୋଇଥିଲେ ଦ୍ୱିତୀୟ ଓଂକାର ସିଂହଙ୍କ ପାଠପଢ଼ାରେ ଭଲ ପ୍ରଦର୍ଶନ ଏହା ପ୍ରଥମ ନୁହେଁ।

ଏହାପୂର୍ବରୁ ନବମ ଶ୍ରେଣୀ ପରୀକ୍ଷାରେ ମଧ୍ୟ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ସେତେବେଳେ ସମସ୍ତ ବିଷୟରେ ସେ ଏ+ ଗ୍ରେଡ୍ ପାଇଥିଲେ।

ନବମ ଶ୍ରେଣୀରେ ଇସ୍ଲାମିୟାତ୍‌ରେ ୧୦୦ରୁ ୯୮ ନମ୍ବର, ଫିଜିକ୍ସ ଓ କେମିଷ୍ଟ୍ରିରେ ୬୦ ଲେଖାଏଁ ଏବଂ ବାୟୋଲୋଜିରେ ୫୯ ନମ୍ବର ପାଇଥିଲେ।

ଏହାସହ ଇଂରାଜୀରେ ୭୫, ଉର୍ଦ୍ଦୁରେ ୭୪ ଏବଂ କୁରାନ୍‌ର ଅନୁବାଦରେ ୫୦ରୁ ୪୯ ନମ୍ବର ହାସଲ କରିଥିଲେ।

ଓଂକାରଙ୍କୁ ୫୧ ହଜାର ଟଙ୍କା ଦେବ ଏସ୍‌ଜିପିସି ଏସ୍‌ଜିପିସିର ମୁଖ୍ୟ ସଚିବ କୁଲୱନ୍ତ ସିଂହ ମନ୍ନନ୍‌ କହିଛନ୍ତି ଯେ, ଓଂକାର ସିଂହଙ୍କୁ ୫୧ ହଜାର ଟଙ୍କା ନଗଦ ପୁରସ୍କାର ଦିଆଯିବ।

ଏସ୍‌ଜିପିସି ଅଧ୍ୟକ୍ଷ ଆଡଭୋକେଟ୍ ହରଜିନ୍ଦର ସିଂହ ଧାମୀଙ୍କ ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନିଆଯାଇଛି।

ପାକିସ୍ତାନର ଅଳ୍ପସଂଖ୍ୟକ ଶିଖ୍‌ ସମ୍ପ୍ରଦାୟରୁ ଆସିଥିବା ଓଂକାରଙ୍କ ଏହି ସଫଳତାକୁ ଏସ୍‌ଜିପିସି ପ୍ରଶଂସା କରିଛି।

ଆଗକୁ ମଧ୍ୟ ସେ ଏଭଳି ଭଲ ପ୍ରଦର୍ଶନ ଜାରି ରଖିବେ ବୋଲି ସଂଗଠନ ଆଶା ପ୍ରକାଶ କରିଛି।

ଆହୁରି ପଢ଼ନ୍ତୁ- AC: ରାସନ୍ କାର୍ଡଧାରୀଙ୍କୁ ମାଗଣାରେ ମିଳିବ ଏୟାର କଣ୍ଡିସନର!

ଭାଇରାଲ୍ ଭିଡିଓ ସମ୍ପୂର୍ଣ୍ଣ ମିଛ, ସ୍ପଷ୍ଟ କଲା PIB ଓଂକାରଙ୍କ ବାପା ମଧ୍ୟ ଡାକ୍ତର ଓଂକାର ସିଂହଙ୍କ ବାପା ଡା.

ମିମ୍ପାଲ ସିଂହ ପାକିସ୍ତାନ ସିଖ ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ସଦସ୍ୟ।

ସେ ଶିକ୍ଷା ଓ ଚିକିତ୍ସା କ୍ଷେତ୍ର ସହ ଜଡ଼ିତ ଅଛନ୍ତି।

ଏସ୍‌ଜିପିସି ଅନୁସାରେ, ଡା.

ମିମ୍ପାଲ ସିଂହଙ୍କୁ ପାକିସ୍ତାନର ପ୍ରଥମ ସିଖ ଡାକ୍ତର ଭାବେ ମଧ୍ୟ ଜଣାଯାଏ।

ଚିକିତ୍ସା ଓ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ପାକିସ୍ତାନ ସରକାର ତାଙ୍କୁ "ତମଗା-ଏ-ଇମ୍ତିଆଜ୍" ସମ୍ମାନରେ ସମ୍ମାନିତ କରିଛି।

ଶିଖ୍‌ ସମ୍ପ୍ରଦାୟ ପାଇଁ ଗର୍ବର ମୁହୂର୍ତ୍ତ ଓଂକାର ସିଂହଙ୍କ ସଫଳତାକୁ ପାକିସ୍ତାନର ଶିଖ୍‌ ସମ୍ପ୍ରଦାୟ ପାଇଁ ଗର୍ବର ବିଷୟ ବୋଲି କୁହାଯାଉଛି।

ଅଳ୍ପସଂଖ୍ୟକ ସମ୍ପ୍ରଦାୟରୁ ଆସି ଶିକ୍ଷା କ୍ଷେତ୍ରରେ ଓଂକାର ନିଜର ପ୍ରତିଭା ଦେଖାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।