SIR Controversy: ଜ୍ଞାନେଶ କୁମାରଙ୍କୁ ମହୁଆଙ୍କ କଟାକ୍ଷ, ‘ଆମେରିକା ପଳାଅ’

Nov 05, 2026 - 23:02
SIR Controversy: ଜ୍ଞାନେଶ କୁମାରଙ୍କୁ ମହୁଆଙ୍କ କଟାକ୍ଷ, ‘ଆମେରିକା ପଳାଅ’

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ନେଇ ପୁଣିଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମହୁଆ ମୈତ୍ର।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିର୍ବାଚନରେ ସହାୟତା କରିବା ପାଇଁ ଜ୍ଞାନେଶ କୁମାର ଆମେରିକା ଚାଲିଯିବା ଉଚିତ ବୋଲି ସେ କଟାକ୍ଷ କରିଛନ୍ତି।

ଏପରିକି ଇଣ୍ଡିମେଣ୍ଟ କେନ୍ଦ୍ରରେ କ୍ଷମତାକୁ ଆସିଲେ ଜ୍ଞାନେଶଙ୍କୁ ଜେଲ୍‌ ଯିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

Advertisment ମହୁଆ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏହି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, ୨୦୨୯ରେ କିମ୍ବା ତା' ପୂର୍ବରୁ ଦେଶରେ ସରକାର ବଦଳିବ।

ଇଣ୍ଡିମେଣ୍ଟ କ୍ଷମତାକୁ ଆସିବା ପରେ ନିର୍ବାଚନ ଆୟୁକ୍ତଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯିବ।

ଏହାପରେ ଜ୍ଞାନେଶ କୁମାରଙ୍କୁ ଜେଲ୍‌ ପଠାଯିବ ବୋଲି ସେ ଦାବି କରିଛନ୍ତି।

ବ୍ରାଜିଲର ବିରୋଧୀ ନେତା ଫ୍ଲାଭିଓ ବୋଲସୋନାରୋଙ୍କ ଉଦାହରଣ ଦେଇ ମହୁଆ କହିଛନ୍ତି, ଜେଲ୍‌ ଯିବା ଅପେକ୍ଷା ଜ୍ଞାନେଶ କୁମାର ପ୍ରଥମ ବିମାନ ଧରି ଆମେରିକା ପଳାଇଯିବା ଭଲ।

ଟ୍ରମ୍ପ ତାଙ୍କୁ ସେଠାରେ ସୁରକ୍ଷା ଦେଇପାରିବେ।

ଏହା ବ୍ୟତୀତ ଆମେରିକାରେ ରହି ଆଗାମୀ ଦୁଇବର୍ଷ ଟ୍ରମ୍ପଙ୍କୁ ପରାମର୍ଶ ଦେବା ସହ ଭାରତୀୟ ଢାଞ୍ଚାରେ ନିର୍ବାଚନ ପରିଚାଳନାରେ ସହାୟତା କରିପାରିବେ।

ଟ୍ରମ୍ପଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଜିତାଇବାରେ ମଧ୍ୟ ସେ ସହଯୋଗ କରିପାରିବେ ବୋଲି ମହୁଆ ବ୍ୟଙ୍ଗ କରିଛନ୍ତି।

Trinamool Congress: ୨ ତୃଣମୂଳ ଗୋଷ୍ଠୀର ନୂଆ ନାମ, ଚିହ୍ନ: ବିଦ୍ରୋହୀ ଗୋଷ୍ଠୀ ଏବେ 'ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ', ଚିହ୍ନ ଲଫାପା ଉଲ୍ଲେଖଯୋଗ୍ୟ, ଟ୍ରମ୍ପ ପୂର୍ବରୁ ଭାରତର ନିର୍ବାଚନ ବ୍ୟବସ୍ଥା ଓ ଭୋଟର ପରିଚୟପତ୍ର ପ୍ରଣାଳୀର ପ୍ରଶଂସା କରିବା ସହ ଜ୍ଞାନେଶ କୁମାରଙ୍କ ନାମ ନେଇଥିଲେ।

ଏହାକୁ ନେଇ ଭାରତରେ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଥିଲେ।

ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଏବଂ କଥିତ ଭୋଟ୍‌ ଚୋରି ପ୍ରସଙ୍ଗରେ ମଧ୍ୟ ବିରୋଧୀ ଜ୍ଞାନେଶଙ୍କୁ ଘେରି ଆସୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।