SIR: ହାରିଲେ ଇଭିଏମ୍‌କୁ ଦୋଷ ଦିଅନ୍ତି: ବିରୋଧୀଙ୍କୁ ଯୋଗୀଙ୍କ ସମାଲୋଚନା

Nov 04, 2026 - 20:43
SIR: ହାରିଲେ ଇଭିଏମ୍‌କୁ ଦୋଷ ଦିଅନ୍ତି: ବିରୋଧୀଙ୍କୁ ଯୋଗୀଙ୍କ ସମାଲୋଚନା

ଗୋରଖପୁର: ନିର୍ବାଚନରେ ଜିତିଲେ ନିଜ ପରିଶ୍ରମର ଶ୍ରେୟ ନିଅନ୍ତି, ହାରିଲେ ଇଭିଏମ୍‌କୁ ଦୋଷ ଦିଅନ୍ତି।

ଏହା ବିରୋଧୀ ଦଳଗୁଡ଼ିକର ଏକ ଅଭ୍ୟାସରେ ପରିଣତ ହୋଇଛି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

ବୁଧବାର ଗୋରଖପୁରରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଆୟୋଜିତ 'ଲୋକତନ୍ତ୍ର ବଚାଓ, ଅରାଜକତା ହଟାଓ' ପଦଯାତ୍ରାରେ ଯୋଗଦେଇ ସେ କଂଗ୍ରେସ ଓ ଇଣ୍ଡିମେଣ୍ଟକୁ ସମାଲୋଚନା କରିଛନ୍ତି।

Advertisment ଯୋଗୀ କହିଥିଲେ, ଦିଲ୍ଲୀରେ କଂଗ୍ରେସ ଓ ତା'ର ସହଯୋଗୀ ଦଳଗୁଡ଼ିକ ଯେଉଁଭଳି ଅଶାନ୍ତି ସୃଷ୍ଟି କରିଛନ୍ତି, ତାହା ଗଣତନ୍ତ୍ର ପ୍ରତି ବିପଦ।

ନିର୍ବାଚନରେ ଜନସାଧାରଣ କୌଣସି ଦଳକୁ ପ୍ରତ୍ୟାଖ୍ୟାନ କଲେ ନିଜର ବିଫଳତାକୁ ସ୍ୱୀକାର କରିବା ପରିବର୍ତ୍ତେ ଇଭିଏମ୍‌କୁ ଦାୟୀ କରାଯାଉଛି।

ଏହି ମନୋଭାବ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ବିଶ୍ୱସନୀୟତାକୁ ପ୍ରଶ୍ନବାଚୀ ମଧ୍ୟରେ ପକାଉଛି ବୋଲି ସେ ଅଭିଯୋଗ କରିଥିଲେ।

Yogi Adityanath: ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବା ଉତ୍ତର ପ୍ରଦେଶ ସରକାରଙ୍କ ଲକ୍ଷ୍ୟ: ଯୋଗୀ ଆଦିତ୍ୟନାଥ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରସଙ୍ଗରେ ଯୋଗୀ କହିଥିଲେ, ଦେଶରେ ଏହି ପ୍ରକ୍ରିୟା ପ୍ରଥମ ଥର ପାଇଁ ହେଉନାହିଁ।

ପୂର୍ବରୁ ବିଭିନ୍ନ ସମୟରେ, ବିଶେଷକରି କଂଗ୍ରେସ ଶାସନ କାଳରେ ମଧ୍ୟ ଭୋଟର ତାଲିକାର ସଂଶୋଧନ କରାଯାଇଛି।

ଏବେ ନିର୍ବାଚନ କମିସନ ବାଂଲାଦେଶୀ ଅନୁପ୍ରବେଶକାରୀ, ପାକିସ୍ତାନୀ ନାଗରିକ ଓ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ହଟାଇବାକୁ ପଦକ୍ଷେପ ନେବାରୁ ବିରୋଧୀ ଏହାକୁ ନେଇ ହୋହଲ୍ଲା କରୁଛନ୍ତି।

ଭୋଟର ତାଲିକାରେ ବିଦେଶୀ ଅନୁପ୍ରବେଶକାରୀଙ୍କ ନାମ ସାମିଲ ହେବା ଦ୍ୱାରା ଗରିବ, ଦଳିତ ଓ ଅବହେଳିତ ଭାରତୀୟଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ ହେଉଛି ବୋଲି ସେ କହିଥିଲେ।

ଏହି ପଦଯାତ୍ରାରେ ବିଜେପିର ଜାତୀୟ ସଭାପତି ନିତିନ ନବୀନ, ଉତ୍ତରପ୍ରଦେଶ ବିଜେପି ସଭାପତି ପଙ୍କଜ ଚୌଧୁରୀ ଏବଂ ରାଜ୍ୟର ମନ୍ତ୍ରୀ ଓ ଏନ୍‌ଡିଏ ନେତାମାନେ ଉପସ୍ଥିତ ଥିଲେ।

ପଙ୍କଜ ଚୌଧୁରୀ ମଧ୍ୟ ବିରୋଧୀ ଦଳଗୁଡ଼ିକ ନିର୍ବାଚନ ହାରିବା ପରେ ଇଭିଏମ୍‌ ଓ ନିର୍ବାଚନ କମିସନଙ୍କୁ ଦୋଷ ଦେଉଥିବା ଅଭିଯୋଗ କରିଥିଲେ।

ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦର ଅଧିକାର ରହିଛି, କିନ୍ତୁ ଆନ୍ଦୋଳନ ନାମରେ ଅରାଜକତା ସୃଷ୍ଟି କରିବା ଉଚିତ ନୁହେଁ ବୋଲି ସେ କହିଥିଲେ।

ଏହା ସହ ଯୋଗୀ ୧୯୭୫ ମସିହାର ଜରୁରୀ ପରିସ୍ଥିତିକୁ ମନେ ପକାଇ କଂଗ୍ରେସକୁ ଏଥିପାଇଁ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବାକୁ କହିଥିଲେ।

ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିମେଣ୍ଟର ପ୍ରତିବାଦ ସଭାକୁ ମଧ୍ୟ ସେ ସମାଲୋଚନା କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।