Snakebite Murder Mystery Ends With Death Penalty: ସ୍ୱାମୀଙ୍କୁ ହତ୍ୟା ପରେ ରଚିଥିଲେ ଷଡ଼ଯନ୍ତ୍ର, ଏବେ ମିଳିଲା ମୃତ୍ୟୁଦଣ୍ଡ

Oct 16, 2026 - 16:39
Snakebite Murder Mystery Ends With Death Penalty: ସ୍ୱାମୀଙ୍କୁ ହତ୍ୟା ପରେ ରଚିଥିଲେ ଷଡ଼ଯନ୍ତ୍ର, ଏବେ ମିଳିଲା ମୃତ୍ୟୁଦଣ୍ଡ

ହତ୍ୟା… ଆଉ ହତ୍ୟାକୁ ଲୁଚାଇବା ପାଇଁ ରଚାଯାଇଥିଲା ସାପ କାମୁଡ଼ାର ନାଟକ। ହେଲେ ପୋଷ୍ଟମର୍ଟମ ରିପୋର୍ଟ ଖୋଲିଦେଲା ସବୁ ରହସ୍ୟ। ଶେଷରେ ଏହି ଲୋମଟାଙ୍କୁରା ହତ୍ୟା ମାମଲାରେ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି କୋର୍ଟ।

ଘଟଣାଟି ଉତ୍ତରପ୍ରଦେଶର ମେରଠ ଅଞ୍ଚଳର। ଦୋଷୀ ରବିତା ଓ ତାଙ୍କ ପଡ଼ୋଶୀ ଅମରଦୀପ ମିଶି ରବିତାଙ୍କ ସ୍ୱାମୀ ଅମିତ କଶ୍ୟପଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ମୃତଦେହ ତଳେ ସାପ ରଖି ତାଙ୍କର ମୃତ୍ୟୁ ସାପ କାମୁଡ଼ାରେ ହୋଇଥିବା ଦେଖାଇବାକୁ ଉଦ୍ୟମ କରିଥିଲେ।

୨୦୨୫ ଏପ୍ରିଲ୍ ୧୨ ତାରିଖରେ ଅମିତଙ୍କ ମୃତଦେହ ମିଳିଥିଲା। ପ୍ରଥମେ ସାପ କାମୁଡ଼ା ସନ୍ଦେହ କରାଯାଇଥିଲେ ମଧ୍ୟ ପୋଷ୍ଟମର୍ଟମ ରିପୋର୍ଟରୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ମୋବାଇଲ୍ କଲ୍ ରେକର୍ଡ ସମେତ ଅନ୍ୟ ପ୍ରମାଣ ଆଧାରରେ କୋର୍ଟ ଅକ୍ଟୋବର ୭ ତାରିଖରେ ଉଭୟଙ୍କୁ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ଶୁକ୍ରବାର ଉଭୟଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି କୋର୍ଟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।