Sleep and Depression: କେବଳ ଭଲ ନିଦରେ ଦୂର ହୋଇପାରିବ କି ମାନସିକ ସମସ୍ୟା?

Nov 04, 2026 - 17:38
Sleep and Depression: କେବଳ ଭଲ ନିଦରେ ଦୂର ହୋଇପାରିବ କି ମାନସିକ ସମସ୍ୟା?

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମାନସିକ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା ବୃଦ୍ଧି ପାଉଥିଲେ ମଧ୍ୟ ଅନେକ ସମୟରେ ଲୋକେ ଏହାକୁ ଖୋଲାଖୋଲି ପ୍ରକାଶ କରିବାକୁ ସଙ୍କୋଚବୋଧ କରନ୍ତି।

ବିଶେଷ କରି ଆମ ଘରର ବୟସ୍କ ବ୍ୟକ୍ତିମାନଙ୍କର ଏକ ସାଧାରଣ ଧାରଣା ଥାଏ ଯେ "ଭଲ ଭାବେ ଶୋଇପଡ଼ିଲେ ସବୁ ଚିନ୍ତା ଓ ଅବସାଦ ଦୂର ହୋଇଯିବ।" Advertisment ଆହୁରି ପଢ଼ନ୍ତୁ: ବଦଳିଲେ ଆସିକା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ କିନ୍ତୁ ସତରେ କ'ଣ କେବଳ ଶୋଇବା ଦ୍ୱାରା ମାନସିକ ସମସ୍ୟାର ସମାଧାନ ହୋଇପାରିବ?

ଗୁରୁଗ୍ରାମସ୍ଥିତ ମାରେଙ୍ଗୋ ଏସିଆ ହସ୍ପିଟାଲର ବରିଷ୍ଠ କ୍ଲିନିକାଲ ମନୋବିଜ୍ଞାନୀ ଡକ୍ଟର ମୁନିଆ ଭଟ୍ଟାଚାର୍ଯ୍ୟ ଙ୍କ ଅନୁସାରେ, "ଯଦି କେବଳ ନିଦ ସବୁ ସମସ୍ୟାର ସମାଧାନ କରିପାରନ୍ତା, ତେବେ ଥେରାପିଷ୍ଟମାନେ ଔଷଧ ବଦଳରେ କେବଳ ତକିଆ ହିଁ ପରାମର୍ଶ ଦେଇଥାନ୍ତେ।" ନିଦ୍ରା କ'ଣ କରିପାରେ ଓ କ'ଣ କରିପାରେନି?

ମାନସିକ ସ୍ୱାସ୍ଥ୍ୟ ସୁସ୍ଥ ରଖିବାରେ ଭଲ ନିଦ୍ରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ତେବେ ଏହାର ଉପକାରିତା ଓ ସୀମାକୁ ବୁଝିବା ନିହାତି ଆବଶ୍ୟକ।

ଯଦି ଆପଣ କୌଣସି ଗଭୀର ମାନସିକ ଚାପ କିମ୍ବା ସମ୍ପର୍କର ତିକ୍ତତା ମଧ୍ୟଦେଇ ଗତି କରୁଛନ୍ତି, ତେବେ ୮ ଘଣ୍ଟା ସୋଇବା ପରେ ବି ସକାଳେ ସେହି ସମସ୍ୟା ଆପଣଙ୍କୁ ଅପେକ୍ଷା କରିଥାଏ।

ଏହା ନିଦ୍ରାର ବିଫଳତା ନୁହେଁ, ବରଂ ଆପଣଙ୍କ ମନକୁ ଅନ୍ୟ କୌଣସି ଧ୍ୟାନ ଓ ଚିକିତ୍ସାର ଆବଶ୍ୟକତା ଅଛି ବୋଲି ଏହା ସୂଚାଇଥାଏ।

ଅନେକ ସମୟରେ ଲୋକମାନେ ନିଜକୁ ଜବରଦସ୍ତ ଶୁଆଇବାକୁ ଚେଷ୍ଟା କରନ୍ତି।

ଘଣ୍ଟାକୁ ଚାହିଁ ସମୟ ଗଣିବା, କାଲି ଦିନଟି କିପରି ଖରାପ ବିତିବ ସେ ବିଷୟରେ ଭାବିବା ଦ୍ୱାରା ନିଦ୍ରା ନିଜେ ଏକ ଷ୍ଟ୍ରେସର କାରଣ ପାଲଟିଯାଏ।

ମନୋବିଜ୍ଞାନୀଙ୍କ ପରାମର୍ଶ ଦିଅନ୍ତି ଯେ, ନିଜ ନିଦ୍ରାକୁ ସୁରକ୍ଷିତ ଓ ସମ୍ମାନ କରନ୍ତୁ।

କିନ୍ତୁ ଆପଣ ମାନସିକ ଭାବେ ସୁସ୍ଥ ଅଛନ୍ତି କି ନାହିଁ, ତାହା ମାପିବା ପାଇଁ ନିଦକୁ ଏକ ପରୀକ୍ଷା ଭାବେ ବ୍ୟବହାର କରନ୍ତୁ ନାହିଁ।

ଯଦି ଆପଣ ପର୍ଯ୍ୟାପ୍ତ ଶୋଉଛନ୍ତି, ତଥାପି ନିଜକୁ ଅସହାୟ, ଚିନ୍ତାଗ୍ରସ୍ତ କିମ୍ବା ଖାଲିପଣ ଅନୁଭବ କରୁଛନ୍ତି, ତେବେ ନିଜ ଭିତରର ସେହି ସଙ୍କେତକୁ ଜାଣିବାକୁ ଚେଷ୍ଟା କରନ୍ତୁ।

କେତେକ ସମୟରେ ଆପଣଙ୍କୁ ଆଉ ୮ ଘଣ୍ଟାର ନିଦ୍ରା ନୁହେଁ, ବରଂ ଆପଣଙ୍କୁ ଭିତରୁ କେଉଁ କଥା ଅଶାନ୍ତ ରଖୁଛି ତାହାର ସତୋଟ ଆକଳନ ଓ ବ୍ୟବସାୟିକ ମନୋବିଜ୍ଞାନୀଙ୍କ ପରାମର୍ଶର ଆବଶ୍ୟକତା ଥାଏ।

ଆହୁରି ପଢ଼ନ୍ତୁ: ବସ୍ତାରେ ବେଧଡ଼କ ଚୋର: ଦିନରେ ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଅଧିକ ପଢ଼ନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।