Snakebite Deaths Rise After Floods: ବନ୍ୟା ପରେ ସାପକାମୁଡା, ଗୋଟିଏ ଦିନରେ ୬ ଜଣଙ୍କ ମୃତ୍ୟୁ

Aug 25, 2026 - 17:16
Snakebite Deaths Rise After Floods: ବନ୍ୟା ପରେ ସାପକାମୁଡା, ଗୋଟିଏ ଦିନରେ ୬ ଜଣଙ୍କ ମୃତ୍ୟୁ

ଦିନକରେ ରାଜ୍ୟରେ ସାପକାମୁଡାରେ ଗଲା ୬ ଜଣଙ୍କ ଜୀବନ । ସୁନ୍ଦରଗଡରେ ଦୁଇ ପରିବାରର ୪ ଜଣଙ୍କ ମୃତ୍ୟୁ । ଜଳେଶ୍ବର ଓ ଚାନ୍ଦବାଲିରେ ସର୍ପାଘାତରେ ୨ ନାବାଳିକାଙ୍କ  ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଟିକାୟତପାଲ୍ଲି ଅଂଚଳର ତିଲେଇମାଲ ଗାଁରେ ଅଜା-ନାତିଙ୍କ ମୃତ୍ୟୁ ହୋଇଛି। ମୃତ ଅଜା-ନାତି ଭୂୟାଁ ସାହିର ବାସିନ୍ଦା। ଘରେ ଶୋଇଥିବା ବେଳେ ଉଭୟଙ୍କୁ କାମୁଡିଥିଲା ସାପ। ବଣାଇ ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର।

ସେପଟେ ରାଉରକେଲା ନିକଟରେ ମଧ୍ୟ ଆଉ ଦୁଇ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ଲାଠିକଟା ହାତୀଓଡ଼ା ଗାଁରେ ଘରେ ଶୋଇଥିବା ବେଳେ ସର୍ପାଘାତରେ ଶିକାର ହୋଇଥିଲେ ଭାଇ ଭଉଣୀ। ମୃତ ଭାଇର ବୟସ ୭ ଓ ଭଉଣୀର ବୟସ ୧୦ ବର୍ଷ ବୋଲି ଜଣାପଡିଛି। RGH ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ..

ବାଲେଶ୍ବର ଜଳେଶ୍ବର ଅଂଚଳରେ ମଧ୍ୟ ଜଣେ ନାବାଳିକାଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସେହିଭଳି ବନ୍ୟା ପରେ ଭଦ୍ରକ ଜିଲ୍ଲାରେ ବଢ଼ିଛି ସାପ ଆତଙ୍କ। ଚାନ୍ଦବାଲି ବ୍ଲକ ମୃଗନୟନୀ ଗାଁରେ ସାପ କାମୁଡାରେ ନାବାଳିକାଙ୍କ ମୃତ୍ୟୁ। ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ୧୦ ବର୍ଷୀୟା ନାବାଳିକାର ମୃତ୍ୟୁ ହୋଇଛି। 

ଦିନକରେ ରାଜ୍ୟରେ ସାପକାମୁଡାରେ ୬ ଜଣଙ୍କ ମୃତ
ସୁନ୍ଦରଗଡରେ ଦୁଇ ପରିବାରର ୪ ଜଣଙ୍କ ମୃତ୍ୟୁ 
ଜଳେଶ୍ବର ଓ ଚାନ୍ଦବାଲିରେ ୨ ନାବାଳିକାଙ୍କ ମୃତ୍ୟୁ 
ଟିକାୟତପାଲ୍ଲି ତିଲେଇମାଲ ଗାଁର ଅଜା-ନାତିଙ୍କ ମୃତ୍ୟୁ 
ଘରେ ଶୋଇଥିବା ବେଳେ ଉଭୟଙ୍କୁ କାମୁଡିଥିଲା ସାପ
ରାଉରକେଲା ଅଂଚଳରେ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି
ଜଳେଶ୍ବର ଅଂଚଳରେ ଜଣେ ନାବାଳିକାଙ୍କ ମୃତ୍ୟୁ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।