SIR: ଆଜି ସରିବ ଏସ୍‌ଆଇଆର୍‌ ଶୁଣାଣି: ଏସ୍‌ଆଇଆର୍‌ରେ କଟିଲେଣି ପ୍ରାୟ ୨୫ଲକ୍ଷ ଭୋଟର

Sep 17, 2026 - 09:25
SIR: ଆଜି ସରିବ ଏସ୍‌ଆଇଆର୍‌ ଶୁଣାଣି: ଏସ୍‌ଆଇଆର୍‌ରେ କଟିଲେଣି ପ୍ରାୟ ୨୫ଲକ୍ଷ ଭୋଟର

"ଭୁବନେଶ୍ବର: ଚଳିତବର୍ଷ ମେ" ୩୦ରୁ ରାଜ୍ୟରେ ଆରମ୍ଭ ହୋଇଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚଛି।

ଯେଉଁମାନଙ୍କର ଚିଠା ଭୋଟର ତାଲିକାରୁ ନାମ କଟିଥିଲା, କିମ୍ବା ଭୁଲ୍‌ବଶତଃ ସାମିଲ ହୋଇଥିଲେ, ଏକାଧିକ ସ୍ଥାନରେ ଭୋଟର ଥିଲେ, ମୃତ ବ୍ୟକ୍ତି, ନୂଆ ଭୋଟର ହେବାକୁ ଆବେଦନ କରିଥିଲେ ସେସବୁ ଆବେଦନ ଓ ଅଭିଯୋଗର ନିଷ୍ପତ୍ତି ଆସନ୍ତାକାଲି (ଗୁରୁବାର) ସରିବ।

ଏହାପରେ ସେପ୍ଟେମ୍ବର ୨୧ରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି।Advertisment Murder: ପ୍ରେମିକା ଘରେ ପଶିଥିବା ବେଳେ ପ୍ରେମିକକୁ ଜାଳିଦେଲେ ପରିବାର ଲୋକେ, ୩ ଅଟକ ଏସ୍‌ଆଇଆର୍‌ରେ କଟିଲେଣି ପ୍ରାୟ ୨୫ଲକ୍ଷ ଭୋଟର୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକାରାଜ୍ୟରେ ୩.୧୨କୋଟି ଭୋଟର ଏହି ଏସ୍‌ଆଇଆର୍‌କୁ ନେଇ ଅନ୍ୟ ରାଜ୍ୟରେ ଯେପରି ବିରୋଧ, ପ୍ରତିବାଦ କରାଯାଉଛି ସେପରି ସ୍ଥିତି ଓଡ଼ିଶାରେ ନାହିଁ।

କିନ୍ତୁ ରାଜ୍ୟରେ ଏସ୍‌ଆଇଆର୍‌ ଆରମ୍ଭ ହେବା ପୂର୍ବରୁ ଏବଂ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫ଲକ୍ଷ ଭୋଟରଙ୍କ ନାମ ବିଭିନ୍ନ କାରଣରୁ ତାଲିକାରୁ କଟିଗଲାଣି।

ପ୍ରଥମ ପର୍ଯ୍ୟାୟରେ ଏସ୍‌ଆଇଆର୍ ଆରମ୍ଭ ହେବାବେଳେ ସେତେବେଳେ ରାଜ୍ୟରେ ମୋଟ ୩,୩୩,୯୯,୫୯୧ଜଣ ଭୋଟର ଥିଲେ।

କିନ୍ତୁ ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବାବେଳେ ରାଜ୍ୟରେ ଭୋଟରଙ୍କ ସଂଖ୍ୟା ୩,୧୩,୮୭,୦୩୪ଜଣ ହୋଇଗଲେ।

