Silver Prices Crash: ରୁପା ବଜାରରେ ହାହାକାର, ଆଗକୁ ଆହୁରି ଶସ୍ତା ହେବ କି ଦାମ ?
କିଛିଦିନ ତଳେ ଆକାଶଛୁଆଁ ହୋଇଥିଲା ରୁପା ଦର।
କିଲୋ ପିଛା ୪ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଥିବା ରୂପା ଏବେ ଖସି ଆସିଛି ୧ ଲକ୍ଷ ୯୦ ହଜାର ଟଙ୍କାକୁ।
ଅନ୍ତର୍ଜାତୀୟ ବଜାରରେ ରୁପା ଦରରେ ବଡ଼ ଧରଣର ହ୍ରାସ ନିବେଶକଙ୍କ ଚିନ୍ତା ବଢ଼ାଇଛି।
ତେବେ ଏଠି ପ୍ରଶ୍ନ, ରୁପା ଦରର ଏହି ପତନ ଏତିକିରେ ଅଟକିବ, ନା ଆଗକୁ ଆହୁରି ଶସ୍ତା ହେବ ରୂପା?
Advertisment ସୁନା ଓ ରୁପା ଦର ଉପରେ ଏକାଧିକ ଅନ୍ତର୍ଜାତୀୟ କାରଣ ଚାପ ପକାଉଛି।
ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ, ଅଶୋଧିତ ତୈଳ ଦରରେ ବୃଦ୍ଧି ଏବଂ ଆମେରିକାରେ ସୁଧହାର ବଢ଼ିବା ନେଇ ଆଶଙ୍କା ମୂଲ୍ୟବାନ ଧାତୁର ବଜାରକୁ ପ୍ରଭାବିତ କରିଛି।
ଗତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ମଧ୍ୟ ହ୍ରାସ ପାଇଥିଲା।
ତେବେ ରୁପା ଦରରେ ପତନ ଅଧିକ ଗଭୀର ରହିଛି।
ବଜାର ବିଶେଷଜ୍ଞଙ୍କ ମତରେ, ରୁପାର ଚାହିଦାର ଏକ ବଡ଼ ଅଂଶ ଶିଳ୍ପ କ୍ଷେତ୍ର ସହ ଜଡ଼ିତ।
ତେଣୁ ବଜାରରେ ଅନିଶ୍ଚିତତା ବଢ଼ିଲେ ରୂପା ଦର ଉପରେ ଅଧିକ ଚାପ ପଡ଼ିପାରେ।
ଅନ୍ତର୍ଜାତୀୟ ବଜାରରେ ରୁପା ଦର ଆଉ ଖସି ଆଉନ୍ସ ପିଛା ୫୦ ଡଲାର ତଳକୁ ଗଲେ, ଭାରତୀୟ ବଜାରରେ ଏହାର ଦାମ କିଲୋ ପିଛା ୧ ଲକ୍ଷ ୯୦ ହଜାର ଟଙ୍କା ତଳକୁ ଖସିବାର ଆଶଙ୍କା ରହିଛି।
Advertisment ଅନ୍ୟପଟେ, ଅକ୍ଟୋବର ୨୭ ଓ ୨୮ ତାରିଖରେ ହେବାକୁ ଥିବା ଆମେରିକାର ଫେଡେରାଲ୍ ରିଜର୍ଭ ବୈଠକ ଉପରେ ରହିଛି ସମସ୍ତଙ୍କ ନଜର।
ସୁଧହାର ବୃଦ୍ଧି ନେଇ କୌଣସି ନୂଆ ପଦକ୍ଷେପ ନ ନିଆଗଲେ ସୁନା ଓ ରୁପା ବଜାରକୁ କିଛିଟା ଆଶ୍ୱସ୍ତି ମିଳିପାରେ।
କିନ୍ତୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଓ ତୈଳ ଯୋଗାଣକୁ ନେଇ ଅନିଶ୍ଚିତତା ବଢ଼ିଲେ ଡଲାର ଆହୁରି ମଜଭୁତ ହୋଇପାରେ, ଯାହା ମୂଲ୍ୟବାନ ଧାତୁର ଦର ଉପରେ ଚାପ ପକାଇବ।
ତେଣୁ ରୁପା କିଣିବାକୁ ଯୋଜନା କରୁଥିବା ଗ୍ରାହକ ଓ ନିବେଶକଙ୍କ ପାଇଁ ଆଗାମୀ କିଛି ଦିନ ଗୁରୁତ୍ୱପୂର୍ଣ୍ଣ।
ଦର ଆହୁରି ଖସିବ ନା ପୁଣି ଉପରମୁହାଁ ହେବ, ତାହା ନିର୍ଭର କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।