Smriti Mandhana Breaks World Record: ଟି-୨୦ରେ ନୂଆ ଇତିହାସ, ବିଶ୍ୱ ରେକର୍ଡ ଭାଙ୍ଗିଲେ ସ୍ମୃତି ମନ୍ଧାନା
ନୂଆ ଇତିହାସ ରଚିଲେ ସ୍ମୃତି ମନ୍ଧାନା। ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି ଭାରତୀୟ ଷ୍ଟାର ବ୍ୟାଟର। ଏସିଆନ୍ ଗେମ୍ସରେ ବାଂଲାଦେଶ ବିପକ୍ଷ ସେମିଫାଇନାଲ୍ରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ମନ୍ଧାନା।
ସୁଜି ବେଟ୍ସଙ୍କ ୪,୭୫୮ ରନ୍କୁ ପଛରେ ପକାଇ ମନ୍ଧାନାଙ୍କ ଟି-୨୦ଆଇ ରନ୍ ସଂଖ୍ୟା ୪,୭୬୫ରେ ପହଞ୍ଚିଛି। ତାଲିକାରେ ୪,୨୮୭ ରନ୍ ସହ ହରମନପ୍ରୀତ କୌର ତୃତୀୟ ସ୍ଥାନରେ ଅଛନ୍ତି।
ଏହାପୂର୍ବରୁ ହଂକଂ ବିପକ୍ଷରେ ୧୨୪ ରନ୍ର ବିସ୍ଫୋରକ ଇନିଂସ ଖେଳି ମନ୍ଧାନା ମହିଳା କ୍ରିକେଟ୍ରେ ସବୁ ଫର୍ମାଟ୍ ମିଶାଇ ସର୍ବାଧିକ ରନ୍ କରିବାରେ ମଧ୍ୟ ମିଥାଲି ରାଜଙ୍କୁ ପଛରେ ପକାଇଥିଲେ। ଲଗାତାର ରେକର୍ଡ ଭାଙ୍ଗି ସ୍ମୃତି ମନ୍ଧାନା ଏବେ ଭାରତୀୟ ମହିଳା କ୍ରିକେଟ୍ର ଏକ ବଡ଼ ନାଁ ଭାବେ ନୂଆ ଇତିହାସ ଲେଖୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।