ଅର୍ଥାତ୍ ୬.୦୩% ଭୋଟର ବା ୨୦,୧୨,୫୫୭ଜଣ ଭୋଟରଙ୍କ ନାମ କଟିଗଲା।

ସିିଇଓଙ୍କ ପକ୍ଷରୁ କୁହାଗଲା ଏହି ଭୋଟରମାନେ ପରିଗଣନା ଫର୍ମ ଦାଖଲ କରିନାହାନ୍ତି।

ଏଥିରେ ୮.୩୨ଲକ୍ଷ (୨.୪୯%) ମୃତ ଭୋଟର ବୋଲି ଚିହ୍ନଟ ହୋଇଥିଲେ।

ସେହିପରି ସ୍ଥାନାନ୍ତରିତ/ଅନୁପସ୍ଥିତ ଭୋଟରଙ୍କ ସଂଖ୍ୟା ୧୦.୦୭ଲକ୍ଷ (୩.୦୨%) ଥିଲା।

ଏହି ଭୋଟରମାନେ ତାଙ୍କ ଘରେ ନାହାନ୍ତି କିମ୍ବା ସେମାନେ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଛନ୍ତି।

ସେହିପରି ଭୋଟର ତାଲିକାରେ ଏକାଧିକ ସ୍ଥାନରେ ପଞ୍ଜୀକୃତ ‌େହାଇଥିବା ଭୋଟରଙ୍କ ସଂଖ୍ୟା ଥିଲା ୧.୫୮ଲକ୍ଷ (୦.୪୭%)।

ଏହି ଭୋଟରମାନଙ୍କର ଏକାଧିକ ସ୍ଥାନରେ ନାମ ଥିବାବେଳେ ସେମାନଙ୍କ ନାମ ଗୋଟିଏ ସ୍ଥାନରେ ରଖାଗଲା।

ଏହାବାଦ୍ ୦.୧୪ଲକ୍ଷ (୦.୦୪%) ଭୋଟର ଅନ୍ୟ କାରଣ ପାଇଁ ତାଲିକାରୁ ବାଦ୍‌ ପଡ଼ିଥିଲେ।

Indian ODI squad: ୱେଷ୍ଟଇଣ୍ଡିଜ ଶୃଙ୍ଖଳା ପାଇଁ ଭାରତୀୟ ଦିନିକିଆ ଦଳ: ଫେରିଲେ ଜାଡ଼େଜା, ଗାଏକ୍ବାଡ୍‌; ନବି, ନମନଙ୍କୁ ସୁଯୋଗ ଏହାପରେ ସିଇଓଙ୍କ ପକ୍ଷରୁ ୫୮ଲକ୍ଷ ୩୬ହଜାରରୁ ଅଧିକ ଭୋଟରଙ୍କୁ ନୋଟିସ୍‌ କରାଗଲା।

ସେମାନଙ୍କ ଠାରୁ ଆପତ୍ତି ଓ ଅଭିଯୋଗ ଗ୍ରହଣ କରାଗଲା।

ଯାହାର ଶୁଣାଣି ଆସନ୍ତାକାଲି ଶେଷ ହେବ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଥିରେ ପ୍ରାୟ ୪.୧୪ଲକ୍ଷ ଭୋଟରଙ୍କ ନାମ କଟିଛି।

ଏହାପରେ ରାଜ୍ୟରେ ପ୍ରାୟ ୩କୋଟି ୯ଲକ୍ଷ ୭୨ହଜାର ଭୋଟର ରହିଲେ।

ଏହାସହ ନୂଆ ଭୋଟର ଭାବେ ସାମିଲ ହେବାକୁ ୨ଲକ୍ଷ ୭୯ହଜାରରୁ ଅଧିକ ଆବେଦନ କରିଥିବାବେଳେ ବିଭିନ୍ନ କାରଣ ପାଇଁ ଭୋଟର ତାଲିକାରୁ ବାଦ୍‌ ଦେବାକୁ ୫୫,୦୦୦ରୁ ଅଧିକ ଆବେଦନ ଆସିଛି।

ଏହିପରି ନୂଆ ଭୋଟର ଓ ବାଦ୍‌ ପଡ଼ିବାକୁ ଥିବା ଭୋଟରଙ୍କ ସଂଖ୍ୟାକୁ ହିସାବକୁ ନେଲେ ରାଜ୍ୟରେ ପ୍ରାୟ ୩କୋଟି ୧୨ଲକ୍ଷ ଯୋଗ୍ୟ ଭୋଟର ଥିବା ଜଣାପଡ଼ିଛି।

ଯାହାର ତାଲିକା ଆସନ୍ତା ୨୧ତାରିଖରେ ପ୍ରକାଶ ପାଇବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।